ETV Bharat / state

ରଥଯାତ୍ରା ପାଇଁ ଗଡିବ ସ୍ବତନ୍ତ୍ର ବସ: କେଉଁ ରୁଟରେ ମିଳିବ ସେବା, ଜାଣି ନିଅନ୍ତୁ - Special Buses For Rath Yatra 2024

author img

By ETV Bharat Odisha Team

Published : Jul 5, 2024, 9:08 PM IST

Special Buses For Rath Yatra 2024: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ବସସେବା । ୭ଟି ଆନ୍ତଃ ସହର ରୁଟରେ ଚାଲିବ 33ଟି ସ୍ବତନ୍ତ୍ର ବସ୍‌ । ଅଧିକ ପଢନ୍ତୁ

Special Buses For Rath Yatra 2024
Special Buses For Rath Yatra 2024 (ETV Bharat Odisha)

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ ପକ୍ଷରୁ ସ୍ବତନ୍ତ୍ର ବସ ସେବାର ଆରମ୍ଭ ହେବ । ୭ଟି ଆନ୍ତଃ ସହର ରୁଟ ଥିବାବେଳେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । ନିୟମିତ ଭାବରେ ଏହି ରୁଟ ବସ ଗୁଡ଼ିକ କଟକ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଚଳାଚଳ କରିବ । ପ୍ରାୟ 33ଟି ସ୍ବତନ୍ତ୍ର ବସ୍‌ ଏହି ରୁଟ୍‌ରେ ଚଳାଚଳ କରିବ ।

  • ରୁଟ ୫୦ ଏକ୍ସପ୍ରେସ: ଭୁବନେଶ୍ବର ରେଳ ଷ୍ଟେସନ-ତାଳବଣିଆ ବସଷ୍ଟାଣ୍ଡ
  • ରୁଟ ୫୧ ଏକ୍ସପ୍ରେସ: ବରମୁଣ୍ଡା ବିଏସଏବିଟି-ତାଳବଣିଆ ବସଷ୍ଟାଣ୍ଡ
  • ରୁଟ ୫୩ ଏକ୍ସପ୍ରେସ (ସଟଲ ସର୍ଭିସ) - ମାଳତିପାଟପୁର ବସଷ୍ଟାଣ୍ଡ-ତାଳବଣିଆ ବସଷ୍ଟାଣ୍ଡ
  • ରୁଟ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନଏଲୟୁ) କଟକ-ତାଳବଣିଆ ବସଷ୍ଟାଣ୍ଡ
  • ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା-ତାଳବଣିଆ ବସଷ୍ଟାଣ୍ଡ (ଭାୟା ଜଟଣୀ)
  • ରୁଟ୍ ୫୭ ଏକ୍ସପ୍ରେସ - ତାଳବଣିଆ ବସଷ୍ଟାଣ୍ଡ - କାକଟପୁର, ପୁରୀ (ଭାୟା ନିୟୁ ମେରାଇନ ଡ଼୍ରାଇଭ, କୋଣାର୍କ)
  • ରୁଟ ୫୮ ଏକ୍ସପ୍ରେସ - ଜଗତପୁର, କଟକ-ତାଳବଣିଆ ବସଷ୍ଟାଣ୍ଡ
  • ରୁଟ ୫୯ ଏକ୍ସପ୍ରେସ - ମହାନଦୀ ବିହାର, କଟକ-ତାଳବଣିଆ ବସଷ୍ଟାଣ୍ଡ

ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ ଫ୍ଲାଟ ୧୦୦ ଟଙ୍କା, ନନ୍‌ ଏସି ୮୦ ଟଙ୍କା, ସଟଲ ବସ ସେବା ଫ୍ଲାଟ ୨୦ ଟଙ୍କା ଟିକେଟ ମୂଲ୍ୟରେ ଯାତାଯତ କରିପାରିବେ । ଏଇ ବା ଏୟାରପୋର୍ଟ ଏକ୍ସପେସ ୧, ଏଇ ୨, ୫୨, ୬୦ ଏବଂ ୬୧ ନମ୍ବର ରୁଟ ଗୁଡ଼ିକରେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ପର୍ଯ୍ୟନ୍ତ କ୍ରୁଟ ବସ ସେବା ସ୍ଥଗିତ ରହିବ । କିନ୍ତୁ ୧୦ରୁ ୧୪ ତାରିଖ ମଧ୍ୟରେ ପୂର୍ବଭଳି ରୁଟ ଗୁଡ଼ିକରେ ବସ ଚାଲୁ ରହିବ । ଏହାଦ୍ବାରା ଶ୍ରଦ୍ଧାଳୁମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଯାତ୍ରୀମାନଙ୍କ ଯାତାୟତ ନିମନ୍ତେ କ୍ରୁଟ ବସ ନିୟମିତ ବ୍ୟବଧାନରେ ଦିନ ତମାମ ଚାଲୁ ରହିବ । ଏହି ସ୍ବତନ୍ତ୍ର ବସ ସେବା ଏବଂ ସମୟ ସୂଚୀ ବିଷୟରେ କ୍ରୁଟର ସୋସିଆଲ ମିଡିଆ ପେଜରୁ ଅଧିକ ସୂଚନା ପାଇପାରିବେ ।

ପଢନ୍ତୁ ଅନ୍ୟ କିଛି ଖବର

ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ଓ ମାଉସୀ ମନ୍ଦିରର ମାହାତ୍ମ୍ୟ; କ'ଣ ରହିଛି ଜଗନ୍ନାଥଙ୍କର ସମ୍ପର୍କ

ବିନା ଯନ୍ତ୍ରପାତିରେ ବିଶାଳ ରଥ ନିର୍ମାଣ; ମାତ୍ର 20 ଇଞ୍ଚ ମାପକାଠିରେ ତିଆରି ହୁଏ ବଡ଼ଦିଅଁଙ୍କ ରଥ, ଜାଣନ୍ତୁ ପୁରା ରହସ୍ୟ

ରଥଯାତ୍ରାରେ ଟ୍ରାଫିକ ଓ ଜନଗହଳି ନିୟନ୍ତ୍ରଣ କରିବ AI ଡ୍ରୋନ, ଭକ୍ତଙ୍କୁ କଢ଼ାଇବ ବାଟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.