ETV Bharat / state

ରାଜସ୍ଥାନ ରାଜା ନାଁରେ କାରନାମା ; କଲେଜ ମାଲିକାଣୀଙ୍କଠାରୁ ଠକିନେଲା ୪୫ ଲକ୍ଷ ଟଙ୍କା - UP Conman Arrested

author img

By ETV Bharat Odisha Team

Published : Aug 9, 2024, 11:34 AM IST

Updated : Aug 9, 2024, 2:16 PM IST

Up Conman who cheated Bhubaneswar woman arrsted: ଫେସବୁକରେ ନିଜକୁ ରାଜସ୍ଥାନର ରାଜା କହି ଭୁବନେଶ୍ବର କଲେଜ ମାଲିକାଣିକୁ ଫସାଇଥିଲା ଠକ । ସେହି ଠକ ରାଜାକୁ ୪୫ ଲକ୍ଷ ଟଙ୍କା ଦେଇ ଫସିଗଲେ ମହିଳା । ପଢନ୍ତୁ ପୁରା ଖବର

ଫେସବୁକରେ ଫସିଲେ କଲେଜ ମାଲିକାଣି; ରାଜସ୍ଥାନର ରାଜା ଭାବି ଦେଇଦେଲେ ୪୫ ଲକ୍ଷ
ଫେସବୁକରେ ଫସିଲେ କଲେଜ ମାଲିକାଣି; ରାଜସ୍ଥାନର ରାଜା ଭାବି ଦେଇଦେଲେ ୪୫ ଲକ୍ଷ (ETV Bharat Odisha)

ଭୁବନେଶ୍ବର: ଆଉ ଜଣେ ରସିକିଆ ଠକର ଠକେଇ କାରନାମା । ନିଜକୁ ରାଜସ୍ଥାନର ରାଜା କହି ଫେସବୁକରେ ଫସାଇଲା କଲେଜ ମାଲିକାଣୀଙ୍କୁ । ମହିଳା ମଧ୍ୟ ଠକକୁ ସତ ସତିକା ରାଜା ଭାବି ଦେଇଦେଲେ ୪୫ ଲକ୍ଷ ଟଙ୍କା । ଆଉ ଠକ ରାଜାର ଅସଲ କାରନାମା ଜାଣିବା ପରେ ଥାନାର ଦ୍ବାରସ୍ଥ ହେଲେ । ଏମିତି ଢଙ୍ଗରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳର ଜଣେ ସମ୍ଭ୍ରାନ୍ତ ଘରର ମହିଳା ଠକେଇର ଶିକାର ହୋଇଛନ୍ତି । ସେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ କମିଶନରେଟ ପୋଲିସ ଉତ୍ତରପ୍ରଦେଶରୁ ସମ୍ପୃକ୍ତ ଠକକୁ ଗିରଫ କରିଛି । ଏନେଇ ମଞ୍ଚେଶ୍ବର ଥାନା ଆଇଆଇସି ମାନସ ସ୍ବାଇଁ ସୂଚନା ଦେଇଛନ୍ତି ।

ଉତ୍ତରପ୍ରଦେଶ ଠକ, ରାଜସ୍ଥାନର ରାଜା:

