ETV Bharat / state

ବିଜେପି ଓ ବିଜେଡି ଶାସନରେ ମହିଳା ସବୁଠୁ ଅଧିକ ଅସୁରକ୍ଷିତ: କଂଗ୍ରେସ - Odisha Congress Press meet

author img

By ETV Bharat Odisha Team

Published : May 9, 2024, 10:20 PM IST

CONGRESS TARGETS BJP AND BJD: କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ନବୀନ ସରକାରରେ ମହିଳା ଅସୁରକ୍ଷିତ ଭଳି ସଙ୍ଗୀନ ଅଭିଯୋଗ ଆଣିଲା କଂଗ୍ରେସ । ମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ରେ ପରିଣତ ହୋଇଛି କହିଲେ କଂଗ୍ରେସ ନେତ୍ରୀ ଡ.ଶ୍ୟାମା ମହମ୍ମଦ ।ଅଧିକ ପଢନ୍ତୁ

ବିଜେପି ଓ ବିଜେଡି ଶାସନରେ ମହିଳା ସବୁଠୁ ଅଧିକ ଅସୁରକ୍ଷିତ :କଂଗ୍ରେସ
ବିଜେପି ଓ ବିଜେଡି ଶାସନରେ ମହିଳା ସବୁଠୁ ଅଧିକ ଅସୁରକ୍ଷିତ :କଂଗ୍ରେସ (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ରରେ ବିଜେପି ଏବଂ ଓଡ଼ିଶାରେ ନବୀନ ସରକାରରେ ମହିଳା ଅସୁରକ୍ଷିତ କଂଗ୍ରେସ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୧୦ବର୍ଷର ଶାସନକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ମୋଦି ଶାସନରେ ‘ବେଟି ବଚାଓ’ ନାରା ‘ବଳାତ୍କାରୀ ବଚାଓ’ରେ ପରିଣତ ହୋଇଛି । ଉଭୟ ବିଜେପି ଓ ବିଜେଡି ଶାସନରେ ମହିଳା ସବୁଠୁ ଅଧିକ ଅସୁରକ୍ଷିତ । ଦୁଷ୍କର୍ମକାରୀ ଓ ହତ୍ୟା ଅଭିଯୁକ୍ତଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆଯାଉଛି ଟିକଟ । କଂଗ୍ରେସ ଇସ୍ତାହାରରେ ମହିଳାଙ୍କୁ ଦିଆଯାଇଛି ବିଶେଷ ଗୁରୁତ୍ଵ । ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରକୁ କଡା ସମାଲୋଚନା କରିଛି କଂଗ୍ରେସ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଶାସନରେ ସମଗ୍ର ଭାରତ ବର୍ଷରେ ମହିଳାଙ୍କ ପ୍ରତି ଦୁଷ୍କର୍ମ, ହତ୍ୟା, ଅପହରଣ ଓ ନିର୍ଯାତନା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମୋଦି ସରକାରଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ, ନେତା ଓ ମନ୍ତ୍ରୀମାନେ ଏସବୁ କାର୍ଯ୍ୟରେ ସମ୍ପୃକ୍ତ । ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ସରକାର ସେମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ଏପରିକି ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକଟ ମଧ୍ୟ ଦିଆଯାଉଛି । ଫଳରେ ସମଗ୍ର ଦେଶରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ମୋଦି ସରକାରଙ୍କ ‘ବେଟି ବଚାଓ’ର ନାରା ଆଜି ‘ବଳାତ୍କାରୀ ବଚାଓ’ରେ ପରିଣତ ହୋଇଛି ।

କଂଗ୍ରେସର ଜାତୀୟ ପ୍ରବକ୍ତା ଶ୍ୟାମା ମହମ୍ମଦ କହିଛନ୍ତି,"ଉନାଓ ଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଗଲା । ପରେ ତାଙ୍କ ବାପାଙ୍କୁ ପୋଲିସ ହେପାଜତରେ ହତ୍ୟା କରାଯିବା ସହ ଦାଦାଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା କରାଗଲା । ଘଟଣାରେ ସମ୍ପୃକ୍ତ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ସେତେବେଳେ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରାଯାଇଥିଲା । ମାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ଯାଇ ତୀବ୍ର ବିରୋଧ କରିବା ପରେ ଏହାର ସିବିଆଇ ତଦନ୍ତ ହୋଇଥିଲା । ସେହିପରି ସ୍ୱାମୀ ଚିନ୍ମୟାନନ୍ଦ, ରାମ ରହିମ ଆଦି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମୋଦି ସରକାରଙ୍କ ସମର୍ଥନ କରି ଆସିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳା କ୍ରୀଡ଼ାବିତମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେବାବେଳେ ପୋଲିସ ସେମାନଙ୍କୁ ଆକ୍ରମଣ କଲା । ଯାହା ଆଶ୍ଚର୍ଯ୍ୟର କଥା ଏସବୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୌନ ବ୍ରତ ଧାରଣ କରିଥିଲେ । ସେହିପରି ମଣିପୁର ମହିଳା ହିଂସା ଘଟଣାରେ ମଧ୍ୟ ପ୍ରଧାନମନ୍ତ୍ରୀ ନୀରବ ରହିଲେ ଓ ଘଟଣାସ୍ଥଳକୁ ଥରୁଟିଏ ମଧ୍ୟ ଗଲେନି । ମାତ୍ର ରାହୁଲ ଗାନ୍ଧି ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସେହିଠାରୁ ହିଁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କଲେ । ବର୍ତ୍ତମାନ ପ୍ରଜ୍ଵଳ ରେବର୍ଣ୍ଣା ମାମଲା ମଧ୍ୟ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ।

