ETV Bharat / state

ଜିଲ୍ଲାକୁ ଗଲା ବାତ୍ୟା କ୍ଷୟକ୍ଷତି ଅର୍ଥ, ସପ୍ତାହକ ମଧ୍ୟରେ ମିଳିବ କ୍ଷତିପୂରଣ - COMPENSATION FOR CYCLONE AFFECTED

ବାତ୍ୟା 'ଦାନା' ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ କଲେ ରାଜ୍ୟ ସରକାର । ସପ୍ତାହକ ମଧ୍ୟରେ ସେମାନଙ୍କ ଆକାଉଣ୍ଟରେ ସହାୟତା ରାଶି ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

Compensation For Cyclone Affected
Compensation For Cyclone Affected (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 9:01 PM IST

ଭୁବନେଶ୍ୱର: ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ କଲେ ରାଜ୍ୟ ସରକାର । ପ୍ରଭାବିତଙ୍କୁ 423 କୋଟି କ୍ଷତିପୂରଣ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅନଲାଇନ ଜରିଆରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳଙ୍କୁ ଅର୍ଥ ପ୍ରଦାନ କରାଯାଇଛି । "ଆସନ୍ତା 7 ଦିନ ମଧ୍ୟରେ ଏହା ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଟାଇମ ଫ୍ରେମ ରଖିଛନ୍ତି । ଆଜି ସନ୍ଧ୍ୟାରେ ଅନଲାଇନରେ ପଠାଯାଇଛି ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଟଙ୍କା । ଗତକାଲି ବିଭିନ୍ନ ଜିଲ୍ଲା ଓ ବିଭାଗରୁ କ୍ଷୟକ୍ଷତିର ଆକଳନ ପହଞ୍ଚିଥିଲା । ସାମଗ୍ରିକ ଭାବେ ଓଡି଼ଶାରେ ଲୋକଙ୍କ ଫସଲ ଓ ଚାଷ କ୍ଷୟକ୍ଷତି ଏବଂ ବିଭାଗର କ୍ଷୟକ୍ଷତିର ଚୂଡାନ୍ତ ଆକଳନ ହୋଇଛି " ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ କ୍ଷତିପୂରଣ ରାଶି:

Compensation For Cyclone Affected (ETV Bharat Odisha)

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ସୂଚନା ଅନୁସାରେ, 616 କୋଟି 19 ଲକ୍ଷ 30 ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିଲା । ଜଳସମ୍ପଦ ବିଭାଗର ଅତିରିକ୍ତ କ୍ଷତିର ରିପୋର୍ଟ ହସ୍ତଗତ ହୋଇଛି । ଜାତୀୟ ବିପର୍ଯ୍ୟୟ ରିଲିଫ ଫଣ୍ଡ ଓ ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ କ୍ଷତିପୂରଣ ଦିଆଯିବ । ବିଭିନ୍ନ ଜିଲ୍ଲାରେ ବାତ୍ୟା ଏବଂ ବନ୍ୟା କ୍ଷୟକ୍ଷତି ବାବଦରେ 423 କୋଟି 4 ଲକ୍ଷ 553 ଟଙ୍କା ପ୍ରଦାନ କରାଯାଇଛି । ଅନଲାଇନ ମାଧ୍ୟମରେ ଏହି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବିଭିନ୍ନ ବିଭାଗର କ୍ଷତିପୂରଣ ମଧ୍ୟ ଅନଲାଇନରେ ଯାଇଛି । କ୍ଷତିଗ୍ରସ୍ତଙ୍କୁ ଟଙ୍କା ପ୍ରଦାନ କରିବେ ଜିଲ୍ଲାପାଳ । ଏହି ଅର୍ଥ ପ୍ରଦାନ ପ୍ରକ୍ରିୟା ଆସନ୍ତା 7 ଦିନ ଭିତରେ ସରିବ ।

'616 କୋଟିର କ୍ଷତି ହୋଇଛି '

ଗତକାଲି (ମଙ୍ଗଳବାର) ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ," 33 ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତି ପୂରଣ ଇନପୁଟ ସବସିଡି ଭିତରକୁ ଆସିବ । 87855.47 ହେକ୍ଟର ଜମିରେ 33 ପ୍ରତିଶତ ଫସଲ ନଷ୍ଟ ହୋଇଛି । 82 କୋଟି 92 ଲକ୍ଷ 82 ହଜାର ଟଙ୍କାର ଫସଲ ନଷ୍ଟ । 16417 ଘର ଆଂଶିକ ବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । 21 କୋଟି 32 ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି । କୃଷି, ଶକ୍ତି, ପଞ୍ଚାୟତିରାଜ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ ବିଭାଗର କ୍ଷତି ହୋଇଛି । ଏହି ସବୁ ବିଭାଗରେ 512 କୋଟି 26 ଲକ୍ଷ 16 ହାଜର ଟଙ୍କା କ୍ଷତି ହୋଇଛି । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ 23 କୋଟି 73 ଲକ୍ଷ 76 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୋଟ 616 କୋଟି 19 ଲକ୍ଷ 30 ହାଜର ଟଙ୍କା କ୍ଷତି ହୋଇଛି ।"

ଏହା ବି ପଢନ୍ତୁ...ବାତ୍ୟା କ୍ଷୟକ୍ଷତିର ଆସିଲା ଚୂଡାନ୍ତ ରିପୋର୍ଟ, 'ପ୍ରଭାବିତଙ୍କୁ ଖୁବଶୀଘ୍ର ମିଳିବ କ୍ଷତିପୂରଣ'

ଏହା ବି ପଢନ୍ତୁ...ବାତ୍ୟା 'ଦାନା'ରେ ୧୪ ଜିଲ୍ଲାର ୧୬୬ ବ୍ଲକ କ୍ଷତିଗ୍ରସ୍ତ, ୬୦୦ କୋଟିର କ୍ଷତି, ଆସିଲା ପ୍ରାଥମିକ ରିପୋର୍ଟ

ଏହା ବି ପଢନ୍ତୁ...‘କେନ୍ଦ୍ରୀୟ ଟିମ ଆସିବା ପୂର୍ବରୁ କେନ୍ଦ୍ରକୁ ପଠାଯିବ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ’

14ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି :

ବାତ୍ୟା ଦାନାର ପ୍ରଭାବରେ ଉପକୂଳ 14 ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ । କୃଷି ,ଶକ୍ତି ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ,ଗ୍ରାମ୍ୟ ଉନ୍ନୟନ ,ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ବିପୁଳ ସମ୍ପତ୍ତି କ୍ଷତି ହୋଇଛି । ବାତ୍ୟା ଦାନାର ପରବର୍ତ୍ତୀ ପର୍ଯ୍ୟାୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ୟାକୁ ଦୁଇ ଗୁଣିତ କରିଥିଲା। "

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.