ETV Bharat / state

ମାଲକାନଗିରିରେ କଂଗ୍ରେସର ପ୍ରେସମିଟ୍, ନିର୍ବାଚନ ପାଇଁ ୯ ଗ୍ୟାରେଣ୍ଟି ଦେଲା ଦଳ - Election Guarantee By Congress - ELECTION GUARANTEE BY CONGRESS

Election Guarantee By Congress: ମାଲକାନଗିରିରେ ଜିଲ୍ଲା କଂଗ୍ରେସ ତରଫରୁ ହୋଇଛି ସାମ୍ବାଦିକ ସମ୍ମିଳନୀ । ନିର୍ବାଚନ ପୂର୍ବରୁ ଜିଲ୍ଲାବାସୀଙ୍କୁ ୯ଟି ଗ୍ୟାରେଣ୍ଟି ଦେଇଛି ଦଳ । ଅଧିକ ପଢନ୍ତୁ

Election Guarantee
Election Guarantee
author img

By ETV Bharat Odisha Team

Published : Mar 23, 2024, 10:45 PM IST

Election Guarantee

ମାଲକାନଗିରି: ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ନିର୍ବାଚନ ପାଇଁ ବିଭିନ୍ନ ମୁଦ୍ଦା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା । କଂଗ୍ରେସର ଗ୍ୟାରେଣ୍ଟି ଯୋଜନା ଉପରେ ଜିଲ୍ଲାବାସୀଙ୍କୁ ଜଣାଇବା ପାଇଁ ଏହି ପ୍ରେସମିଟର ଆୟୋଜନ କରିଥିଲା କଂଗ୍ରେସ। ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ରାଜନୈତିକ ଦଳ ତାଙ୍କର ପ୍ରତିଶ୍ରୁତି ନେଇ ଭୋଟରମାନଙ୍କ ପାଖରେ ପହଞ୍ଚୁଥିବାବେଳେ କଂଗ୍ରେସ ମଧ୍ୟ ନିର୍ବାଚନ ପୂର୍ବରୁ ଦେଇଛି ୯ ଟି ଗ୍ୟାରେଣ୍ଟି । ସେଗୁଡ଼ିକ ହେଉଛି, ବୋନସ ସହିତ ଧାନର କ୍ରୟ ମୂଲ୍ୟ, କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କାକୁ ବୃଦ୍ଧି, କୃଷି ଋଣ ଛାଡ଼, କୃଷକ ପାଇଁ ମାସିକ ପେନସନ ୨ ହଜାର ଟଙ୍କା। ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍ ବିଦ୍ୟୁତ ଦେୟ ଛାଡ଼, ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା । ଏହା ସହିତ ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା ପ୍ରଦାନ ।

ସେହିପରି ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ ମହିଳାଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ପ୍ରତ୍ୟେକ ପରିବାରକୁ ମାସକୁ ୫ଶହ ଟଙ୍କାରେ ଗୋଟିଏ ସିଲିଣ୍ଡର ପ୍ରଦାନ କରାଯିବ ବୋଲି ଦଳ ଗ୍ୟାରେଣ୍ଟି ଦେଇଛି । ଏହାସହ ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ସୁବିଧା ମିଳିବ । ଖାଲି ସେତିକି ନୁହେଁ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଉନ୍ମୋଚନ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ - Congress Guaranty Card

ରାଜ୍ୟରେ ଜାତି ଭିତ୍ତିକ ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିଛି ଏଭଳି ମୁଦ୍ଦାର ଗ୍ୟାରେଣ୍ଟି ଦେଇଛି କଂଗ୍ରେସ। ୨୫ ବର୍ଷ ସରକାରରେ ବିଜେଡି ବିଭିନ୍ନ ଦୁର୍ନୀତି କରିଥିବା କହି ବର୍ଷିଛି କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜି. ଶ୍ରୀନିବାସ ରାଓ , ଶରତ ଚନ୍ଦ୍ର ବୁରୁଦା, ମଙ୍ଗୁ ଖିଲ, ପଦ୍ମଣ ପାଙ୍ଗି, ଇଶାଖ ଖୋସଲା, ମାମିନା ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.