ETV Bharat / state

ବିଜେଡିରେ ମିଶିବା କଥା ଗୁଜବ, ଏହା ବିରୋଧୀଙ୍କ ଷଡଯନ୍ତ୍ର: ସୁରେନ୍ଦ୍ର ସିଂହ ଭୋଇ

author img

By ETV Bharat Odisha Team

Published : Mar 2, 2024, 10:30 AM IST

Congress Leader Surendra Singh Bhoi: ବଲାଙ୍ଗୀରର ଟାଣୁଆ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ବିଜେଡିରେ ମିଶିବା ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ଖଣ୍ଡନ କରିଛନ୍ତି ସୁରେନ୍ଦ୍ର । ଅଧିକ ପଢ଼ନ୍ତୁ

ସୁରେନ୍ଦ୍ର ସିଂହ ଭୋଇ
ସୁରେନ୍ଦ୍ର ସିଂହ ଭୋଇ
ସୁରେନ୍ଦ୍ର ସିଂହ ଭୋଇ

ବଲାଙ୍ଗୀର: ପାଖେଇ ଆସିଲାଣି 2024 ନିର୍ବାଚନ । ଏବେଠୁ ସରଗରମ ହେଲାଣି ରାଜନୀତି ପାଣିପାଗ । ଆରମ୍ଭ ହେଲାଣି ଦଳ ଡିଆଁ ନୀତି । ଏ ଦଳ ଛାଡ଼ି ସେ ଦଳରେ ମିଶୁଛନ୍ତି ନେତା । ଏହାରି ଭିତରେ ବଲାଙ୍ଗୀରର ଆଉ ଜଣେ ଟାଣୁଆ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ ବିଜେଡିରେ ମିଶିବା ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହା ଏକ ଗୁଜବ । ବିରୋଧୀ ଷଡ଼ଯନ୍ତ୍ର କରି ଏଭଳି ଗୁଜବ କରୁଥିବାର ଅଭିଯୋଗ ଆଣିଛନ୍ତି ସୁରେନ୍ଦ୍ର ।

ତେବେ ବଲାଙ୍ଗୀରର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଓ ବର୍ତ୍ତମାନ କଂଗ୍ରେସ ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ବିଜେଡି ଦଳରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସେ କିଛି ସମର୍ଥକଙ୍କ ସହ ଭୁବନେଶ୍ୱର ନବୀନ ନିବାସରେ ଡେରା ପକାଇଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା । ସେପଟେ ସୁରେନ୍ଦ୍ର ବିଜେଡିରେ ଯୋଗ ଦେଇଥିବାର ନେଇ ସାଧାରଣରେ ଲୋକେ ଆଲୋଚନା କରୁଥିଲେ । ହେଲେ ସୁରେନ୍ଦ୍ର ସିଂହ ଭୋଇ ଏଥିରେ ସାମ୍ନାକୁ ଆସି ନିଜ ବୟାନ ରଖିଛନ୍ତି । ସେ କଂଗ୍ରେସରେ ଥିଲେ । କଂଗ୍ରେସ ଓ ଲୋକଙ୍କ ପାଇଁ କାମ କରୁଥିଲେ ତଥା ଆଗକୁ ମଧ୍ୟ କଂଗ୍ରେସରେ ରହି କାମ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଯୁବ କଂଗ୍ରେସ ବିକ୍ଷୋଭ: ରାଜ୍ୟ-କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିଭି ଶ୍ରୀନିବାସ

ଏନେଇ ସୁରେନ୍ଦ୍ର ସିଂହ ଭୋଇ କହିଛନ୍ତି, "ବିଜେଡିରେ ମିଶିବା କଥା ସମ୍ପୂର୍ଣ୍ଣ ଗୁଜବ ଅଟେ ଓ ଏଥିରେ କୌଣସି ସତ୍ୟତା ନାହିଁ । ବିରୋଧୀ ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରି ଗୁଜବ କରିଛନ୍ତି । ଏହି ଗୁଜବକୁ ନେଇ ମୋତେ ଅନେକ ଫୋନ୍ ଆସୁଛି । ମୁଁ କଂଗ୍ରେସ ଦଳର କାମ ପାଇଁ ଭୁବନେଶ୍ବର ଯାଇଥିବା ବେଳେ ଏଠି ବିରୋଧୀ ଏଭଳି ପ୍ରଚାର କରିଛନ୍ତି । ମୁଁ କଂଗ୍ରେସ ସହିତ ରହିଛି ଏବଂ ଦଳ ପାଇଁ ଦୈନନ୍ଦିନ ସବୁ କାର୍ଯ୍ୟ କରୁଥିବି । ମୁଁ ଜିଲ୍ଲା କଂଗ୍ରେସ ସଭାପତି ରହିଛି । ତେଣୁ ଦଳକୁ ମଜବୁତ୍ କରିବା ପାଇଁ ଦିନରାତି ଅହରହ କାମ କରୁଛି । ଏଭଳି ଗୁଜବରେ କେହି ବିଶ୍ୱାସ କରନ୍ତୁ ନାହିଁ ।" ସୂଚନା ଥାଉକି ଗତ ତିନି ଦିନ ହେବ ସୁରେନ୍ଦ୍ର ଭୁବନେଶ୍ୱର ଯାଇଥିବା ବେଳେ ସେ ବିଜେଡିରେ ଯୋଗ ଦେଇଥିବାର ଚର୍ଚ୍ଚା ହୋଇ ଆସୁଥିଲା । ଏପରିକି ତାଙ୍କ ଦଳ ମଧ୍ୟରେ ମଧ୍ୟ ଏଭଳି ଚର୍ଚ୍ଚା ହେବା ସହ ଅନେକ ପ୍ରଶ୍ନ ସାମନାକୁ ଆସିଥିଲା । ହେଲେ ନିଜେ ସୁରେନ୍ଦ୍ର ସିଂହ ଭୋଇ ଏହାକୁ ଖଣ୍ଡନ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.