ETV Bharat / state

SCB ଲଜ୍ଜା ଘଟଣାରେ କାର୍ଯ୍ୟାନୁଷ୍ଠାନ: ଡାକ୍ତର ଦିଲବାଗ ବହିଷ୍କୃତ, କୋର୍ଟରେ ଦୋଷୀ ସାବ୍ୟସ୍ତ ପରେ କ'ଣ ହେବ ଭବିଷ୍ୟତ ? - SCB Patient Rape Case - SCB PATIENT RAPE CASE

SCB Patient Rape Case: ରୋଗୀଙ୍କୁ ଦୁଷ୍କର୍ମ ଘଟଣାର ତଦନ୍ତ ପରେ ଏବେ ଅଡୁଆରେ ଡାକ୍ତର ଦିଲବାଗଙ୍କ ଭବିଷ୍ୟତ । ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ବହିଷ୍କୃତ କରାଯାଇଛି । ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ଘଟଣାରେ ଏକା ସାଙ୍ଗରେ ତଦନ୍ତ ମଧ୍ୟ ଚାଲିଥିବା ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ

SCB Patient Rape Case
SCB Patient Rape Case (ETV Bharat Odisha)
author img

By ETV Bharat Odisha Team

Published : Aug 24, 2024, 4:56 PM IST

କଟକ: SCB କାର୍ଡିଓଲୋଜି ବିଭାଗରେ ୨ ଜଣ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ବହିଷ୍କୃତ କରାଯାଇଛି । ଏହାସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ତାଙ୍କୁ ଚାକିରିରୁ ବହିଷ୍କାର ପାଇଁ ଡିଏମଇଟି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ କମିଶନରେଟ ପୋଲିସ ମଧ୍ୟ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ।

SCB Patient Rape Case (ETV Bharat Odisha)

ତଦନ୍ତ କରିବ ମାନବାଧିକାର ସୁରକ୍ଷା ସେଲ:

୩ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏସସିବି ମେଡିକାଲ କାଉନସିଲ ବୈଠକରେ କାର୍ଯ୍ୟାନୁଷ୍ଠାନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ସେହିପରି ଏହି ସ୍ପର୍ଶକାତର ଘଟଣାର ତଦନ୍ତ କରିବ ଜିଲ୍ଲା ପୋଲିସ ମାନବାଧିକାର ସୁରକ୍ଷା ସେଲ । ମାମଲାର ଗମ୍ଭୀରତାକୁ ଦେଖି, DHRPC ଦାୟିତ୍ୱରେ ଥିବା ଜଣେ ମହିଳା ଇନସ୍ପେକ୍ଟର ଏହି ମାମଲାର ତଦନ୍ତ କରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ତଦନ୍ତରେ ଜଣେ ଏସିପି ଗାଇଡ୍ କରିବେ ଏବଂ ହେଡ୍ କ୍ବାର୍ଟରର ଜଣେ ବରିଷ୍ଠ ଅଫିସର ତଦନ୍ତର ମନିଟରିଂ କରିବେ ।

ମାଡ଼ ଘଟଣାର ତଦନ୍ତ:

"ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ଘଟଣାରେ ଏକା ସାଙ୍ଗରେ ତଦନ୍ତ ମଧ୍ୟ ଚାଲିଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ଏକାଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଛି । ଘଟଣାର Medical Examination Report ପୋଲିସର ହସ୍ତଗତ ହୋଇଛି । ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି କଟକ ଅତିରିକ୍ତ ଡିସିପି କହିଛନ୍ତି । ଡିସିପିଙ୍କ କହିବା ଅନୁସାରେ, ଅଭିଯୁକ୍ତ ଡାକ୍ତରଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ ପାଇଁ ବରିଷ୍ଠ ଆଇନଜୀବୀଙ୍କ ସହ ବିଚାରବିମର୍ଶ କରି ପୋଲିସ ପଦକ୍ଷେପ ନେଉଛି ।

କ'ଣ ଥିଲା ପୂରା ଘଟଣା ?