ସେ ଆହୁରି କହିଛନ୍ତି, ‘ଜଣେ ରାଜନେତା ୪୦୦ରୁ ଊର୍ଦ୍ଧ୍ଵ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ୩୦୦୦ରୁ ଊର୍ଦ୍ଧ୍ବ ଭିଡ଼ିଓ ଉତ୍ତୋଳନ କରିଛି । ଘଟଣା ଧରାପଡ଼ିବା ପରେ ସେ ଦେଶ ଛାଡ଼ି ପଳାଇ ଥିବାବେଳେ ମୋଦି ସରକାର ହାତ ବାନ୍ଧି ବସିଛନ୍ତି । ଅଭିଯୁକ୍ତ ପ୍ରଜ୍ବଳ ରେବନ୍ନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋଦି ସରକାର ନିଜମୁଣ୍ଡରୁ ଦୋଷ ଖସାଇବାକୁ ଲାଗିଛନ୍ତି । ତେଣୁ ଏ ସମସ୍ତ ଘଟଣାରେ ମୋଦି ସରକାରଙ୍କ ଶାସନରେ ମହିଳାମାନେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ହେଉଛି ।’

ଏହା ମଧ୍ୟ ପଢନ୍ତୁ ......ନିଆଳି ମୈଦାନରେ ଉଚ୍ଚ ଶିକ୍ଷିତ ଜ୍ୟୋତିରଞ୍ଜନ, ଅଞ୍ଚଳର ମୌଳିକ ସମସ୍ୟା ସାଜିଛି ମୁଖ୍ୟ ମୁଦ୍ଦା - NIALI ASSEMBLY CONSTITUENCY

ସେହିପରି ଓଡ଼ିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି ବୋଲି ଡ. ଶ୍ୟାମା ମହମ୍ମଦ କହିଛନ୍ତି । ସେ କହିଛନ୍ତି ଯେ, ମମିତା ମେହେର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେଡି ନେତା କ୍ୟାପ୍‌ଟେନ୍ ଦିବ୍ୟ ଶଙ୍କର ମିଶ୍ର ଅଭିଯୁକ୍ତ ଥିଲେ ମଧ୍ୟ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ନବୀନ ପଟ୍ଟନାୟକ ଦିବ୍ୟଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ପୂନର୍ବାର ନିର୍ବାଚନ ଲଢ଼ିବା ପାଇଁ ଟିକଟ ଦେଇଛନ୍ତି । ସେହିପରି ବିଜେଡି ନେତା ଶ୍ରୀକାନ୍ତ ସାହୁ, ଅରୁଣ ସାହୁଙ୍କୁ ମଧ୍ୟ ଏଥର ଟିକଟ ମିଳିଛି । ତେଣୁ ଏଥିରୁ ସ୍ପଷ୍ଟ ଯେ ଉଭୟ ବିଜେପି ଓ ବିଜେଡି ସରକାର,ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଗୁରୁତ୍ବ ଦେଉନାହାନ୍ତି ।

ମାତ୍ର କଂଗ୍ରେସ ସବୁବେଳେ ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନକୁ ଗୁରୁତ୍ଵ ଦେଇଆସିଛି । ନିର୍ବାଚନୀ ଇସ୍ତାହାରରେ ମଧ୍ୟ କଂଗ୍ରେସ ମହିଳା ସଶସ୍ତିକରଣ ନିମନ୍ତେ ଧ୍ୟାନ ଦେଇଛି । ମହାଲକ୍ଷ୍ମୀ ଯୋଜନାରେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଚାକିରିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କ ଦରମା ଦୁଇଗଣ କରିବା ପାଇଁ କଂଗ୍ରେସ ଇସ୍ତାହାରରେ ଘୋଷଣା କରିଛି ବୋଲି ଡ. ଶ୍ୟାମା ମହମ୍ମଦ କହିଛନ୍ତି ।

କଂଗ୍ରେସ କ୍ଷମତାକୁ ଆସିଲେ ଏସ୍ଏଚଜି ମହିଳାଙ୍କ ଋଣ ଛାଡ଼, ପରିବାରର ମୁଖ୍ୟ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା, ଦଳିତ ଓ ଆଦିବାସୀ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ ସହ ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯିବ । ତେଲେଙ୍ଗାନାରେ ଆମେ ଏହି ପ୍ରତିଶ୍ରୁତି ପାଳନ କରିଛୁ । ଯଦି ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସେ, ତେବେ ଆମେ ନିଶ୍ଚୟ ତାହା ପୂରଣ କରିବୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.