ETV Bharat / state

ରତ୍ନଭଣ୍ଡାର ଖୋଲିବା ପରେ ରାଜ୍ୟ ସରକାରଙ୍କୁ ଏଭଳି କହିଲେ ଶ୍ରୀକାନ୍ତ ଜେନା - Ratna Bhandar Reopen

author img

By ETV Bharat Odisha Team

Published : Jul 14, 2024, 8:51 PM IST

Srikanta Jena On Ratna Bhandar Reopen: ଆଜି ଖୋଲିଛି ରତ୍ନଭଣ୍ଡାର । ତେବେ ରତ୍ନଭଣ୍ଡାର ଖୋଲିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଅଧିକ ପଢନ୍ତୁ

Ratna Bhandar Reopen
Ratna Bhandar Reopen (ETV Bharat Odisha)

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟି ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆଜି ପ୍ରଥମ ଦିନରେ ବାହାର ରତ୍ନଭଣ୍ଡାର ଖୋଲିଛି । ସେପଟେ ଭିତର ରତ୍ନଭଣ୍ଡାର ଚାବି ଭଙ୍ଗା ଯାଇଥିଲେ ମଧ୍ୟ ଅଳଙ୍କାର ସ୍ଥାନାନ୍ତରଣ ହୋଇନାହିଁ । ତେବେ ରତ୍ନଭଣ୍ଡାର ଖୋଲିବା ପଦକ୍ଷେପକୁ ସ୍ବାଗତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଏହାସହ ପ୍ରତି ୨ରୁ ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲଯାଉ ବୋଲି କହିଛନ୍ତି ଶ୍ରୀକାନ୍ତ ।

ଏନେଇ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି," 1978ରେ ଯେତେବେଳେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିଲେ ଓ ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ ସେହି ସରକାରରେ ମୁଁ କିଛି ଦିନ ପାଇଁ ମନ୍ତ୍ରୀ ଥିଲି । ସେତେବେଳେ ନିଷ୍ପତ୍ତି ହୋଇଥିଲା ରତ୍ନଭଣ୍ଡାର ଖୋଲାଯିବ ଓ ରତ୍ନଭଣ୍ଡାରର ଇନ୍‌ଭେଣ୍ଟ୍ରି ହେବ । ସେ ସମୟରେ ଇନ୍‌ଭେଣ୍ଟ୍ରି ହୋଇଛି । ଏହାର କପି ମଧ୍ୟ ପ୍ରକାଶ ପାଇଛି । ଏବେ ଯେଉଁ ଖୋଲାଯାଇଛି ତାହାର ମଧ୍ୟ ଇନ୍‌ଭେଣ୍ଟ୍ରି ହେବା ଦରକାର । ମୋ ମତରେ ପ୍ରତି ୨ କିମ୍ବା ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲଯାଉ । ଠିକ୍‌ଠାକ ଅଛି ନା ନାହିଁ ଦେଖାଯାଉ । ଯାହାଫଳରେ ଲୋକଙ୍କ ମନରେ ଯେଉଁ ସନ୍ଦେହ ଉପୁଜୁଛି ତାହା ଦୂର ହେବ । ଏବେ ମଧ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ କମିଟିରେ ଯେଉଁ ରତ୍ନ ଅଳଙ୍କାର ଅଛି ତାର ହିସାବ ରଖନ୍ତୁ ସରକାର ।

ଆଜି ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବାଧୀନ 11 ଜଣିଆ ଉଚ୍ଚସ୍ତରୀୟ କମିଟି ତତ୍ତ୍ବାବଧାନରେ ଦୀର୍ଘ 46 ବର୍ଷ ପରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ଉଭୟ ବାହାର ଓ ଭିତର ଭଣ୍ଡାର ଖୋଲି ତଦାରଖ କରିଛି ମନିଟରିଂ କମିଟି । ଆଜି ନିର୍ଦ୍ଧାରିତ ସମୟ ଅପରାହ୍ନ 1ଟା 28 ମିନିଟରେ ପ୍ରଥମେ ବାହାର ‘ରତ୍ନଭଣ୍ଡାର’ ଖୋଲାଯିବା ପରେ ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ମଧ୍ୟ ଖୋଲାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଅପୂର୍ବ ଏ ସଂଯୋଗ; ବାପା ଖୋଲିଥିଲେ, ଏବେ ପୁଅ ଖୋଲିଲେ - Puri Ratna Bhandar Opening

ବାହାର ଭଣ୍ଡାରରୁ ରତ୍ନ ଅଳଙ୍କାର ବାହାର କରାଯାଇ ଶ୍ରୀମନ୍ଦିର ଭିତର ବେଢାରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଇଛି । ପରେ ଏହାକୁ ପୁନଃ ସିଲ୍‌ କରାଯାଇଛି । ସେହିପରି ଭିତର ଭଣ୍ଡାରର ତାଲା ନଖୋଲିବାରୁ ଏହାକୁ ଭାଙ୍ଗିବାକୁ ପଡିଛି । ଭିତର ଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ସମୟ ଅଭାବରୁ ଅଳଙ୍କାର ସ୍ଥାନାନ୍ତରଣ କରାଯାଇ ପାରିନାହିଁ । ପୁନଃ ଏହାକୁ ନୂଆ ତାଲାରେ ସିଲ୍‌ କରାଯାଇଛି । ଆସନ୍ତାକାଲି ବାହୁଡାଯାତ୍ରା ଥିବା ବେଳେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କର ବହୁ ନୀତିକାନ୍ତି ରହିଛି । ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପାଇଁ ‘ନିଳାଦ୍ରୀ ବିଜେ’ ପରେ ପୁଣି ଗୋଟିଏ ଦିନ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.