ETV Bharat / state

ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି, ଏହା ସମ୍ପୂର୍ଣ୍ଣ ନକଲି: କଂଗ୍ରେସ - Congress on Exit Polls 2024

author img

By ETV Bharat Odisha Team

Published : Jun 3, 2024, 3:45 PM IST

Updated : Jun 3, 2024, 4:01 PM IST

Congress on Exit Polls 2024: ଏକଜିଟ୍‌ ପୋଲ୍‌କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଏହାକୁ ନକଲି କହିବା ସହ କଂଗ୍ରେସ ସରକାରକୁ ଆସିବ ବୋଲି କହିଛନ୍ତି କଂଗ୍ରେସ ନେତା ବିଶ୍ବରଞ୍ଜନ ମହାନ୍ତି । ଅଧିକ ପଢନ୍ତୁ

Congress Leader Biswaranjan Mohanty
Congress Leader Biswaranjan Mohanty (ETV Bharat Odisha)

ଭୁବନେଶ୍ବର: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଜୁନ 1 ତାରିଖରେ ଶେଷ ହେବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌ ବା ବୁଥବାହୁଡ଼ା ମତ । ଏକଜିଟ୍‌ ପୋଲ୍‌ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ବୁଥବାହୁଡା ମତ ସମ୍ପୂର୍ଣ୍ଣ ନକଲି । ଦେଶରେ ଏକଜିଟ୍‌ ପୋଲ୍‌ର ଡ୍ରାମା ଚାଲିଛି ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି ।

ଏକଜିଟ ପୋଲକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ (ETV Bharat Odisha)

ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଶ୍ବରଞ୍ଜନ କହିଛନ୍ତି, "ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି । ଏବେ ଯେଉଁ ଏକଜିଟ ପୋଲ ଦେଖାଯାଉଛି ଏହା ଏକ ଜାଲି, ନକଲି, ପ୍ରଭାବୀ ଏକଜିଟ ପୋଲ । ବିଭିନ୍ନ ଗଣମାଧ୍ୟମରେ ଫଳାଫଳ ବଦଳି ଯାଇଛି । ଜନତା ନମ୍ବର ଦେବେ । ଜନତାଙ୍କ ରୋଷ ଉଭୟ ବିଜେଡି ଏବଂ ବିଜେପି ଉପରେ ରହିଛି । ଆସନ୍ତାକାଲି ଫଳାଫଳ ଘୋଷଣା ପରେ ସଭାପତି ଦଳ ପକ୍ଷରୁ ମତ ରଖିବି ।"

ସେ ଆହୁରି କହିଛନ୍ତି ଯେ ସାରା ଦେଶରେ ଅନ୍ୟ ଏକ ମାହୋଲ ବନେଇବା ପାଇଁ ଚେଷ୍ଟା କରାଯାଉଛି । ଏହା ହେଉଛି ସରକାରୀ ମ୍ୟାନେଜମେଣ୍ଟ ଏକଜିଟ୍‌ ପୋଲ୍‌ । 2004 ମସିହାରେ ମଧ୍ୟ ସରକାରୀ ମ୍ୟାନେଜମେଣ୍ଟ ଏକଜିଟ୍‌ ପୋଲ୍‌ କହୁଥିଲା ପୁନର୍ବାର ବାଜପେୟୀ ସରକାର ଆସିବ । କିନ୍ତୁ କଂଗ୍ରେସ ନେତୃତ୍ବରେ UPA ସରକାର ଦେଶରେ ସରକାର କରିଥିଲା । ଏହି ଘଟଣାରୁ ଅନୁଭବ କରିବା କି ସରକାର କେଉଁଭଳି ମ୍ୟାନେଜମେଣ୍ଟ ପୋଲ କରନ୍ତି । କିନ୍ତୁ 2024 ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ପାଇବ ଏବଂ ସରକାର କରିବ । ତୃଣମୂଳ ସ୍ତରରେ ଯାହା ରିପୋର୍ଟ ଆସୁଛି ତାହା ମଧ୍ୟ ଇଣ୍ଡିଆ ମେଣ୍ଟ ସପକ୍ଷରେ ଆସୁଛି । ଓଡ଼ିଶାରେ ମଧ୍ୟ ଭଲ ପ୍ରଦର୍ଶନ କରିବ କଂଗ୍ରେସ ।

ଏହା ବି ପଢନ୍ତୁ- ଓଡ଼ିଶା ସନ୍ଦର୍ଭରେ ଭୁଲ ପ୍ରମାଣିତ ହେବ EXIT POLL: ବିଜେଡି

ନିର୍ବାଚନ ସରିବା ପରେ ସାରା ଦେଶରେ ଏବେ ଚର୍ଚ୍ଚା କିଏ ହାତେଇବ କେତେ ସିଟ । ଏକଜିଟ୍‌ ପୋଲ୍‌କୁ ନେଇ ସବୁଆଡେ ଆଲୋଚନା । ଏକଜିଟ ପୋଲ ଏକଜାକ୍ଟ ପୋଲ୍‌ ନୁହେଁ । ଦେଶର ପ୍ରାୟ ସବୁ ଗଣମାଧ୍ୟମ ଚ୍ୟାନେଲ ଗୁଡ଼ିକରେ ଏନଡିଏ ମେଣ୍ଟ ସପକ୍ଷରେ ମତ ଦେଉଥିବା ବେଳେ ଇଣ୍ଡିଆ ମେଣ୍ଟକୁ କମ ସଂଖ୍ୟକ ସିଟ ଆକଳନ କରାଯାଇଛି । କଂଗ୍ରେସକୁ ଓଡ଼ିଶାରେ ଇଣ୍ଡିଆ ଟୁଡେ ଭଳି ଗଣମାଧ୍ୟମ ସଂସ୍ଥା ବିଜେଡି ବିଜେପିକୁ ବିଧାନସଭାରେ ସମାନ ସଂଖ୍ୟକ ସିଟରେ ଜିତିବା ଆକଳନ କରିଛନ୍ତି । ସେହିପରି କଂଗ୍ରେସ 2 ସଂଖ୍ୟକ ସିଟ ପାଇବ ନାହିଁ ବୋଲି ଦର୍ଶାଯାଇଛି । ବିଜେଡି ଜୁନ 4 ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହେବ ମତାମତ କାହା ସପକ୍ଷରେ ଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 3, 2024, 4:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.