ETV Bharat / state

ହୁସିଆର! ମାତିଛନ୍ତି ନାଇଜେରିଆ ଠକ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚୁନା ଲଗାଇ ୨ ଗିରଫ - Nigerian Fraudsters Arrested

author img

By ETV Bharat Odisha Team

Published : Jul 14, 2024, 10:29 PM IST

Nigerian Fraudsters Arrested: କ୍ରାଇମବ୍ରାଞ୍ଚ କବଜାରେ ଦୁଇ ନାଇଜେରିଆ ଠକ । ବିଦେଶରୁ ଆସି ଠକେଇ କରୁଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଏଭଳି ଠକାମୀରୁ ଦୂରେଇ ରହିବାକୁ କ'ଣ ପରାମର୍ଶ ଦେଇଛି ପୋଲିସ । ଜାଣନ୍ତୁ

Nigerian Fraudsters Arrested
Nigerian Fraudsters Arrested (ETV Bharat Odisha)

ଭୁବନେଶ୍ବର: ଠକଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ବିଦେଶ ଅଭିଯାନ । ସାଇବର ଠକାମୀ ମୂଳପୋଚ୍ଛ କରିବାକୁ ଅଣ୍ଟା ଭିଡିଛି କ୍ରାଇମବ୍ରାଞ୍ଚ । ନିବେଶବେଳେ ଠକାମୀର ଶିକାର ମାମଲାର ତଦନ୍ତ ହୋଇଛି । ଏହି ମାମଲାରେ ସ୍କାନରକୁ ଆସିଛି ନାଇଜେରିଆ ଲିଙ୍କ୍ । ଦିଲ୍ଲୀରୁ ୨ ନାଇଜେରିଆ ଠକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ସାଇବର ଓ୍ବିଙ୍ଗ । ଅଭିଯୁକ୍ତମାନେ ହେଲେ କ୍ରିଷ୍ଟୋଫର ଓ ନାମଦି ଷ୍ଟେନଲି । ଉଭୟଙ୍କୁ ଗିରଫ ପରେ ସେମାନଙ୍କ ଠାରୁ ୬ଟି ମୋବାଇଲ, ୨ଟି ଲ୍ୟାପଟପ୍, ୧୦ଟି ସିମକାର୍ଡ, ଡଙ୍ଗଲ , ୧୦ଟି ଆକାଉଣ୍ଟ ଓ ପାସବୁକ ସହ ୨ଟି ଡେବିଟ କାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୦ଟି ରାଜ୍ୟର ୯୪ ଟି ଠକେଇ ପଛରେ ଅଭିଯୁକ୍ତମାନଙ୍କ ହାତ ଥିବା ଏଯାବତ ନ୍ୟାସନାଲ ସାଇବର ପୋର୍ଟାଲର ଅଭିଯୋଗ ଲିଷ୍ଟରୁ ଜଣାପଡିଛି । ତେବେ ଠକମାନେ ନିଜକୁ ଓଡ଼ିଶାରେ ଜଣେ ପୂର୍ବତନ IAS ଅଫିସରଙ୍କ ପରିଚୟ ଦେଇଥିଲେ । ଏପରିକି ସେମାନେ ଏବେ ଓ୍ବାର୍ଲଡ ବ୍ୟାଙ୍କ, ଓ୍ବାଶିଙ୍ଗଟନରେ କାମ କରୁଥିବା କଥା କହିଥିଲେ। ପ୍ରଥମେ ଫେସବୁକ ଓ ପରେ ହ୍ବାଟସପ ଏହାପରେ ମୋବାଇଲ ନମ୍ବରରେ ଚାର୍ଟିଂ ଜରିଆରେ ଏମାନେ ଏକ ବିଜନେସ ବିଲ କରିଥିଲେ । ଏକ ପ୍ରକଳ୍ପ ଆଳରେ ଡିଲ କରି ୨ କୋଟି ୬୫ଲକ୍ଷ ୧୫ହଜାର ୯ ଶହ ୪୦ଟଙ୍କାର ଠକି ନେଇଥିଲେ । ଅଭିଯୋଗକାରୀ ସତ ଜାଣିବା ପରେ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଥିଲେ‌ । ତଦନ୍ତ କରି ଶେଷରେ ଏହି ଦୁଇ ଠକଙ୍କ ପାଖରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ।

ଏହା ବି ପଢନ୍ତୁ...ବଜାରରେ UPI ପେମେଣ୍ଟ କରୁଥିଲେ ହୁସିଆର, ପାସଓ୍ବାର୍ଡ ଉପରେ ନଜର ରଖି ଲୁଟୁଛନ୍ତି ଠକ - UPI Payment Loot

ସୂଚନା ଅନୁସାରେ, ଦିଲ୍ଲୀ ଦକ୍ଷିଣ-ପଶ୍ଚିମ ଡିସିପି ଓ ଦ୍ବାରକା ପୋଲିସ ଟିମ୍ ମିଳିତ ଭାବେ ବିଭିନ୍ନ ସ୍ଥାନରେ ରେଡ କରିଥିଲେ । ସାଇବର‌ ସେଲ ଟିମ୍ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସୋସିଆଲ ମିଡିଆରେ କେହି ନିଜକୁ କିଛି ପରିଚୟ ଦେଇ ଆପଣଙ୍କୁ ଟଙ୍କା କାରବାର କରିବାକୁ କହୁଥିଲେ ସତର୍କ ରୁହନ୍ତୁ । ଏ ଦିଗରେ ନିଜ ତରଫରୁ ଭେରିଫିକେସନ କରିବା ଦରକାର। କାରଣ ସାଧାରଣତଃ ନିବେଶ ଆଳରେ ଜାଲିଆତି କରୁଛନ୍ତି ଫ୍ରଡ୍ ବ୍ୟକ୍ତି । ଯେଉଁମାନେ କି ସୋସିଆଲ ମିଡିଆରେ ମାତିଛନ୍ତି ।

ଠକାମୀର ଶିକାର ହେଲେ କ'ଣ କରିବେ ?

ଠକାମୀର ଶିକାର ହେଲେ ସାଇବର ହେଲପ ଲାଇନ ୧୯୩୦ରେ କଲ କରି ଜଣାଇବା ସହ www.cybercrime.gov.in ରେ ରିପୋର୍ଟ କରନ୍ତୁ । ନଚେତ ଯଦି କୌଣସି ଫ୍ରଡ ମେସେଜ, ଲିଙ୍କ ବା ଫୋନ ନମ୍ବର‌ ପାଇଲେ ତେବେ ତୁରନ୍ତ ଏହି ସବୁକୁ ରିପୋର୍ଟ କରନ୍ତୁ । ସେମାନଙ୍କୁ ତୁରନ୍ତ ଧରାଇବାକୁ ପୋଲିସକୁ ସହଯୋଗ କରନ୍ତୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.