ETV Bharat / state

ମୋହନ ସରକାର ମିଛୁଆ ସରକାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଠକିଛନ୍ତି:କଂଗ୍ରେସ - subhadra scheme Issue

author img

By ETV Bharat Odisha Team

Published : Aug 24, 2024, 11:03 PM IST

SUBHADRA SCHEME ISSUE:ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ମୋହନ ସରକାରଙ୍କ ଉପରେ ବର୍ଷିଲେ ସୋନାଲି । କହିଲେ ସରକାର ନୁହେଁ ଏଠି ସର୍କସ ଚାଲିଛି । ଅଧିକ ପଢନ୍ତୁ

SUBHADRA SCHEME ISSUE
SUBHADRA SCHEME ISSUE (ETV Bharat Odisha)

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଦଳର ନେତ୍ରୀ ସୋନାଲି ସାହୁ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏ ସରକାର ମିଛୁଆ ସରକାର ବୋଲି କହିବା ସହ ସୁଭଦ୍ରା ଯୋଜନା ନାରେ ଓଡ଼ିଶାର ମାଆ-ଭଉଣୀ ବା ସୁଭଦ୍ରାମାନଙ୍କୁ ଠକିଛନ୍ତି । ଉପେକ୍ଷା ଓ ପ୍ରତାରଣା କରିଛନ୍ତି ଓ ବିଶ୍ୱାସରେ ବିଷ ଦେଇଛନ୍ତି ବୋଲି କହିଛନ୍ତି । କାରଣ ବିଜେପି ଦଳ ସୁଭଦ୍ରାକୁ ଢାଲ କରି ନିର୍ବାଚନ ଲଢିଲେ ପ୍ରତିଶ୍ରୁତି ଦେଲେ ହେଲେ ନିର୍ବାଚନ ଜିତିବା ପରେ ନିଜର ପ୍ରତିଶ୍ରୁତି ଭୁଲିଗଲେ ।

'ମୋହନ ସରକାର ମିଛୁଆ ସରକାର':

କଂଗ୍ରେସ ନେତ୍ରୀ ସୋନାଲି ସାହୁ କହିଛନ୍ତି,"ବର୍ଷକୁ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି କହିଥିଲା ବିଜେପି ହେଲେ ସରକାରକୁ ଆସିଲା ପରେ ସରକାରଙ୍କ ମନ ବଦଳି ଗଲା । ମୋହନ ସରକାର ମିଛୁଆ ସରକାର । ଦଳର ଅଭିମୁଖ୍ୟ ଭୁଲି ମହିଳା ବିରୋଧୀ ହୋଇଗଲେ । ନିର୍ବାଚନ ପୂର୍ବରୁ ପ୍ରଥମେ କହିଲେ ୨ ମାସରେ ଦେବେ ପରେ କହିଲେ ୧ ବର୍ଷରେ ଟଙ୍କା ମହିଳାଙ୍କ ଖାତା ଆସିବ। ଆଉ ଏବେ କହୁଛନ୍ତି ବର୍ଷକୁ ୧୦ ହଜାର କିସ୍ତି ହିସାବରେ ଦେବେ ଏହା କେତେ ଦୂର ଠିକ ? ଏହି ଯୋଜନା ପାଇଁ ଟଙ୍କା ୧୦ ହଜାର କୋଟି ମଞ୍ଜୁର ହୋଇଛି । ଏହି ଯୋଜନାକୁ ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ । ଏଥିପାଇଁ ଏମାନେ ଋଣ ଆଣିବେ ତେଣୁ ଏହାର ପ୍ରଭାବ ମଧ୍ୟ ଓଡିଶାର ମହିଳା ମାନଙ୍କ ଉପରେ ସିଧାସଳଖ ଭାବେ ପଡିବ । ତେଣୁ ଏହି ଯୋଜନା ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ ନୁହେଁ ଆର୍ଥିକ ସ୍ଥିତିକୁ ଦୂବଳ କରାଇବା । "

