ETV Bharat / state

ଶାର୍କ ଟ୍ୟାଙ୍କରେ ଚମକିଲେ 2 ଓଡିଆ, ଜଜଙ୍କ ଦୃଷ୍ଟି ଆକର୍ଷଣ କଲା ‘କୋରାସିଆ ଟେକ୍ନୋଲୋଜି' - ODIA YOUTH AT SHARK TANK SHOW

author img

By ETV Bharat Odisha Team

Published : Mar 21, 2024, 5:59 PM IST

NIT Rourkela Student founder of Coratia technologies: ଶାର୍କ ଟ୍ୟାଙ୍କରେ ଯାଇ ଜଜଙ୍କୁ ଇମ୍ପ୍ରେସ କଲା ରାଉରକେଲା NITର ପୂର୍ବତନ ଛାତ୍ରଙ୍କ ଟେକ୍ନୋଲଜି । ଦୁଇ ରୋବଟ ମାଧ୍ୟମରେ କଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । ଅଧିକ ପଢ଼ନ୍ତୁ,

ଚମକିଲେ ରାଉରକେଲା ଦୁଇ ଯୁବ ପ୍ରତିଭା
ଚମକିଲେ ରାଉରକେଲା ଦୁଇ ଯୁବ ପ୍ରତିଭା
ଚମକିଲେ ରାଉରକେଲା ଦୁଇ ଯୁବ ପ୍ରତିଭା

ରାଉରକେଲା: ବିଜନେସ ରିଆଲିଟି ଟେଲିଭିଜନ ଶୋ' ଶାର୍କ ଟ୍ୟାଙ୍କରେ ଜଜଙ୍କୁ ଇମ୍ପ୍ରେସ କଲା ରାଉରକେଲା NITର ପୂର୍ବତନ ଛାତ୍ରଙ୍କ ଟେକ୍ନୋଲୋଜି । ଦୁଇ ରୋବଟ ମାଧ୍ୟମରେ କଲେ ସମସ୍ତଙ୍କୁ ଚକିତ । 80 କୋଟିର ଭ୍ୟାଲୁଏସନରେ ପାଇଲେ ଇନ୍‌ଭେଷ୍ଟମେଣ୍ଟ । ପୂର୍ବରୁ ଗଭୀର ଜଳ ମଧ୍ୟରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ‘କୋରାସିଆ ଟେକ୍ନୋଲୋଜି '। ତେବେ ଏହାର ଫାଉଣ୍ଡର ହେଉଛନ୍ତି ରାଉରକେଲା NITର ପୂର୍ବତନ ଛାତ୍ର ଦେବ ପ୍ରଧାନ । ବର୍ତ୍ତମାନର କିଛି ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଛି ଏହି ପ୍ରୋଜେକ୍ଟ ।

ଏହି ଷ୍ଟାର୍ଟଅପ ମାନବ ବିହୀନ ରୋବଟ୍ ତିଆରି କରିଛି । ଯାହା ବିଭିନ୍ନ ଡ୍ୟାମ୍, ପାଇପଲାଇନ୍, ବନ୍ଦର ଏବଂ ଇଣ୍ଡଷ୍ଟ୍ରିଆଲ କଣ୍ଟେନର ଭିତରେ ସହ ଅନ୍ୟାନ୍ୟ ଜଳ ପ୍ରକଳ୍ପ ପାଇଁ ଭିତ୍ତିଭୂମିର ବିକାଶ ସହ ସ୍ଥାୟିତ୍ବ ବୃଦ୍ଧି କରିବାରେ ସାହାଯ୍ୟ କରିବ ସହିତ ବିଭିନ୍ନ ସମସ୍ୟାକୁ ଦୂରକରିବା ସକ୍ଷମ ରହିଛି । ଗଭୀର ଜଳ ଭିତରେ ଯାଇ ସେଠାରେ ପାଣି ଭିତରେ ଏହାର ସ୍ଥିତି କିଭଳି ଅଛି ତାହାର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ପାରୁଛି ଏହି ଦୁଇ ରୋବଟ ଜଳଦୂତ ଏବଂ ଜଳସିଂହା । ଏହା ଭାରତୀୟ ନୌସେନା ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଥିବା ଫାଉଣ୍ଡର ସୂଚନା ଦେଇଛନ୍ତି । ଏହି ଷ୍ଟାର୍ଟଅପ ଏବେ ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ‘ସାର୍କ ଟ୍ୟାକ୍ ଇଣ୍ଡିଆ ସିଜନ୍ ୩'ରେ ତାଙ୍କ ପାଇଁ ଇନଭେଷ୍ଟର ପାଇଛି । ଏହି ଷ୍ଟାର୍ଟଅପ୍‌କୁ ତାଙ୍କ କମ୍ପାନୀର ୧ ପ୍ରତିଶତ ଅଂଶ ବଦଳରେ ୮୦ ଲକ୍ଷ ଟଙ୍କାର ନିବେଶ ମିଳିଛି ଯାହାର ଭ୍ୟାଲୁଏସନ ହେଉଛି ୮୦ କୋଟି ଟଙ୍କା । ଓୟୋ ହୋଟେଲର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ସବୁ ସର୍ତ୍ତକୁ ମାନି ନେଇ ଏହି କମ୍ପାନୀ ସହ ଯୋଡ଼ି ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... କିଭଳି ମିଳେ ସୁନାମି ସୂଚନା, ବୈଜ୍ଞାନିକ କହିଲେ ଟେକ୍ନୋଲୋଜି

