ETV Bharat / state

ଗୁଡ଼ ବାଏ ବିଧାନସଭା; ମୁଣ୍ଡିଆ ମାରି ପ୍ରବେଶ ଓ ବିଦାୟ ନେଲେ ସୁର

author img

By ETV Bharat Odisha Team

Published : Feb 9, 2024, 11:05 PM IST

Suresh Routray bids emotional adieu: ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କଲେ । ମୁଣ୍ଡିଆ ମାରି ବିଦାୟ ନେଲେ । ବିଧାୟକ ଭାବେ ଶେଷଥର ଲାଗି ବିଧାନସଭା ଯାଇଥିଲେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ଅଧିକ ପଢନ୍ତୁ

ଗୁଡ଼ ବାଏ ବିଧାନସଭା; ମୁଣ୍ଡିଆ ମାରି ପ୍ରବେଶ ଓ ବିଦାୟ ନେଲେ ସୁର
ଗୁଡ଼ ବାଏ ବିଧାନସଭା; ମୁଣ୍ଡିଆ ମାରି ପ୍ରବେଶ ଓ ବିଦାୟ ନେଲେ ସୁର
ମୁଣ୍ଡିଆ ମାରି ପ୍ରବେଶ ଓ ବିଦାୟ ନେଲେ ସୁର

ଭୁବନେଶ୍ବର: ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କଲେ । ମୁଣ୍ଡିଆ ମାରି ବିଦାୟ ନେଲେ । ବିଧାୟକ ଭାବେ ଶେଷଥର ଲାଗି ବିଧାନସଭା ଯାଇଥିଲେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ଗୃହ ଭିତରେ ଏହା ତାଙ୍କ ପାଇଁ ଶେଷ ବିଧାନସଭା ଅଧିବେଶନ ହୋଇଥିବାରୁ ଭାବ ବିହ୍ଵଳ ହୋଇପଡିଥିଲେ ସୁରେଶ ।

ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । ତେଣୁ ସୁରେଶ ଆଉ ବିଧାନସଭା ଗୃହରେ ଦେଖିବାକୁ ମିଳିବେ ନାହିଁ । କାହିଁକିନା ଆଜି ସୁରେଶଙ୍କର ନିଜର କର୍ମଭୂମୀରେ ଶେଷ ଦିନ । ସୁରେଶ କହିଛନ୍ତି ଯେ, ବିଧାନସଭା ଆଜି ମୋର ଶେଷ ଦିନ । ବିଧାନସଭାକୁ ମିସ କରିବି । ମଲା ପର୍ଯ୍ୟନ୍ତ କଂଗ୍ରେସରେ ଥିଲି, ରହିଛି ଓ ରହିବି । ଲୋକଙ୍କ ସେବା କରୁଛି, ଆଗକୁ ମଧ୍ୟ କରିବି । କିନ୍ତୁ ଆଉ ନିର୍ବାଚନ ଲଢିବିନାହିଁ ବୋଲି ନିଷ୍ପତ୍ତି ନେଇଛି । ଏବେ ଦୁଇ ପୁଅ ରାଜନୀତିକୁ ଓହ୍ଲାଇଛନ୍ତି । ସେମାନେ ଲୋକଙ୍କ ସେବା କରିବେ ।

ବିଧାନସଭାରେ ଆଜି ଶେଷ ଦିନ ଥିବାରୁ ଗୃହରୁ ବାହାରିବା ବେଳେ ଭାବବିହ୍ବଳ ହୋଇ ପଡିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଶେଷ ମୁଣ୍ଡିଆ ମାରି ସେ ବିଧାନସଭାରୁ ବିଦାୟ ନେଇଛନ୍ତି । ବିଦାୟ ନେବା ବେଳେ ବିଧାୟକ ସୁରେଶ କୁମାର ରାଉତରାୟ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୭୭ ମସିହାରେ ପ୍ରଥମ ଥର ବିଧାୟକ ହୋଇଥିଲେ । ତାପରଠୁ ବିଧାନସଭାରେ ଲୋକଙ୍କ ପାଇଁ ସ୍ବର ଉଠାଇଛି । ଲୋକଙ୍କ କାମ କରିବାକୁ ସମସ୍ତଙ୍କ ଠାରୁ ସହଯୋଗ ମିଳିଛି । ୪ ଜଣ ମୁଖ୍ୟମନ୍ତ୍ରୀ ସହ କାର୍ଯ୍ୟ କରିଛି । ନୀଳମଣି ରାଉତରାୟ, ଜାନକୀ ବଲ୍ଳଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକ । ସମସ୍ତଙ୍କ ସହଯୋଗ ମୋ ସହିତ ରହିଥିଲା । ଯେତେବେଳେ ଯାହା ଦାବି କରିଛି ସବୁ ମୁଖ୍ୟମନ୍ତ୍ରୀମାନେ ମୋତେ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନକୀ ବାବୁଙ୍କ ସମୟରେ ଅଧିକ ମିଳିଛି । କିନ୍ତୁ ନବୀନ ପଟ୍ଟନାୟକଙ୍କ ସମୟରେ ବହୁତ କାମ ହୋଇଛି । ୨୪ ଘଣ୍ଟା ଘରେ ଘରେ ପାଣି ଆସୁଛି । ଜଟଣୀ ଅଞ୍ଚଳରେ ବହୁ ଇଞ୍ଜିନିୟରିଂ କଲେଜ ହୋଇଛି । ବହୁ ଜାତୀୟ ଅନୁଷ୍ଠାନ ହୋଇଛି । ଯେତେବେଳେ ମୋ ଅଞ୍ଚଳର ସମସ୍ୟା ନେଇ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଛି, କରିଦେଇଛନ୍ତି । ତେବେ ଆଜିଠାରୁ ଆଉ ବିଧାନସଭାକୁ ଆସିପାରିବିନି । ବିଧାନସଭା ବାହାରେ ଲୋକଙ୍କ ପାଇଁ ସ୍ବର ଉଠାଇବି । ୨୦୨୪ରେ ନିର୍ବାଚନ ଲଢିବେନି ବୋଲି ସୁର ଘୋଷଣା କରିବା ସହ ରାଜନୈତିକ ଜୀବନରୁ ଅବସର ନେଇଛନ୍ତି । ତାଙ୍କ ବଦଳରେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି । ସେପଟେ ନିମାପଡ଼ା ଆସନରୁ ସୁରଙ୍କ ବଡ଼ ପୁଅ ନିର୍ବାଚନ ଲଢି ପାରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.