ETV Bharat / state

କଂଗ୍ରେସର ଟିକେଟ୍ କସରତ; ମାର୍ଚ୍ଚ ପ୍ରଥମ ସପ୍ତାହରେ ୭୦ ପ୍ରାର୍ଥୀ ଘୋଷଣା

author img

By ETV Bharat Odisha Team

Published : Feb 19, 2024, 2:54 PM IST

Congress Ticket Announcement in March First Week: ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସ ଘୋଷଣା କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନିର୍ବାଚନ କମିଟି ବୈଠକରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି । ଅଧିକ ପଢନ୍ତୁ,

ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ କରିବ ୭୦ ଟିକେଟ ଘୋଷଣା

ଭୁବନେଶ୍ୱର: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏନେଇ ରାଜ୍ୟର ୩ ପ୍ରମୁଖ ଦଳଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଛି ଟିକେଟ କସରତ । ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ପ୍ରଦାନ ପାଇଁ ଆଜି ବସିଲା କଂଗ୍ରେସ ପିଇସି କମିଟି ବୈଠକ । ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ କରିବ ଟିକେଟ ଘୋଷଣା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ । ଏନେଇ ପ୍ରଦେଶ ନିର୍ବାଚନ କମିଟି ବୈଠକରେ ପିସିସି ସଭାପତିଙ୍କ ସୂଚନା ଦେଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଟିକେଟ କସରତ ଆରମ୍ଭ ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ କଂଗ୍ରେସ ଏଥର ଟିକେଟ ଘୋଷଣା କରି ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବାକୁ ଯାଉଛି । ପ୍ରାର୍ଥୀମାନଙ୍କୁ ପୂର୍ବରୁ ଗ୍ରୀନ ସିଗନାଲ ଦେବ ଦଳ । ସେଥିପାଇଁ ଚାଲିଛି ଆଲୋଚନା । ପ୍ରଗମନ ଆପ୍ ମାଧ୍ୟମରେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ପାଇଁ ଆବେଦନ କରିବାକୁ ଆହ୍ୱାନ ଦେଇଥିଲା କଂଗ୍ରେସ । ଏପରିକି ପ୍ରଗମନ ଭଳି ଏକ ପାଇଲଟ ପ୍ରାଜେକ୍ଟ ଓଡ଼ିଶାରେ ଆରମ୍ଭ କରିଛି ଦଳ ।

ତେବେ ଏଥିରେ ବିଧାୟକ ପାଇଁ ୩ ହଜାର, ସାଂସଦ ପ୍ରାର୍ଥୀ ହେବାକୁ ୭୦୦ ଜଣ ଆବେଦନ କରିଥିବା ଜଣାପଡିଛି । ସେପଟେ ଆଜି ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି । ପ୍ରଗମନ ଆପ୍‌ରେ ଆବେଦନ କରିଥିବା ଆଶାୟୀମାନଙ୍କ ବିଷୟରେ ଆଲୋଚନା କରାଯାଉଛି । ଟିକେଟ ବଣ୍ଟାକୁ ସ୍ୱଚ୍ଛ କରିବା ପାଇଁ କଂଗ୍ରେସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: 21ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ନୂଆ ସଭାନେତ୍ରୀ ମୀନାକ୍ଷୀଙ୍କ ପ୍ରଥମ କାର୍ଯ୍ୟକ୍ରମ

ସେପଟେ ଆସନ୍ତା ୨୧ ତାରିଖରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ । ମହିଳାମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ପ୍ରୟାସ କରାଯାଉଥିବା କୁହାଯାଇଛି । ୨୧ରେ କଂଗ୍ରେସର ମହିଳା ସମାବେଶ ଅନୁଷ୍ଠିତ ହେବ । ନବୀନ ନିବାସ ଘେରାଉ କରିବେ ମହିଳା କଂଗ୍ରେସ ଟିମ୍ । ନୂଆ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଶକ୍ତି ପ୍ରର୍ଦଶନ କରିବାକୁ ଥିବା ବେଳେ ମହିଳା ସମାବେଶରେ ଯୋଗ ଦେବେ କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାନେତ୍ରୀ ଅଳକା ଲାମ୍ବା । ସେପଟେ ରାଜ୍ୟ ସରକାରଙ୍କ ମନମାନୀ, ଅନ୍ୟାୟ ସର୍ବୋପରି ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ୨୬ ଫେବୃଆରୀରେ ଲୋକ ସେବା ଭବନ ଘେରିବ କଂଗ୍ରେସ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରଣନୀତି ଆରମ୍ଭ କରିଛି ଦଳ ।

ଏହା ମଧ୍ୟ ପଢନ୍ତୁ: ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ, ଆସନ୍ତା ୨୬ରେ ଲୋକସେବା ଭବନ ଘେରିବ ଦଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.