ETV Bharat / state

ଉଚ୍ଚଶିକ୍ଷାରେ ଆଦିବାସୀ ଏବଂ ଦଳିତଙ୍କ ପାଇଁ ସଂରକ୍ଷଣ ଦାବି କଲା କଂଗ୍ରେସ - Reservation Demand

author img

By ETV Bharat Odisha Team

Published : Jul 15, 2024, 10:49 AM IST

Reservation Demand: ଉଚ୍ଚଶିକ୍ଷାରେ ଆଦିବାସୀ ଏବଂ ଦଳିତଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଦାବି କରିଛି କଂଗ୍ରେସ । ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ କଂଗ୍ରେସ ଚିଠି ଲେଖିଥିବା ଜଣାପଡ଼ିଛି ।

Reservation Demand
Reservation Demand (ETV Bharat Odisha)

ଭୁବନେଶ୍ବର: ଉଚ୍ଚଶିକ୍ଷାରେ ଆଦିବାସୀ ଏବଂ ଦଳିତଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଦାବି । ସାରା ଦେଶରେ ଶିକ୍ଷା କ୍ଷେତ୍ରରେ ନିଟ୍ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ସଂରକ୍ଷଣ ଦାବି କରିଛି ପ୍ରଦେଶ କଂଗ୍ରେସ। ୨୦୨୪-୨୫ ଶିକ୍ଷାବର୍ଷରେ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ କଂଗ୍ରେସ ଚିଠି ଲେଖିଥିବା ଜଣାପଡ଼ିଛି ।

Reservation Demand (ETV Bharat Odisha)

"ଚାକିରି କ୍ଷେତ୍ରରେ ପଛୁଆବର୍ଗ ଙ୍କ ସଂରକ୍ଷଣ ୨୭% ପରିବର୍ତ୍ତେ ମାତ୍ର ୧୧.୨୫%,ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ଗତ ୨୦ ବର୍ଷ ହେଲା ଆଦୌ ସଂରକ୍ଷଣ ହୋଇନାହିଁ। ସାରା ଦେଶରେ ୨୭% ଦିଆଯାଉଥିବାବେଳେ ଆମ ରାଜ୍ୟରେ କାହିଁକି ନାହିଁ?" ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ।

ସେ କହିଛନ୍ତି, "ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ -୨୦୨୧୫ ରେ ଏକ ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ପ୍ରକାଶ କରାଯାଇଥିଲା। ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ୨୦% ସ୍ଥାନ ସଂରକ୍ଷଣ ପରିର୍ତ୍ତେ ୩୮.୭୫%କୁ ବଢାଇ ଦିଆଗଲା । ଏହା ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ବିଶେଷକରି ମେଡିକାଲ, ଇଂଜିନିୟରିଂ ଓ ବିଶ୍ୱବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ।"

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆହୁରି କହିଛନ୍ତି, "ପୁର୍ନବାର ମେ ୧ ତାରିଖ ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଦିବାସୀ ଓ ଦଳିତବର୍ଗର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ପ୍ରେସ ଜରିଆରେ ପ୍ରକାଶ କରାଗଲା । ଉଚ୍ଚଶିକ୍ଷା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ବିଶେଷ କରି ମେଡିକାଲ, ଇଂଜିନିୟରିଂ ଓ ବିଶ୍ୱବିଦ୍ୟାଳୟରେ ଏହି ସ୍ଥାନ ସଂରକ୍ଷଣକୁ କଡ଼ାକଡ଼ି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଦିବାସୀ ଓ ଦଳିତବର୍ଗର ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ନିର୍ଦ୍ଦିଷ୍ଟ ୨୦ ପ୍ରତିଶତ ସ୍ଥାନ ସଂରକ୍ଷଣରୁ ୩୮.୭୫% ବୃଦ୍ଧି(ଆଦିବାସୀଙ୍କ ୨୨.୫% ଓ ଦଳିତ ବର୍ଗଙ୍କ ପାଇଁ ୧୬.୨୫%) କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତତ୍କାଳୀନ ବିଜେଡି ସରକାରଙ୍କ ନିର୍ଦ୍ଦେଶନାମା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ ।"

ଏହା ବି ପଢନ୍ତୁ...‘କୌଣସି ପ୍ରଶ୍ନପତ୍ର ହଜିନି କିମ୍ବା ତାଲା ଭାଙ୍ଗିନି’: ସୁପ୍ରିମକୋର୍ଟରେ NTAର ସତ୍ୟପାଠ, ଆଜି ଶୁଣାଣି - NTA submitted affidavit to sc

"ବର୍ତ୍ତମାନ ମେଡିକାଲ, ଇଂଜିନିୟରିଂ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଉଚ୍ଚଶିକ୍ଷା ନାମଲେଖା ଆରମ୍ଭ ହେବ । ପୂର୍ବ ସରକାର ସମୟରେ ହୋଇଥିବା ନିଷ୍ପତ୍ତିକୁ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ ଅନୁରୋଧ କରୁଛୁ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସରକ୍ଷିତ ଅଛି । ଆମ ରାଜ୍ୟ ଜନଗଣନା ଅନୁଯାୟୀ ପଛୁଆ ବର୍ଗ ସବୁଠାରୁ ଭାଗ ପ୍ରାୟ ୫୨% ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସଂସକ୍ଷଣ ବ୍ୟବସ୍ଥା ନାହିଁ । ସେମାନେ ସବୁଠାରୁ ଉପେକ୍ଷିତ ବର୍ଗ, ଉଚ୍ଚଶିକ୍ଷାରେ ତାଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ କରି ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଯିବା ପାଇଁ ଦାବି କରୁଛୁ" ବୋଲି କଂଗ୍ରେସ ନେତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.