ପୂର୍ବରୁ ପୋଲିସ ଦେଇଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଡାକ୍ତର ଜଣକ ଯୋଜନାବଦ୍ଧ ଭାବରେ ଏହି କାଣ୍ଡ ଭିଆଇଥିଲେ । ଜାଣିଶୁଣି SOP ଉଲ୍ଲଙ୍ଘନ କରିଥିଲେ ଡାକ୍ତର । ଅଭିଯୁକ୍ତ ଡାକ୍ତର ଓ ତାଙ୍କ ପରିବାର ଆଣୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ ଅତରିକ୍ତ ଡିସିପି ଅନୀଲ ମିଶ୍ର । ସେ କହିଥିଲେ,"ଏସସିବିରେ ଶୁକ୍ରବାର ବଦଳରେ ଜାଣିଶୁଣି ରବିବାର ଦିନ ପରୀକ୍ଷା ପାଇଁ ଡାକିଥିଲେ ଅଭିଯୁକ୍ତ ଡାକ୍ତର । ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ଇକୋ ପରୀକ୍ଷା କଲେ ନାହିଁ। ଅଭିଯୋଗକାରୀ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ତାଙ୍କୁ ବି ସେଠାରୁ ବାହାରକୁ ବାହାର କରିଦେଲେ । ଇକୋ ପରୀକ୍ଷା 15 ମିନିଟରେ ଶେଷ ହୁଏ କିନ୍ତୁ ଅଭିଯୁକ୍ତ ଡାକ୍ତର 30 ମିନିଟ ପରୀକ୍ଷା କରିଥିଲେ । ଦୁଇ ଜଣ ରୋଗୀ ମହିଳା ହୋଇଥିବାବେଳେ ପରୀକ୍ଷା ସମୟରେ ଜଣଙ୍କୁ ପାଖରେ ରଖିପାରିଥାନ୍ତେ । ପୀଡିତାଙ୍କ ବୟାନ ଓ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣରୁ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁର ଘଟଣାକୁ ଉଦ୍ଦେଶ୍ୟମୂଳକ ଭାବେ କରିଥିବା ଜଣାପଡ଼ିଛି।"

ଏହା ବି ପଢନ୍ତୁ...SCB ଲଜ୍ଜାର ସାଂଘାତିକ ସତ: ଦୋଷୀ ସାବ୍ୟସ୍ତ ହେଲେ ଡାକ୍ତର ଦିଲବାଗ, ଆସିଲା ବହିଷ୍କାର ନିର୍ଦ୍ଦେଶ - SCB Rape Case

ଗିରଫ ହୋଇଥିଲେ ଅଭିଯୁକ୍ତ ଡାକ୍ତର:
ଅଭିଯୋଗ ଆଧାରରେ ଦୁଇ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ଡାକ୍ତର ଆକ୍ରମଣର ଶିକାର ହୋଇ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ମଧ୍ୟ ହେଉଥିଲେ । ଏନେଇ ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନାରେ ପ୍ରତି ଅଭିଯୋଗ କରିଥିବା ଜଣାପଡିଛି । ତେବେ ପୋଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିଲା ।

ଡାକ୍ତରଙ୍କ ପରିବାରର ପାଲଟା ଅଭିଯୋଗ:

ଡାକ୍ତରଙ୍କ ପତ୍ନୀ ଓ ପରିବାରଲୋକେ ପାଲଟା ଅଭିଯୋଗ ଆଣିଥିଲେ । "ମେଡିକାଲର ସିସିଟିଭି ଯାଞ୍ଚ ହେଉ, ଜଣେ ବ୍ୟକ୍ତି ଏକ ପ୍ରକୋଷ୍ଠରେ ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ଭିତ୍ତିହୀନ । ଦୋଷ ପ୍ରମାଣିତ ହେଲେ ଦଣ୍ଡ ମିଳୁ କିନ୍ତୁ ପୋଲିସରେ ଅଭିଯୋଗ କରିବା ପୂର୍ବରୁ ଦୀଲବାଗଙ୍କୁ ଡାକ୍ତରୀ ଛାତ୍ର ମାଡ ମାରିଲେ କାହିଁକି ?" ବୋଲି ପ୍ରଶ୍ନ କରିଛନ୍ତି ଅଭିଯୁକ୍ତ ଡାକ୍ତରଙ୍କ ପରିବାର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.