ETV Bharat / state

ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ବାଣ ବିସ୍ଫୋରଣ ଟ୍ରାଜେଡି - Puri Crackers Blast Incident

author img

By ETV Bharat Odisha Team

Published : Jun 5, 2024, 6:18 PM IST

Puri Crackers Explosion Incident: ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣା । ଜାତୀୟ ମାନବ ଅଧିକାର କମିଶନଙ୍କ ସ୍ପେଶାଲ ଟିମ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାର ସଭାପରି । ଅଧିକ ପଢ଼ନ୍ତୁ

ଜାତୀୟ ମାନବ ଅଧିକାର କମିଶନ
ଜାତୀୟ ମାନବ ଅଧିକାର କମିଶନ (ETV Bharat Odisha)

ଭୁବନେଶ୍ବର: ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି ମାମଲା । ଏହି ଘଟଣାକୁ ନେଇ ନ୍ୟାୟ ପାଇଁ ଲଢେଇ ପରିବାରର ସଭାପତି ସୁବ୍ରତ ଦାସ ଏନଏଚଆରସି ନିକଟରେ ମାମଲା ଦାୟର କରିଛନ୍ତି । ମେ' ମାସ ୨୯ ତାରିଖ ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ନୀତି ଚାଲିଥିବା ବେଳେ ହଠାତ୍‌ ବାଣ ବିସ୍ଫୋରଣ ହୋଇଥିଲା ।

ପୁରୀ ନରେନ୍ଦ୍ର ପୋଖରୀରେ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟିଥିଲା । ଫଳରେ ୪୦ରୁ ଊର୍ଦ୍ଧ୍ବ ଉକ୍ତ ଭକ୍ତ ଏହି ବିସ୍ଫୋରଣରେ ଗୁରୁତର ଭାବରେ ଆହତ ହୋଇଥିଲେ । ସେପଟେ ବାଣ ବିସ୍ଫୋରଣରେ ଏପର୍ଯ୍ୟନ୍ତ 15 ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଏବେବି ମୃତ୍ୟୁସହିତ ସଂଘର୍ଷ କରୁଛନ୍ତି । ସେମାନେ ପାଖାପାଖି ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅନେକ ନିଜ ପରିବାର ଲୋକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ିଛନ୍ତି । ଏନେଇ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ଉଚ୍ଚ ସ୍ତରୀୟ ତଦନ୍ତ କରି ଏହି ବାଣ ବିସ୍ଫୋରଣ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରାଯାଇଛି । ଏହା ସାଙ୍ଗେ ସାଙ୍ଗେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ବାବଦକୁ ୫୦ ଲକ୍ଷ୍ୟ ଟଙ୍କା କ୍ଷତି ପୂରଣ ଯୋଗେଇ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ବାଣ ବିସ୍ପୋରଣ ମାମଲା: ୪ ଗିରଫ - Puri Crackers Blast

ଏହା ସମେତ ଗୁରୁତ୍ୱର ଥିବା ବ୍ୟକ୍ତିମାନଙ୍କୁ ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର ୮୨୫୨ /୨୦୨୪ ରେ କେଶ ଦାଏର କରାଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା 15 ଜଣ ଏହି ଘଟଣାରେ ମୃତ୍ୟୁ ବରଣ କରି ସାରିଛନ୍ତି । ଏନେଇ ଜାତୀୟ ମାନବ ଅଧିକାର କମିଶନଙ୍କ ସ୍ପେଶାଲ ଟିମ ତଦନ୍ତ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ସଭାପତି ସୁବ୍ରତ ଦାସ । ତେବେ ଏହି ମାମଲାରେ ଏସପି ପୁରୀ, ଜିଲ୍ଲାପାଳ ପୁରୀ, ଶ୍ରୀମନ୍ଦିର ପ୍ରଶାସକ ପୁରୀ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା, ମୁଖ୍ୟ ଶାସନ ସଚିବ ଓଡିଶାଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.