ETV Bharat / state

କଂଗ୍ରେସ ସାଙ୍ଗଠନିକ ବୈଠକ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ସମ୍ବଲପୁର ଲୋକସଭା ପର୍ଯ୍ୟବେକ୍ଷକ - Congress Meeting

author img

By ETV Bharat Odisha Team

Published : Apr 6, 2024, 12:19 PM IST

Congress Organization Meeting: ଆଗାମୀ ନିର୍ବାଚନକୁ ନେଇ ସମ୍ବଲପୁରରେ କଂଗ୍ରେସର ସାଙ୍ଗଠନିକ ବୈଠକ । କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଦାୟିତ୍ବ ଦେଲେ ସମ୍ବଲପୁର ଲୋକସଭା ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ

congress organization meeting
congress organization meeting
କଂଗ୍ରେସ ସାଙ୍ଗଠନିକ ବୈଠକ

ସମ୍ବଲପୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଲୋକସଭା ଆସନ ଓ 4 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ । ଆଗକୁ ହେବାକୁ ଥିବା ନିର୍ବାଚନରେ କଂଗ୍ରେସର ରଣନୀତି କଣ ରହିବ ସେନେଇ ଶୁକ୍ରବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ କଂଗ୍ରେସର ସମ୍ବଲପୁର ଲୋକସଭା ପର୍ଯ୍ୟବେକ୍ଷକ ପ୍ରେମ ଶଙ୍କର ମିଶ୍ର । ଏଥିସହ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ଏକଜୁଟ ହୋଇ ନିର୍ଵାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ ସେ l ପ୍ରାର୍ଥୀ ଚୟନକୁ ନେଇ କେତେକ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବୈଠକରେ ବାକ ବିତଣ୍ଡା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-ବୀରମିତ୍ରପୁରରେ ଜୁନିୟର ତିର୍କୀଙ୍କୁ ବିଜେଡି ଟିକଟ, ରୋହିତ କହିଲେ ଲକ୍ଷେରୁ ଊର୍ଦ୍ଧ୍ବ ଭୋଟରେ ଜିତିବି - Odisha Assembly Election

ଆସନ୍ତା 15 ତାରିଖ ମଧ୍ୟରେ ବାକି ରହିଥିବା ସମସ୍ତ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବ l ବର୍ତ୍ତମାନ ଏଆଇସିସି ପକ୍ଷରୁ ଆବେଦନ କରିଥିବା ପ୍ରାର୍ଥୀ ମାନଙ୍କ ସର୍ବେକ୍ଷଣ ଜାରି ରହିଛି l ଦକ୍ଷ ଓ ପାରିବାପଣିଆ ଥିବା ତଥା ବିଜୟର ସମ୍ଭାବନା ରହିଥିବା ପ୍ରାର୍ଥୀଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ କରାଯିବ l ଆର୍ଥିକ ସ୍ତରରେ ସେ ସ୍ଵଚ୍ଛଳ ନଥିଲେ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି କଂଗ୍ରେସ ପର୍ଯ୍ୟବେକ୍ଷକ ପ୍ରେମ ଶଙ୍କର ମିଶ୍ର । ବୁଥ ଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କରାଯିବା ସହ ରଣନୀତି ପ୍ରସ୍ତୁତ କରାଯାଉଛି l ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରାର୍ଥୀ ପାଇଁ ଆବେଦନ କରାଯାଇଥିବା ବେଳେ ଅନଲାଇନରେ ମଧ୍ୟ ବହୁ ପ୍ରାର୍ଥୀ ଟିକେଟ ପାଇଁ ଆବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-'ମୋ ଦଳ ସାଙ୍ଗଠନିକ ବୈଠକ; ଭିକ ନୁହେଁ ହକ ଚାହୁଁ'

ସାଙ୍ଗଠନିକ ବୈଠକରେ ବିଜେପି ଓ ବିଜେଡି ଦଳ ଉପରେ ବର୍ଷିଥିଲେ କଂଗ୍ରେସ ପର୍ଯ୍ୟବେକ୍ଷକ ପ୍ରେମ ଶଙ୍କର ମିଶ୍ର । ସେ କହିଥିଲେ, ''ବିଜେପି ଓ ବିଜେଡି ମଧ୍ୟରେ ବନ୍ଧୁତ୍ୱପୂର୍ଣ ଲଢେଇ ଚାଲିଛି l କଂଗ୍ରେସ ମଇଦାନକୁ ଆସିଲା ପରେ ଅସଲ ଲଢେଉ ହେବ । ଏଥର କଂଗ୍ରେସ 5 ନ୍ୟାୟ 25 ଗ୍ୟାରେଣ୍ଟିକୁ ମୁଦ୍ଦା ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବ । ଓଡିଶା ରାଜ୍ୟରେ ଭ୍ରଷ୍ଟାଚାରି ଓ କେନ୍ଦ୍ରରେ ଏକ ଛତ୍ରବାଦ ଶାସନ ଜାରି ରହିଛି । ତେଣୁ କଂଗ୍ରେସ ଓଡିଶା, ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରିବା ପାଇଁ ନିର୍ବାଚନ ଲଢ଼ିବ ।'' ସାଙ୍ଗଠନିକ ବୈଠକ ପରେ କଂଗ୍ରେସରେ ନୂତନ ଭାବରେ ଯୋଗଦାନ କରିଥିବା ଯୁବ ନେତା ଦିଲ୍ଲୀପ ଦୁରିଆ, କିରନ ଜୟପୁରିଆ, ଚୁମକି ମହାନନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.