ETV Bharat / state

ଓଡ଼ିଶାରେ ଅଫିସର ରାଜ ! ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ ଏବଂ ବିଜେପି

Congress And BJP Target BJD:ଓଡ଼ିଶାରେ ଅଫିସର ରାଜ ଚାଲିଥିବା ଅଭିଯୋଗ ଆଣିି ବିଜେଡ଼ିକୁ ଟାର୍ଗେଟ କଲେ ଉଭୟ କଂଗ୍ରେସ ଏବଂ ବିଜେପି । ଜିଲ୍ଲପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଯାଏଁ ସମସ୍ତଙ୍କୁ ବ୍ୟବହାର କରୁଛି ବିଜେଡ଼ି ବୋଲି କହିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢନ୍ତୁ

'ନବୀନ ସରକାରରେ ଚାଲିଛି ଅଫିସର ରାଜ'
'ନବୀନ ସରକାରରେ ଚାଲିଛି ଅଫିସର ରାଜ'
author img

By ETV Bharat Odisha Team

Published : Feb 24, 2024, 10:17 PM IST

'ନବୀନ ସରକାରରେ ଚାଲିଛି ଅଫିସର ରାଜ'

ଭୁବନେଶ୍ବର: ଓଡ଼ିଶାରେ ଅଫିସର ରାଜକୁ ନେଇ ବିଜେଡ଼ ଟାର୍ଗେଟ କଲେ ଉଭୟ କଂଗ୍ରେସ ଏବଂ ବିଜେପି । ଜିଲ୍ଲପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଯାଏଁ ସମସ୍ତଙ୍କୁ ବ୍ୟବହାର କରୁଛି ବିଜେଡ଼ି । ଜିଲ୍ଲାପାଳଙ୍କୁ କୁହାଯାଉଛି ଯେ ଟଙ୍କା ସଂଗ୍ରହ କରି ଦିଅ । ଏସପ ଙ୍କୁ କୁହାଯାଉଛି ଯିଏ ବିଜେଡ଼ି ବିରୋଧରେ ଯାଉଛି ତାକୁ ଗିରଫ କର ।ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ । ସେପଟେ କଂଗ୍ରେସ ପ୍ରସ୍ତୁତ କରିଛି ଶାସକ ଦଳର ଚାଟୁକାରିତା କରୁଥିବା ଅଫିସରଙ୍କ ତାଲିକା ।ଏନେଇ ଆଜି (ଶନିବାର) ଦିନ ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ବିଜୟ ପଟ୍ଟନାୟକ କହିଛନ୍ତି ," ଆମର ଟାର୍ଗେଟ ନବୀନ ବାବୁ । ଜିଲ୍ଲପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଯାଏଁ ସମସ୍ତଙ୍କୁ ବ୍ୟବହାର କରୁଛି ବିଜେଡ଼ି । ଜିଲ୍ଲାପାଳଙ୍କୁ କୁହାଯାଉଛି ଯେ ଟଙ୍କା ସଂଗ୍ରହ କରି ଦିଅ । ଏସପିଙ୍କୁ କୁହାଯାଉଛି ଯିଏ ବିଜେଡ଼ି ବିରୋଧରେ ଯାଉଛି ତାକୁ ଗିରଫ କର । ସାମ୍ବାଦିକ ବି ଗିରଫରୁ ବାଦ ପଡୁ ନାହାଁନ୍ତି । ଯେଉଁଥିରେ ଅଫିସରମାନେ ପ୍ରବଳ ଅସନ୍ତୁଷ୍ଟ ଅଛନ୍ତି । କେନ୍ଦ୍ର ସରକାର ବି ସରକାରୀ କଳକୁ ବ୍ୟବହାର କରୁଛନ୍ତି । ରାଜ୍ୟରେ କିଛି ମୁଷ୍ଟିମେୟ ସରକାରୀ କର୍ମଚାରୀ ଅଛନ୍ତି ଯେଉଁ ମାନେ ଶାସକ ଦଳର ଦଳୀୟ କାମ କରୁଛନ୍ତି । ସେମାନେ ଭୁଲି ନଯିବା ଉଚିତ୍ ଯେ ନିକଟରେ ଘଟିଥିବା ଚଣ୍ଡୀଗଡ଼ ମେୟର ନିର୍ବାଚନରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କଥା । କୋର୍ଟ କଚେରୀ ଏବେ ବି ରହିଛି ।"