ଆଇଆଇସିଙ୍କ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ହେଉଛି ରାକେଶ ସିଂ, ବୟସ ୨୬ । ତା' ବାପାଙ୍କ ନାମ ମଙ୍ଗଳା ସିଂ ଏବଂ ଘର ଉତ୍ତପ୍ରଦେଶ ବଲିଆ ଜିଲ୍ଲାର ଟିକେରି ଅଞ୍ଚଳରେ । ସେ ଜଣେ ସମ୍ଭ୍ରାନ୍ତ ମହିଳାଙ୍କୁ ମିଛ ପରିଚୟ ଦେଇ ଠକେଇ କରିଥିବା ନେଇ ଗତ ୨୦୨୧ରେ ଅଭିଯୋଗ ହୋଇଥିଲା । ଏନେଇ କେସ୍ ନମ୍ବର‌ ୨୦୭/୨୦୨୧ ଆଧାରରେ କମିଶନରେଟ ପୋଲିସ ଏବେ ସମ୍ପୃକ୍ତ ଠକକୁ ଉତ୍ତରପ୍ରଦେଶରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଫେସବୁକରେ ଫସିଲେ କଲେଜ ମାଲିକାଣି; ରାଜଫେସବୁକରେ ଫସିଲେ କଲେଜ ମାଲିକାଣି; ରାଜସ୍ଥାନର ରାଜା କହି ଠକିନେଲା ୪୫ ଲକ୍ଷସ୍ଥାନର ରାଜା କହି ଠକିନେଲା ୪୫ ଲକ୍ଷ
ଫେସବୁକରେ ଫସିଲେ କଲେଜ ମାଲିକାଣି; ରାଜସ୍ଥାନର ରାଜା କହି ଠକିନେଲା ୪୫ ଲକ୍ଷ (ETV Bharat Odisha)

ଫେସ୍‌ବୁକରୁ ସମ୍ପର୍କ ପଡିଲା ମହଙ୍ଗା:
ଠକେଇର ଶିକାର ହୋଇଥିବା ମହିଳା ଅଭିଯୋଗ ଆଣି କହିଛନ୍ତି, ''ସେ ପଳାଶୁଣି ଅଞ୍ଚଳରେ ରୁହନ୍ତି । ୩ ବର୍ଷ ତଳେ ଫେସବୁକରେ ଏକ କନଫରେନ୍ସ ପାଇଁ ସେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ଠକ ରାକେଶ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ସମ୍ପୃକ୍ତ ଠକ ନିଜକୁ ରାଜସ୍ଥାନର ରାଜାଙ୍କ ପୁଅ କାରଣ ସିଂ ଭାବେ ପରିଚୟ ଦେଇଥିଲା । ଦେଶର ୫ଟି ରାଜାଙ୍କ ମଧ୍ୟରୁ ସେ ମଧ୍ୟ ଜଣେ ପ୍ରତିଷ୍ଠିତ ରାଜା ବୋଲି କହିଥିଲା । ତାଙ୍କର ଭୁବନେଶ୍ୱରରେ ଘର ଅଛି ଓ ବୁଝାସୁଝା କରିବା ପାଇଁ କେହି ନାହାନ୍ତି । ଯଦି ସମ୍ଭବ ହେବ ଘର ବିକ୍ରି କରିବ କହି ଆଡଭାନ୍ସ ଆକାରରେ ମହିଳାଙ୍କ ଲକ୍ଷେ ଟଙ୍କା ନେଇଥିଲା । ପରେ ସମ୍ପର୍କ ନିବିଡ ହେବାରୁ ଘରର ନକଲି କାଗଜପତ୍ର ମଧ୍ୟ ପଠାଇଥିଲା ।''

ତାକୁ ନ ଦେଖି କେବଳ ଫେସବୁକରେ କଥା ହୋଇ ମହିଳା ଜଣକ ତା' ଉପରେ ବିଶ୍ବାସ କରିନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଠକ ଜଣକ ତା'ର ଭଲ ଚିହ୍ନା ପରିଚୟ ଅଛି ଓ ସେ ବାହାରେ ଚାକିରି କରୁଥିବା ମହିଳାଙ୍କ ସ୍ବାମୀଙ୍କର ଟ୍ରାନ୍ସଫର କରିଦେବ କହି ତାଙ୍କଠାରୁ ଆଉ କିଛି ଟଙ୍କା ନେଇଥିଲା । ପରେ ତା' ଝିଅର କିଡନୀ ଫେଲ୍ ହୋଇଛି କହି ଆର୍ଥିକ ସହାୟତା ମାଗିଥିଲା । ଏଥିରେ ମହିଳାଙ୍କ ବିଶ୍ବାସ ନ ହେବାରୁ ସେ ଭୁବନେଶ୍ବର ଏମ୍ସର ଜଣେ ଡାକ୍ତରଙ୍କ ପରିଚୟ ଦେଇ ଆଉ ଜଣେ ଲୋକଙ୍କ ସହ ମହିଳାଙ୍କ କଥା କରାଇଥିଲା । ମହିଳା ଜଣଙ୍କ ମଧ୍ୟ ସେହି ମିଛ ଡାକ୍ତର ସହ କଥା ହୋଇ ବିଶ୍ବାସ କରି ଟଙ୍କା ଦେଇଥିଲେ । ଏହିଭଳି ଭାବେ ଠକ ଜଣକ ମହିଳାଙ୍କ ଠାରୁ ପର୍ଯ୍ୟାୟକ୍ରମେ ୪୫ ଲକ୍ଷ ଠକି ନେଇଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସପନର ସୈାଦାଗର ଏମିତି ଫସାଉଥିଲା, ଯାହାକୁ ପାଇବାକୁ ପାଗଳ ହେଉଥିଲେ ମହିଳା - Satyajit samal marriage scam case

