ETV Bharat / state

ଡେଙ୍ଗୁ ମୁକାବିଲା ପାଇଁ ପ୍ରସ୍ତୁତ CMC, ମେୟରଙ୍କୁ ଘେରିଲା କଂଗ୍ରେସ - Politics Over Dengue

Politics Over Dengue in Cuttack: କଟକରେ ଡେଙ୍ଗୁ ସ୍ଥିତିକୁ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ସିଏମସି । ବିଭିନ୍ନ ବିଭାଗକୁ ନେଇ ସିଏମସି ପକ୍ଷରୁ ବୈଠକ କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 13, 2024, 4:25 PM IST

Dengue Preparation in Cuttack
Dengue Preparation in Cuttack (ETV Bharat Odisha)

କଟକ: ଚିନ୍ତା ବଢ଼ାଉଛି ଡେଙ୍ଗୁ । ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଏନେଇ ସଜାଗ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲାରେ ଯଦିଓ ଏଯାବତ ୨୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି, ମାତ୍ର ସହରରେ ଏବେ ସୁଦ୍ଧା କୌଣସି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତଥାପି ଡେଙ୍ଗୁ ପାଇଁ ସିଏମସି ସ୍ୱତନ୍ତ୍ର ପଦକ୍ଷେପ ନେଉଥିବା ସିଏମସି କମିଶନର କହିଛନ୍ତି । ଗତ 10 ବର୍ଷ ହେବ କଟକ ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ଡେଙ୍ଗୁ ଆୟତ୍ତରେ ରହିଥିବା ଓ ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଉଥିବା ମେୟର ସୁବାସ ସିଂ କହିଛନ୍ତି ।

ବିଶେଷକରି ବର୍ଷା ସମୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ଯେଉଁଥି ପାଇଁ ବର୍ଷା ଆରମ୍ଭରୁ ଡେଙ୍ଗୁ ସଜାଗ ଆରମ୍ଭ ହୋଇଯାଇଛି । କଟକରେ ଡେଙ୍ଗୁ ସ୍ଥିତିକୁ ନେଇ ମେୟର କହିଛନ୍ତି, "ବର୍ଷା ଆରମ୍ଭ ହେବା ପୂର୍ବରୁ ସିଏମସି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛି । ବୁସ କଟିଂ, ମଶା ତେଲ ପକାଇବା ଭଳି ବିଭିନ୍ନ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।" ଶୁକ୍ରବାର ମଧ୍ୟ ଏନେଇ ସିଏମସି ବିଭିନ୍ନ ବିଭାଗଙ୍କୁ ନେଇ ବୈଠକ ମଧ୍ୟ କରିଛି । ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ,ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏହି ବୈଠକ କରିଛି ସିଏମସି । ବିଶେଷକରି ପ୍ରତ୍ୟେକ ୱାର୍ଡରେ ଲୋକମାନେ କିପରି ଡେଙ୍ଗୁ ପାଇଁ ସଚେତନ ରହିବେ ସେନେଇ ଲୋକମାନଙ୍କୁ ସଚେତନ କରାଇବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବର୍ଷା ଦିନିଆ ରୋଗ ପ୍ରତି ସତର୍କ ! ଡେଙ୍ଗୁ ପ୍ରତିକାର ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ - Waterborne diseases concerns

ମେୟର ଆଉ ମଧ୍ୟ କହିଛନ୍ତି, "କଟକ ସହରର ଯେଉଁ ଅଞ୍ଚଳରେ ଡେଙ୍ଗୁ ଚିହ୍ନଟ କରାଯାଇଥାଏ ,ସେଠାରେ ଦୀର୍ଘ ବର୍ଷ ହେବ ଆୟତ୍ତ ରହିଛି । ଯୋବ୍ରା, କାଜିବଜାର, ମେରିଆ ବଜାର ଭଳି ସ୍ଥାନରେ ଏହାର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ସିଏମସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବାରୁ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ରହିଛି ।’’

ଅନ୍ୟପଟେ ସିଏମସି ମେୟରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ କର୍ପୋରେଟର ସନ୍ତୋଷ ଭୋଳ । ଦୁର୍ନୀତିର ଗନ୍ତାଘର ପାଲଟିଛି ସିଏମସି । ଡେଙ୍ଗୁ ପାଇଁ ଯଥେଷ୍ଟ ପଦକ୍ଷେପ ନ ନେଲେ ବିରୋଧୀ ତାର ଜବାବ ଦେଵ ବୋଲି କଡା ଚେତାବନୀ ଦେଇଛି ବିରୋଧୀ କଂଗ୍ରେସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.