ETV Bharat / state

ଜଟଣୀ ଟିକେଟ ରାଜନୀତିକୁ ନେଇ କଂଗ୍ରେସରେ ନିଆଁ, ପୁଅ ସପକ୍ଷରେ ବାହାରିଲେ ସୁର - Jatni Tension for Congress

Jatni Tension for Congress: ତୁଟୁନି କଂଗ୍ରେସର ଜଟଣୀ ଅଡ଼ୁଆ । ଗତକାଲି କଂଗ୍ରେସ ଭବନରେ ହୋହଲ୍ଲା କରିଥିଲେ ସୁର ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ । ଆଜି ଉଭୟ ସିଦ୍ଧାର୍ଥ ଓ ସଂଗ୍ରାମଙ୍କୁ ବିରୋଧ କରି ଟିକେଟ ଦାବି କରିଛନ୍ତି ଅଶୋକ ମଙ୍ଗରାଜ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 9, 2024, 9:51 PM IST

Jatni Tension for Congress
Jatni Tension for Congress
Jatni Tension for Congress

ଭୁବନେଶ୍ବର: ତୁଟୁନି କଂଗ୍ରେସର ଜଟଣୀ ଅଡ଼ୁଆ । ଆଜି ପୁଣି ଜଟଣୀ ନିର୍ବାଚନ ମଣ୍ଡଳୀ ଟିକେଟ ରାଜନୀତିକୁ ନେଇ କଂଗ୍ରେସ ଭବନରେ ହୋହାଲ୍ଲା ଓ ନାରାବାଜି ଦେଖିବାକୁ ମିଳିଛି । ଜଟଣୀ କଂଗ୍ରେସରେ ଦୀର୍ଘଦିନ ହେବ କାର୍ଯ୍ୟ କରୁଥିବା ଅଶୋକ ମଙ୍ଗରାଜ ତାଙ୍କ ସମର୍ଥକଙ୍କ ସହ ଆସି ହାଲ୍ଲାବୋଲ ଓ ନାରାବାଜି କରିଛନ୍ତି । କଂଗ୍ରେସରେ ସନ୍ତୋଷ ଜେନାଙ୍କ ମିଶ୍ରଣକୁ ବିରୋଧ ସହ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ଓ ତାଙ୍କ ପୁତୁରା ସଂଗ୍ରାମ ରାଉତରାୟଙ୍କୁ ମଧ୍ୟ ବିରୋଧ କରି ଅଶୋକ ଓ ଅଶୋକଙ୍କ ସମର୍ଥକ ମାନେ ନାରାବାଜି କରିଛନ୍ତି ।