ସେ ଆହୁରି ମଧ୍ୟ କହିଛନ୍ତି,"ଆମ ନଜରରେ କିଛି ଏଭଳି କର୍ମଚାରୀ ଅଛନ୍ତି, ଯେଉଁମାନେ ଶାସକ ଦଳର କାମ କରୁଛନ୍ତି । ତାଙ୍କ ତାଲିକା ବି ପ୍ରସ୍ତୁତ କରିଛୁ । ନିର୍ବାଚନ କମିଶନ ଆସିଲେ ଆମେ ସେମାନଙ୍କ ବିରୋଧରେ ଅଭିଯୋଗ କରିବୁ ।"

ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛନ୍ତି । ସେ କହିଛନ୍ତି,"୨୦୧୪ ମସିହା ପରେ ପରେ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ଆରମ୍ଭ ଦିନଠୁ ଓଡ଼ିଶାରେ ଅଫିସର ରାଜ ଚାଲିଛି । ୨୦୧୪ ଏବଂ ୨୦୧୯ରେ ବି ଜିତିଲେ ଆହୁରି ବଢିଲା ଅଫିସର ରାଜ । ରାଜ୍ୟର କୌଣସି ବିଭାଗର କୌଣସି ମନ୍ତ୍ରୀ ନିଷ୍ପତ୍ତି ନେଇ ପାରୁ ନାହାଁନ୍ତି । ନିଷ୍ପତ୍ତି ତ ଦୂରର କଥା ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ବି ବଦଳି କରି ପାରନ୍ତି ନାହିଁ । ସିଧାସଳଖ ଅଫିସର ରାଜୁତି ଚାଲିଛି । ମନ୍ତ୍ରୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଖାତିର କରୁ ନାହାନ୍ତି ଅଫିସର ।"

ଏହା ମଧ୍ୟ ପଢନ୍ତୁ .....କେନ୍ଦ୍ର-ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ, 26ରେ ଲୋକସେବା ଭବନ ଘେରାଉ

ସେ ଆହୁରି ମଧ୍ୟ କହିଛନ୍ତି," ଭିକେ ପାଣ୍ଡିଆନ ଯେବେ ଠାରୁ ବିଜେଡ଼ିରେ ସାମିଲ ହୋଇ ରାଜନୀତି କଲେ ସେବେଠୁ ୧୦୦କୁ ୧୦୦ ରାଜ୍ୟରେ ଅଫିସର ରାଜ ଆରମ୍ଭ ହୋଇଛି । ଅଫିସର କେବଳ ଜଣେ ଲୋକଙ୍କ କଥା ଶୁଣୁଛନ୍ତି ସେ ହେଉଛନ୍ତି ଭିକେ ପାଣ୍ଡିଆନ । ଆଇଏଏସ, ଆଇପିଏସ କିମ୍ବା ଓଏସ୍ ସବୁ ତାଙ୍କ ଅଧୀନରେ । ସେ ଯାହା କହିବେ ତାହା ଆଇନ୍ । ଶାସକ ଦଳର ମଧ୍ୟ ବିଧାୟକଙ୍କୁ ଖାତିର କରୁନାହାନ୍ତି । ଏହାର ପତନ ହେବା ଆବଶ୍ୟକ। ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସମ୍ପୂର୍ଣ ଓଡ଼ିଶାର ଶାସନ କାଳ ଅଫିସରଙ୍କ ହାତରେ । ୨୦୨୪ରେ ଅଫିସର ମାନଙ୍କ ରାଜୁତି ବିରୋଧରେ ଜନମତ ତୀବ୍ର ହେବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.