'ଋଣ କରି ଘିଅ ଖାଇବା ବିଜେପି ଠାରୁ ଶିଖିବାକୁ ପଡିବ':
ସେ ଆହୁରି ମଧ୍ୟ କହିଛନ୍ତି,"ଗତକାଲି କ୍ୟାବିନେଟରେ ସରକାର କହିଲେ ୫୫ ହଜାର ୮୨୫ କୋଟି ୫ ବର୍ଷରେ ଖର୍ଚ୍ଚ ହବ ଓ ବର୍ଷକୁ ପାଖାପାଖି ୧୦ କୋଟି ଖର୍ଚ୍ଚ ହେବ ୫ ବର୍ଷରେ ୫୦ କୋଟି । ଏଥିରେ ବି ଫନ୍ଦି କରି କହିଲେ ଯେ ବର୍ଷକୁ ୫ ହଜାର ଲେଖାଁଏ ୨ ଥର ଦେବେ । ପ୍ରଥମ ଟଙ୍କା ରାକ୍ଷୀ ପୂର୍ଣ୍ଣିମାରେ ଦେବେ କହିଲେ କିନ୍ତୁ ରାକ୍ଷୀ ଯାଇ ସାରିଛି । ତେଣୁ ଏହା ସ୍ପଷ୍ଟ ଯେ ଏମାନେ ମିଛୁଆ ସରକାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ପ୍ରତ୍ୟେକ ପଞ୍ଚାୟତରେ ୨୦୦ ମହିଳା ଅର୍ଥାତ ସମୁଦାୟ ୧୩ ଲକ୍ଷ ୫୮ ହଜାର ଉପକୃତ ହେବେ ଅନ୍ୟପଟେ ଏକଥା ମଧ୍ୟ କୁହାଯାଇଛି ଯେ ସମୁଦାୟ ୧ କୋଟି ମହିଳା ଉପକୃତ ହେବେ । ତେଣୁ ଏହା ସ୍ପଷ୍ଟ ଯେ ଏ ସରକାରର ବଜେଟରେ କୌଣସି ସତ୍ୟତା ନାହିଁ । ଏପରିକି ସୁଭଦ୍ରା ଯୋଜନା ପାଇଁ ଅର୍ଥ ଦେବାପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ । ଋଣ କରି ସରକାର ମହିଳାଙ୍କୁ ତାଙ୍କ ଦେବେ । ତେଣୁ ଋଣ କରି ଘିଅ ଖାଇବା ବିଜେପି ଠାରୁ ଶିଖିବାକୁ ପଡିବ । ସରକାରରେ ଆସିବ ୨ ମାସ ହୋଇନି ହଜାର ହଜାର କୋଟି ଟଙ୍କା ଋଣ ଆଣୁଛନ୍ତି । ଏବେ ପ୍ରଶ୍ନ ଉଠୁଛି ଏହି ଋଣ ଅର୍ଥକୁ ଶୁଝିବ କିଏ ?"

ଏହା ମଧ୍ୟ ପଢନ୍ତୁ ...ବିଜେଡି ବିଧାୟକଙ୍କ ଟ୍ରେନିଂ; ନବାଗତଙ୍କୁ ପ୍ରଶିକ୍ଷଣ ଦେବେ ଅଭିଜ୍ଞ - BJD Training Programme

'ସରକାର ନୁହେଁ ଏଠି ସର୍କସ ଚାଲିଛି':

ଅନ୍ୟପଟେ ସୋନାଲି କହିଛନ୍ତି,"ଯୋଜନା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମାଧାର୍ଯ୍ୟ କରାଯାଇଛି ଓ ବିବାହିତ ହୋଇଥିବା ଜରୁରୀ ବୋଲି କୁହାଯାଉଛି ଏହା କେତେଦୂର ଠିକ ? ଯଦି ୬୫ ବର୍ଷରେ ଆପଣଙ୍କ ଦଳରେ ଜଣେ ମହିଳା ଅର୍ଥମନ୍ତ୍ରୀ ହୋଇପାରିବେ ତେବେ ସୁବିଧା ପାଇବା ପାଇଁ ସାଧାରଣ ମହିଳାର ବୟସ କାହିଁକି ୬୦ ହେବ ଦରକାର । ତେଣୁ ସରକାର ବୟସକୁ ନେଇ ପାତରଅନ୍ତର କରୁଛନ୍ତି ।ସେହିପରି ସୁବିଧା ପାଇବା ପାଇଁ ଜଣେ ବିବାହ କରିବା ନିହାତି ଦରକାର କି? ସରକାର ତେବେ ଏଥିପାଇଁ କ'ଣ ଜଣେ ମହିଳା ଜବରଦସ୍ତ ବିବାହ କରିବେ ? ତେଣୁ ଏହି ଯୋଜନାର ଏସଓପି ଦେଖିଲେ ଲାଗୁଛି ସରକାର ନୁହେଁ ଏଠି ସର୍କସ ଚାଲିଛି । ଏହି ଷଡ଼ଯନ୍ତ୍ରକୁ ଓଡ଼ିଶାର ମାଆ-ଭଉଣୀ ଭଲ ଭାବରେ ବୁଝିସାରିଲେଣି । ତେଣୁ ଗାଁ ଗହଳିରେ ଏଥର ନାରା ପଡ଼ିଲାଣି "ଗଲି ଗଲି ମେ ଚୋର ହେ ମୋହନ ସରକାର ଚୋର ହେ "। ତେଣୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଦେଇଥିବା ଧୋକା ଓ ପ୍ରତାରଣା ପାଇଁ ଆଗାମୀ ଦିନରେ ମହିଳା ମାନଙ୍କୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.