ଏହି ଏପିସୋଡ୍ ଗତକାଲି ପ୍ରସାରିତ ହେବା ପରେ ଷ୍ଟାର୍ଟଅପ୍‌କୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ୨୦୨୧ ମସିହା ନଭେମ୍ବର ମାସରେ NIT ରାଉରକେଲାରେ ଏହି ଷ୍ଟାର୍ଟଅପ୍ ‘କୋରାସିଆ ଟୋକ୍ନୋଲଜି' ଜନ୍ମ ନେଇଥିଲା । NIT ରାଉରକେଲାର ୨୦୧୭ ମେକାନିକାଲ ବ୍ୟାଚ୍‌ର ଦୁଇ ପୂର୍ବତନ ଛାତ୍ର ଦେବେନ୍ଦ୍ର ପ୍ରଧାନ ଏବଂ ବିଶ୍ବଜିତ ସ୍ବାଇଁ ଏହି ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ ଉଭୟେ ଏଠାରେ ଅଧ୍ୟୟନ ସମୟରେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ ତେବେ ରାଉରକେଲାରେ ପାଠପଢ଼ା ଶେଷ କରିବା ପରେ ଅଧିକ ଗବେଷଣା ଓ ଜ୍ଞାନଆହରଣ ପାଇଁ ଦୁହେଁ ବିଦେଶରେ ଚାକିରି କରିଥିଲେ । ଉଭୟେ ୪ ବର୍ଷ ଲେଖାଏଁ କାମ କରିବା ପରେ ପୁଣି ଫେରି ଆସିଥିଲେ ରାଉରକେଲାକୁ । NITରେ ଏଫ୍‌ଟିବିଆଇ ସହ ଯୋଡ଼ି ହୋଇ ପାଣି ଭିତରେ କାର୍ଯ୍ୟକ୍ଷମ ରୋବଟ୍ ତିଆରି କରିବାରେ ମନନିବେଶ କରିଥିଲେ। ପରେ ଅନ୍ୟ କିଛି ସହଯୋଗୀଙ୍କ ସହ ମିଶି ଗବେଷଣାକୁ ବ୍ୟାପକ କରିଥିଲେ । ଦୁଇବର୍ଷର କସରତପରେ ପ୍ରକଳ୍ପ ନିର୍ମିତ ହୋଇଥିଲା।

ସଂପ୍ରତି କମ୍ପାନୀ ନିର୍ମିତ ଦୁଇ ପ୍ରକଳ୍ପ, ଜଳସିଂହ ଓ ଜଳଦୂତ ସଫଳତାର ସହ କାର୍ଯ୍ୟ କରୁଛି । ପ୍ରକଳ୍ପ 'ଜଳସିଂହ' କେବଳ ଭାରତୀୟ ନୌସେନା ପାଇଁ ପ୍ରସ୍ତୁତ କରାଯାଇଛି ନୌସେନାର ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଯଥା ଉଦ୍ଧାର, ମନିଟରିଂ, ପାଟ୍ରୋଲିଂ, ସୀମାସୁରକ୍ଷା, ଅପରେସନ ଆଦିରେ ନିୟୋଜିତ ହେବ ସେହିପରି ପ୍ରକଳ୍ପ 'ଜଳଦୂତ' ବିଭିନ୍ନ ବେସରକାରୀ, ସରକାରୀ ସଂସ୍ଥାକୁ ସେବା ପ୍ରଦାନ କରିବ । ଏହି ରୋବଟ୍ ଗଭିର ଜଳରେ ୩୧୧ ମିଟର ଭିତରକୁ ଯିବାର କ୍ଷମତା ବହନ କରୁଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢ଼ାଯିବାକୁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହି ରୋବଟ୍ ଷ୍ଟାବିଲିଟି, କମ୍ପ୍ୟୁଟର ଭିଜନ ସିଷ୍ଟମ୍, ସହଜ ପରିଚାଳନା, ସୋନାର ମ୍ୟାପିଂ ସିଷ୍ଟମ୍ ପାଇଁ ବେଶ୍ ଆଗରେ। ଏହି କମ୍ପାନି ଭାରତ ସରକାରଙ୍କ ଆଲଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତୀୟ ରେଳବାଇ ଆଦି ସହ ଜଡ଼ିତ ହୋଇସାରିଛି । ଏହାଛଡ଼ା ବହୁ ବେସରକାରୀ ସଂସ୍ଥା ଯଥା, ସେଲ୍, ଆଇଡେକ୍ସ, ହିଣ୍ଡାଲ୍‌କୋ, ଏଷ୍ଟିନୋ ଏନର୍ଜି, ଟାଟାଷ୍ଟିଲ, କିଟାଉ ରେବୋଟିକ୍ସ, ଆଦି ଏକାଧିକ ପ୍ରତିଷ୍ଠିତ କମ୍ପାନୀକୁ ସେବା ଯୋଗାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.