ETV Bharat / state

ଶେଷ ଅଧିବେଶନ ସାରି ବଲାଙ୍ଗୀର ଫେରିଲେ ନରସିଂହ ମିଶ୍ର, ଜୋରଦାର ସ୍ବାଗତ କଲେ ସମର୍ଥକ - Odisha Assembly last session

Congress Leader Narasingha Mishra: ବିଧାନସଭାରେ ଶେଷ ଅଧିବେଶନ ସରିବା ପରେ ବଲାଙ୍ଗୀର ଫେରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ବଲାଙ୍ଗୀର ବିରାଟ ବାଇକ ରାଲି ସହ ତାଙ୍କର ଜୋରଦାର ସ୍ୱାଗତ କରିଛନ୍ତି କର୍ମୀ । ଅଧିକ ପଢନ୍ତୁ

Congress Leader Narasingha Mishra
ବଲାଙ୍ଗୀର ଫେରିଲେ ନରସିଂହ ମିଶ୍ର
author img

By ETV Bharat Odisha Team

Published : Feb 12, 2024, 11:27 AM IST

ବଲାଙ୍ଗୀର ଫେରିଲେ ନରସିଂହ ମିଶ୍ର

ବଲାଙ୍ଗୀର: ବିଧାନସଭାରେ ଶେଷ ଅଧିବେଶନ ସାରି ନିଜ ଜିଲ୍ଲାକୁ ଫେରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର । ଏହି ସମୟରେ ତାଙ୍କୁ କଂଗ୍ରେସ କର୍ମୀ ଓ ନେତାମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଫୁଲ ମାଳ ଦେଇ ସ୍ୱାଗତ କରାଯିବା ସହ ସହରରେ ଏକ ବିଶାଳ ବାଇକ ରାଲି କରି ତାଙ୍କୁ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ କଂଗ୍ରେସ କର୍ମୀ । ଏହି ସମୟରେ କଂଗ୍ରେସର ବରିଷ୍ଠ ବିଧାୟକ ଭାବବିହ୍ୱଳ ହୋଇପଡିଥିଲେ ।

ଆଉ ନିର୍ବାଚନରେ ଭାଗ ନେବେନି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଏନେଇ ବହୁ ପୂର୍ବରୁ ଘୋଷଣା କରିସାରିଛନ୍ତି ନରସିଂହ ମିଶ୍ର । ଏହି କ୍ରମରେ ନିକଟରେ ସରିଥିବା ବିଧାନସଭା ଅଧିବେଶନ ତାଙ୍କର ଶେଷ ଅଧିବେଶନ ଥିଲା । ରାଜନୀତିକ ଜୀବନର ଶେଷ ଅଧିବେଶନ ସାରି ବଲାଙ୍ଗୀର ନିଜ ଜିଲ୍ଲାକୁ ଫେରିଛନ୍ତି କଂଗ୍ରେସର ବରିଷ୍ଠ ନେତା । ଜିଲ୍ଲାରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଶତାଧିକ କଂଗ୍ରେସ କର୍ମୀ ତଥା ସଂଗଠନମାନେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଫୁଲ ମାଳ ପିନ୍ଧାଇ ସ୍ୱାଗତ କରିଥିଲେ । ସହରରେ ଏକ ବିରାଟ ବାଇକ୍ ରାଲି କରି ତାଙ୍କୁ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଗୁଡ଼ ବାଏ ବିଧାନସଭା; ମୁଣ୍ଡିଆ ମାରି ପ୍ରବେଶ ଓ ବିଦାୟ ନେଲେ ସୁର

ଏହି ସମୟରେ ନରସିଂହ ମିଶ୍ର ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ମଧ୍ୟ ସେବା ଜାରି ରଖିବେ ବୋଲି କହିଛନ୍ତି । ନରସିଂହ ବିଧାନସଭା ଅନୁଭୂତିକୁ ମନେ ପକାଇବା ସହ ବିଧାନସଭାର ସମସ୍ତ ବିଧାୟକମାନଙ୍କ ସହଯୋଗ ଓ ସ୍ନେହ ପାଇଁ ଧନ୍ୟବାଦ ଜଣାଇଥିଲେ । ଆଗକୁ ବଲାଙ୍ଗୀରରୁ ଯିଏ ବି ବିଧାୟକ ହେବ ସେ ନିଶ୍ଚୟ ବଲାଙ୍ଗୀର ପ୍ରତି ସବୁବେଳେ ସେବା ମନୋବୃତ୍ତି ରଖି କାମ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।

ନରସିଂହ ମିଶ୍ର ଛାତ୍ର ଜୀବନରୁ ରାଜନୀତିରେ ପାଦ ରଖିଥିଲେ । 1990ରେ ପ୍ରଥମ ଥର ପାଇଁ ସେ ଲୋଇସିଂହା ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ ଏବଂ ସେ ସମୟରେ ସେ ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । 2000ରେ ସେ ବିଧାୟକ ଭାବେ ଲୋଇସିଂହା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ପୁଣି 2004ରେ ଲୋଇସିଂହାରୁ ନିର୍ବାଚନ ଜିତି କଂଗ୍ରେସ ବିଧାୟକ ଦଳର ବିଧାନସଭାର ଉପସଭାପତି ହୋଇଥିଲେ । ସେହିପରି 2009ରେ ବଲାଙ୍ଗୀର ଲୋକସଭା ଆସନରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏହାପରେ 2014 ଓ 2019ରେ ସେ କ୍ରମାଗତ ଭାବରେ କଂଗ୍ରେସରୁ ବଲାଙ୍ଗୀର ବିଧାନସଭାରେ ବିଜୟୀ ହୋଇଥିଲେ । ତେବେ ବରିଷ୍ଠ କଂଗ୍ରେସ ନେତାଙ୍କ ରାଜନୀତିକ ଗୋଟି ଚାଳନା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୋଇ ଆସୁଛି । ଆଗାମୀ ନିର୍ବାଚନରେ ସେ ଅଂଶଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ତେବେ ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.