ETV Bharat / state

କଂଗ୍ରେସ ଫୋକସରେ ଅଭିଭକ୍ତ କୋରାପୁଟ, ପ୍ରଚାର ମଙ୍ଗ ଧରିବେ ରାହୁଲ ଓ ପ୍ରିୟଙ୍କା - CONGRESS FOCUS ON KORAPUT LOK SABHA

KORAPUT LOK SABHA SEAT: ପୁଣି କଂଗ୍ରେସ କୋରାପୁଟ ଲୋକସଭା ଆସନ ହାତେଇବାକୁ ମାଷ୍ଟର ପ୍ଲାନ । ପ୍ରଚାର ମଙ୍ଗ ଧରିବେ ଜାତୀୟସ୍ତରର ନେତୃତ୍ବ । ଆସନ୍ତା 19 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ।ଅଧିକ ପଢନ୍ତୁ

କଂଗ୍ରେସ ଫୋକସରେ ଅଭିଭକ୍ତ କୋରାପୁଟ, ପ୍ରଚାର ମଙ୍ଗ ଧରିବେ ରାହୁଲ ଓ ପ୍ରିୟଙ୍କା

author img

By ETV Bharat Odisha Team

Published : Apr 11, 2024, 8:52 PM IST

କଂଗ୍ରେସ ଫୋକସରେ ଅଭିଭକ୍ତ କୋରାପୁଟ, ପ୍ରଚାର ମଙ୍ଗ ଧରିବେ ରାହୁଲ ଓ ପ୍ରିୟଙ୍କା

କୋରାପୁଟ: ଜିଲ୍ଲା କଂଗ୍ରେସ ପକ୍ଷରୁ ଲୋକସଭା ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶଶି ଭୂଷଣ ପାତ୍ର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଜୟପୁର ବାବାସାହେବ କଲ୍ୟାଣ ମଣ୍ଡପଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି l କୋରାପୁଟ ଲୋକସଭା କ୍ଷେତ୍ର ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିଛନ୍ତି ଏଆଇସିସି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଡାଲବି, ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ବରିଷ୍ଠ ନେତାଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଏହି ବୈଠକରେ ଯୋଗ ଦେଇଥିଲେ l

ଆସନ୍ତା 19 ତାରିଖରେ ସପ୍ତଗିରି ଉଲାକା ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ରାର୍ଥିପତ୍ର ଦାଖଲ ସମୟରେ ସମସ୍ତ ବିଧାୟକ ପ୍ରାର୍ଥି ଉପସ୍ଥିତ ରହିବେ l ଦେଖିବାକୁ ଗଲେ କଂଗ୍ରେସ ଫୋକସରେ ରହିଛି ଅଭିଭକ୍ତ କୋରାପୁଟ ଜିଲ୍ଲା । ରାୟଗଡ଼ା ଜିଲ୍ଲାକୁ ରାହୁଲ ଗାନ୍ଧୀ ଓ କୋରାପୁଟ ଜିଲ୍ଲାକୁ ପ୍ରିୟଙ୍କା ଗାନ୍ଧୀ ଆସିବାର ଯୋଜନା ରହିଥିବାନେଇ ଦଳ ପକ୍ଷରୁ କୁହାଯାଇଛି । ତେବେ ରାହୁଲ ଓ ପ୍ରିୟଙ୍କାଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଓ୍ବନ୍ତ ରେଡ୍ଡୀ, କହ୍ନେୟା କୁମାର, ଭୁପେଶ ବଘେଲ ମଧ୍ୟ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି l ଦଳର ଶୀର୍ଷ ନେତୃତ୍ବଙ୍କ ଆଗମନ ଭୋଟ୍ ବ୍ୟାଙ୍କ ବଢାଇବାରେ ଫଳପ୍ରଦ ହେ ବୋଲି ଦଳ ଆଶାବାଦୀ ରହିଛି ।

ଏହା ମଧ୍ୟ ପଢନ୍ତୁ...ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର କଂଗ୍ରେସର ପ୍ରସ୍ତୁତି, 'ୱାର ରୁମ'ରେ ହେବ ରଣନୀତି - War Room By Congress

ଏହା ମଧ୍ୟ ପଢନ୍ତୁ ...ହ୍ୟାଟିକ୍ ଲକ୍ଷ୍ୟରେ ପ୍ରୀତିରଞ୍ଜନ; ସୁକିନ୍ଦାରେ ତ୍ରିମୁଖୀ ଲଢେଇ - Sukinda Assembly Constituency

କୋରାପୁଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗୁଣୁପୁର, ରାୟଗଡ଼ା, ବିଷମକଟକ, କୋରାପୁଟ ଓ ଜୟପୁର ନିର୍ବାଚନ ମଣ୍ଡଳୀରେ ବିଶେଷ କରି ତେଲୁଗୁ ଭୋଟରଙ୍କୁ ଆକୃଷ୍ଟ କରିବା ନେଇ ଲକ୍ଷ୍ୟ ରଖିଛି ଦଳ । ଏହାସହ କଂଗ୍ରେସର ଫୋକସରେ ରହିଛନ୍ତି ଯୁବ ଭୋଟର । ସେମାନଙ୍କୁ ଆକୃଷ୍ଟ କରିବା ପାଇଁ କହ୍ନେୟା କୁମାର ରୋଡ ଶୋ କରିବେ ବୋଲି ଜଣାପଡ଼ିଛି । ଅପରପକ୍ଷେ, ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସର କିଛି କର୍ମୀ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । "ସେମାନଙ୍କ ସହିତ ଆଲୋଚନା କରାଯିବ ଓ ସମସ୍ତେ ମିଳିମିଶି କଂଗ୍ରେସ ହାତ ମୁଠାକୁ ଟାଣ କରିବା ପାଇଁ ଆଗେଇ ଆସନ୍ତୁ" ବୋଲି ଲୋକସଭା ପ୍ରଭାରୀ ଆହ୍ବାନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.