ନିଜକୁ ରାଜସ୍ଥାନର ରାଜା ସଜାଇଥିଲା:

ତେବେ ମହିଳା ଜଣକ ସେହି ଠକକୁ ରାଜା କାରଣ ସିଂ ବୋଲି ବିଶ୍ବାସ କରିବା ପୂର୍ବରୁ ନିଜର ଜଣେ ଚିହ୍ନା ପରିଚିତ ଲୋକଙ୍କୁ ପଚାରିଥିଲେ । ସେହି ସମ୍ପର୍କୀୟ ଜଣକ ବି ସତକୁ ସତ ସେମିତି ଜଣେ ରାଜାଙ୍କ ପୁଅ ଥିବା କହିବାରୁ ମହିଳାଙ୍କ ବିଶ୍ବାସ ହୋଇଥିଲା । ଯେଉଁଥିପାଇଁ ସେ ଠକକୁ ଟଙ୍କା ଦେଇଥିଲେ । ଏଥିସହ ନିଜ କଲେଜର ଷ୍ଟାଫ୍ ଡାଇରେକ୍ଟର ଓ ପ୍ରିନ୍ସିପାଲଙ୍କ ସହିତ ମଧ୍ୟ ତା'ର ପରିଚୟ କରାଇଥିଲେ ।

ଚାଚା ସିଆରପିଏଫ କମାଣ୍ଡର କହି ଧମକାଉଥିଲା:

ହେଲେ ମହିଳା ଜଣଙ୍କ ଯେତେବେଳେ ଘରର କାଗଜପତ୍ର ଯାଞ୍ଚ କଲେ ତାହା ନକଲି ଜାଣିବା ପରେ ତାକୁ ଟଙ୍କା ମାଗିଥିଲେ । ହେଲେ ଓଲଟା ଠକ ଜଣକ ମହିଳାଙ୍କ ସ୍ବାମୀ ଓ ପିଲାଙ୍କୁ ଅପହରଣ କରିବାର ଧମକ ଦେଇଥିଲା । ମହିଳାଙ୍କୁ ମଧ୍ୟ ଉଠାଇ ନେବାର ଧମକାଉଥିଲା । ତା'ର ଚାଚା ସିଆରପିଏଫ କମାଣ୍ଡର ଅଛି କହି କିଛି ଅସୁବିଧା କଲେ ସିଧା ଉଠାଇ ନେବାର ଧମକ ଦେଉଥିଲା । ଏନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ । ଏଥିସହ ଏହି ଘଟଣା ଜଣେ ଡିଜିପି ରାଙ୍କର ଅଫିସରଙ୍କ ନଜରକୁ ଆଣିବା ପରେ ଡିସିପି ଏହି କେସକୁ ଗୁରୁତ୍ବ ଦେଇଥିଲେ । ଏହାପରେ ଅଭିଯୁକ୍ତ ଠକକୁ ଉତ୍ତରପ୍ରଦେଶରୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 9, 2024, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.