ଟିକେଟ ଦାବି କଲେ ଅଶୋକ ମଙ୍ଗରାଜ: ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ସମର୍ଥନ କରି ନିଜକୁ ତାଙ୍କ ଆନୁଗତ୍ୟ କହି ଜଟଣୀରୁ ମୁଁ ଟିକେଟ ହକଦାର ବୋଲି ଅଶୋକ କହିଛନ୍ତି । ସେ କହିଛନ୍ତି, "ମୁଁ ସନ୍ତୋଷ ଜେନାଙ୍କ ମିଶ୍ରଣକୁ ବିରୋଧ କରୁନାହିଁ । ମୁଁ ବିରୋଧ କରୁଛି ସଂଗ୍ରାମ ରାଉତରାୟଙ୍କୁ । ଯିଏକି ହିଂସାତ୍ମକ ଭାବେ ଆସି ଗତକାଲି ଏଠାରେ ବିରୋଧ କରିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ନକରି ସମର୍ଥକଙ୍କ ସହ ଆସି ଏଠାରେ ହଙ୍ଗାମା କରିଯାଇଛନ୍ତି । ଯାହା ଗ୍ରହଣୀୟ ନୁହେଁ । କାରଣ ଏମାନେ ତିତି ତିନି ଥର ଦଳକୁ ଜଟଣୀରେ ହତ୍ୟା କରିଛନ୍ତି । ଦଳ ବିରୋଧରେ ଯାଇ ସ୍ବାଧୀନ ଭାବେ ଛିଡା ହୋଇ ହାରିଛନ୍ତି । ଦଳର ନୀତି ନୈତିକତା ଓ ଆଦର୍ଶକୁ ମାନିନାହାନ୍ତି । ସେମାନେ କିନ୍ତୁ ଆସି ଦାବିଦାର ବୋଲି ଏଠାରେ ହଙ୍ଗାମା କରୁଛନ୍ତି । ତାହା ପୁଣି ପିସିସି ସଭାପତିଙ୍କ ଅନୁପସ୍ଥିତିରେ । ତେଣୁ ସେଭଳି ଲୋକଙ୍କୁ ମୁଁ ବିରୋଧ କରୁଛି । ଦଳ ପ୍ରତି ନିଷ୍ଠା ଥିବା ଲୋକ ଯାହାଙ୍କ ସହ ଲୋକ ଥିବେ ସେଭଳି ଲୋକଙ୍କୁ ଦଳ ଟିକେଟ ଦେଲେ ମୁଁ ସମର୍ଥନ କରିବି । ଯଦି ଦଳ ବିରୋଧୀ ବେଇମାନ ଓ କୃତଘ୍ନ ଲୋକଙ୍କୁ ଟିକେଟ ମିଳେ, ତେବେ ମୁଁ ତାଙ୍କୁ ବିରୋଧ କରିବି ଓ ଜଟଣୀରେ ନିର୍ବାଚନ ଲଢ଼ିବାକୁ ଦେବିନାହିଁ । ସୁର ରାଉତରାୟଙ୍କ ଅଂଶୀଦାର ଯେଉଁମାନେ କଂଗ୍ରେସକୁ ହତ୍ୟା କରୁଛନ୍ତି ଓ ପ୍ରଭାବିତ କରୁଛନ୍ତି, କଳୁଷିତ କରୁଛନ୍ତି ସେମାନଙ୍କୁ ଜଟଣୀରେ କବର ଦିଆଯିବ । ଯେଉଁମାନେ ରାଜନୀତିରେ ଆସି କଂଗ୍ରେସର ଢାଲ ପିନ୍ଧି ଅନ୍ୟ ଦଳର ପ୍ରଚାର କରୁଛନ୍ତି ଆଉ ଦଳର ନୀତି ନୈତିକତା ଭୁଲି ଦଳକୁ ହତ୍ୟା କରୁଛନ୍ତି ସେମାନଙ୍କୁ ବିରୋଧ ସହ କବର ଦିଆଯିବ । ମୁଁ ନିଷ୍ଠାପର ଭାବେ ୨୫ ବର୍ଷ ହେଲା କଂଗ୍ରେସ ପାଇଁ କାର୍ଯ୍ୟ କରୁଛି । ତେଣୁ ମୋତେ ସେଠାରେ ଟିକେଟ ଦିଆଯାଉ ବୋଲି ମୁଁ ଦାବି କରୁଛି ।"

