ETV Bharat / state

ନିର୍ବାଚନ ଆସିଲେ ଯୋଜନା ଆସେ, ସବୁ ଲଲିପପ୍: ନରସିଂହ - ନରସିଂହ ମିଶ୍ର

Narasingh Mishra targets govt: ନିର୍ବାଚନ ଆସିଲେ ସରକାରଙ୍କ ବିଭିନ୍ନ ଯୋଜନା ଆସେ ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

Narasingh Mishra targets govt
Narasingh Mishra targets govt
author img

By ETV Bharat Odisha Team

Published : Feb 13, 2024, 3:03 PM IST

Updated : Feb 14, 2024, 11:06 AM IST

ବଲାଙ୍ଗୀର: ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ନିର୍ବାଚନ ଆସିଲେ ଭୋଟରଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଥାନ୍ତି ରାଜ୍ୟ ସରକାର । ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଗତ ସୋମବାର(ଫେବୃଆରୀ ୧୨) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ସମେତ ରାଜ୍ୟର ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିବା ସହ ବଲାଙ୍ଗୀର ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ଯାହାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର ।

ଗତ ସୋମବାର(ଫେବୃଆରୀ ୧୨ରେ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ସମେତ ରାଜ୍ୟର ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଥିଲେ । ଏହାସହ ଗତ କିଛି ମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ପାଇଁ ହଜାର ହଜାର କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ କିମ୍ବା ଉଦଘାଟନ ହୋଇଛି । ଏଭଳି ସ୍ଥଳେ ସରକାରଙ୍କୁ ଘେରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ ରାଜ୍ୟ ସରକାରଙ୍କୁ ସିଧାସଳଖ ଆକ୍ଷେପ କରି କହିଛନ୍ତି ଯେ, " ନିର୍ବାଚନ ଆସିଲେ ସରକାର ଏଭଳି ଯୋଜନା କରୁଛନ୍ତି । ଏସବୁ ଯୋଜନା ଲଲିପପ୍, ଯାହା ସାଧାରଣ ଜନତାଙ୍କୁ କୌଣସି ଲାଭ ଦେବ ନାହିଁ। " ଏଥିରେ କେବଳ ବିଜେଡି ନେତା କିମ୍ବା କର୍ମୀ ଲାଭବାନ ହେବେ ବୋଲି କହିଛନ୍ତି ନରସିଂହ ମିଶ୍ର ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ଆସିଲେ ମିଛ କହିବାର ଅଭ୍ୟାସ ସରକାରଙ୍କ ବଢିଯାଏ: ବିଜେପି

ନରସିଂହ ମିଶ୍ର ଆହୁରି ମଧ୍ଯ କହିଛନ୍ତି "ସରକାରଙ୍କୁ ନିର୍ବାଚନ ଆସିଲେ ଲୋକଙ୍କ କଥା ମନେ ପଡ଼େ । ନିର୍ବାଚନ ଆସିଲେ ମାଳ ମାଳ ଯୋଜନା ସରକାର ଆଣିଥାନ୍ତି। ଏପରିକି ଭତ୍ତା ଟଙ୍କା ବୃଦ୍ଧି କିମ୍ବା ଅନ୍ୟ ଯୋଜନାରେ ଟଙ୍କା ବୃଦ୍ଧି କରି କରିଥାନ୍ତି । ତେଣୁ ଲୋକଙ୍କ ସମସ୍ୟା କେବଳ ନିର୍ବାଚନ ଆସିଲେ ସରକାରକୁ ଦେଖାଯାଏ । ଅତଏବ ଏହା ନିର୍ବାଚନୀ ଲଲିପପ୍ ଅଟେ ଯାହା କେବେ ଜନ ସାଧାରଣଙ୍କୁ ଲାଭ ଦେବ ନାହିଁ । ଓଲଟା ଯୋଜନା ନାଁରେ ବିଜେଡି କର୍ମୀ ନେତା ଲାଭବାନ ହେବେ । ଏପରିକି 24 ବର୍ଷ ଶାସନରେ ସରକାର ଦାଦନ ସମସ୍ୟା ସମାଧାନ କରି ପରି ନାହାନ୍ତି । ସ୍କୁଲରେ ଶିକ୍ଷକ, ଡାକ୍ତରଖାନାରେ ଡାକ୍ତର ଦେଇ ପାରି ନାହାନ୍ତି। ହେଲେ ନିର୍ବାଚନ ଆସିଲେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା ନାଁରେ ଟଙ୍କା ବଢ଼ାଇବ ଏହି ନୀତି । " ତେଣୁ ଏଭଳି ଚାଲିଲେ ରାଜ୍ୟର ବିକାଶ ଅସମ୍ଭବ ବୋଲି ନରସିଂହ ମିଶ୍ର କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

Last Updated : Feb 14, 2024, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.