ଅନ୍ୟପଟେ ସନ୍ତୋଷ ଜେନାଙ୍କ ମିଶ୍ରଣକୁ ନେଇ ସେ କହିଛନ୍ତି, "ଯାହାର କିଛି ଅସ୍ତିତ୍ବ ନାହିଁ କି ରାଜନୈତିକ ସ୍ଥିରତା ନାହିଁ ସେ କଣ କଂଗ୍ରେସରୁ ଲଢ଼ିବ । ସେ ମିଶନ୍ତୁ ମନା ନାହିଁ, କିନ୍ତୁ ଟିକେଟ ପାଇଲେ ତାଙ୍କୁ ବି ବିରୋଧ ହେବ ।" ଏହି ବିରୋଧ ସମୟରେ ସିଦ୍ଧାର୍ଥ ରାଉତରାୟଙ୍କ ମାନସିକ ସ୍ଥିତି ଭଲ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, "ସିଦ୍ଧାର୍ଥ ସୁର ରାଉତରାୟଙ୍କ ଅଂଶୀଦାର ହୋଇ ମଧ୍ୟ ତାଙ୍କର କଥା ବାର୍ତ୍ତା ଠିକ ରଖୁନାହାନ୍ତି । କେତେବେଳେ କେଉଁଠୁ ଲଢ଼ିବେ ତାହା ମଧ୍ୟ ସ୍ପଷ୍ଟ କରୁନାହାନ୍ତି । ପାଗଳର ପ୍ରଳାପ କରି ରାଜନୈତିକ ଅସ୍ଥିରତାରେ ବ୍ରତୀ ଥିବା ଲୋକଙ୍କୁ ଦଳରେ ମିଶାଉଛନ୍ତି । ତେଣୁ ଯିଏ ଜଟଣୀରେ କଂଗ୍ରେସକୁ ହତ୍ୟା କରିବ, ତାଙ୍କୁ ଆମେ ବିରୋଧ କରିବୁ ।" ପ୍ରକାଶ ଥାଉ, କିଛିଦିନ ତଳେ ବିଜେପିରେ ସନ୍ତୋଷ ଜେନା ସାମିଲ ହୋଇଥିଲେ । ଗତକାଲି ସୁରଙ୍କ ପୁଅ ସିଦ୍ଧାର୍ଥଙ୍କ ନେତୃତ୍ବରେ କଂଗ୍ରେସରେ ମିଶିବାକୁ ଆସିଥିଲେ । ସେଠାରେ ସନ୍ତୋଷଙ୍କୁ ବିରୋଧ କରି ସମର୍ଥକଙ୍କ ସହ କଂଗ୍ରେସ ଭବନରେ ହଟ୍ଟଗୋଳ ଓ ହାଲ୍ଲାବୋଲ କରିଥିଲେ ସୁର ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ ଓ ତାଙ୍କ ସମର୍ଥକ । ଯାହାପରେ ଆଜି ଅଶୋକ ମଙ୍ଗରାଜଙ୍କ ବିରୋଧ ପରେ ଜଟଣୀ ରାଜନୀତି ରୋଚକ ସ୍ଥିତିରେ ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଭବନରେ ହାଇଡ୍ରାମା; ସନ୍ତୋଷ ଜେନାଙ୍କୁ ବିରୋଧ କଲେ ସଂଗ୍ରାମଙ୍କ ସମର୍ଥକ, ମିଶ୍ରଣ ପର୍ବ ବାତିଲ - Oppose To Santosh Jena Joining

ପୁଅ ସପକ୍ଷରେ ବାହାରିଲେ ସୁର: ସେପଟେ ଅଶୋକ ଓ ସଂଗ୍ରାମଙ୍କ ବିରୋଧ ପରେ ମୁହଁ ଖୋଲି ନିଜ ପୁଅଙ୍କ ସପକ୍ଷରେ ବାହାରିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଦଳ ଯାହାକୁ ଯୋଗ୍ୟ ଭାବି ଟିକେଟ ଦେବ, ମୁଁ ତାକୁ ସମର୍ଥନ କରିବି । ଜଟଣୀ କାହା ବାପା ସମ୍ପତ୍ତି ନୁହେଁ କି କିଏ ଆସି ଧମକେଇଲେ ତାର ହେଇଯିବନି । ତେଣୁ ଦଳର ଶୀର୍ଷ ନେତୃତ୍ବ ଯାହା ନିଷ୍ପତ୍ତି ନେବେ, ତାହାକୁ ମୁଁ ମାନିବି । ଏଠି ମୋ ପରିବାର ବେଙ୍ଗ ନୁହଁନ୍ତି ଯେ ତାଙ୍କୁ କେହି କବର ଦେବେ । ସେଥିପାଇଁ ମୁଁ ଦୁଇ ପୁଅଙ୍କୁ କହିଛି ସେବା ମନବୃତି ଓ ନମ୍ରତାର ସହ ଭୋଟ ମାଗ । ଏହାପରେ ବି ଯଦି ମୋ ଦୁଇ ପୁଅଙ୍କୁ ଏସବୁ ଭିତରେ ଟଣାଯାଏ ବା କେଉଁ ଦଳ ତାଙ୍କୁ ହାତମାରେ, ତେବେ ମୁଁ ତାର ଜବାବ ଦେବି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.