ETV Bharat / state

VIP କାର ଭାବେ ଖସି ଯାଉଥିଲା ଦାମୀ କାର; ଗୋଡେଇ ଧରିଲା ପୋଲିସ, ପରେ ମିଳିଲା... - Operation Black Smoke

Operation Black Smoke: ଅନ୍ଧାର ରାତିରେ ଅପରାଧି ଓ ପୋଲିସ ମଧ୍ୟରେ ଛକାପଞ୍ଝା । ଦାମୀ ଗାଡ଼ିରେ ଚାଲିଥିଲା କାରବାର । ମାଡ଼ିବସିଲା ପୋଲିସ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 16, 2024, 5:32 PM IST

Operation Black Smoke
Operation Black Smoke (ETV Bharat Odisha)

ଭୁବନେଶ୍ବର: ଅନ୍ଧାର ରାତିରେ ହେଉଥିଲା ଚାଲାଣ । ଅପରାଧି ଓ ପୋଲିସ ମଧ୍ୟରେ ଛକାପଞ୍ଝା । ଖସିବାକୁ ଚେଷ୍ଟା କରୁଥିଲେ ଗଞ୍ଜେଇ ବେପାରୀ । ଏନଏଚ୍‌ ୧୬ରେ ପିଛା କଲା କମିଶନରେଟ ପୋଲିସ । ଫିଲ୍ମ ଷ୍ଟାଇଲରେ ପୋଲିସକୁ ଚକମା ଦେଇ ଦ୍ରୁତ ଗତିରେ ଖସିବା ଉଦ୍ୟମ ବେଳେ କାବୁ କଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଜାଆଁଳା ଓଭର ବ୍ରିଜ ଉପରୁ କ୍ଵିଣ୍ଟାଲ ଗଞ୍ଜେଇ ଭର୍ତ୍ତି କାର ଜବତ ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

Commissionerate Police Nabs 2 Drug Traffickers (ETV Bharat Odisha)

ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ମୁତାବକ, ସ୍ପେଶାଲ କ୍ରାଇମ୍ ୟୁନିଟ ଗଞ୍ଜେଇ କାରବାର ନେଇ ସୂଚନା ପାଇଥିଲା । ପୋଲିସର ଅଣଆଢ଼ୁଆଳରେ ଦାମୀ କାରରେ ଫୁଲବାଣୀରୁ ଗଞ୍ଜେଇ ଆଣି ଝାରଖଣ୍ଡ ଚାଲାଣ କରୁଥିବା ସୁରାକ ପାଇଥିଲା ପୋଲିସ । ଏନେଇ ପୋଲିସ ଆରମ୍ଭ କରିଥିଲା ଅପରେସନ ବ୍ଲାକ ସ୍ମୋକ୍ । ଏନ୍ଏଚ ୧୬ରେ ଏକ ଭିଆଇପି ଦାମୀ କାର ଆସୁଥିବା ବେଳେ ହଠାତ୍ ପୋଲିସକୁ ଦେଖି ଦ୍ରୁତବେଗରେ ଖସିଯିବାକୁ ଚେଷ୍ଟା କରିଥିଲା । ସେପଟେ ପୋଲିସ ତୁରନ୍ତ ସେମାନଙ୍କୁ ପିଛା କରିଥିଲା । ଏହାରି ଭିତରେ କିଛି ସମୟ ପୋଲିସ ଓ ଚାଲାଣକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା ।

ପରେ‌ କାରଟି ଏନ୍ଏଚରେ ଦ୍ରୁତଗତିରେ ବିପଦପୂର୍ଣ୍ଣ ଭାବେ ଯାଉଥିବା ବେଳେ ପୋଲିସ ତାକୁ ଅଟକାଇବାକୁ ଚେଷ୍ଟା କରି ଜାଆଁଳା ଓଭର ବ୍ରିଜ ଉପରେ ଗଞ୍ଜେଇ ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା । ପୋଲିସ ଗାଡ଼ିକୁ ଅଟକାଇବା ପରେ 2 ଜଣ ଅପରାଧି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ମାଡିବସିଥିଲା । ପରେ ଗଞ୍ଜେଇ ଭର୍ତ୍ତି ଗାଡି ଜବତ ହୋଇଥିଲା । ତେବେ ଜବତ ଗଞ୍ଜେଇ 1 କ୍ବିଣ୍ଟାଲ 12 କେଜି ଥିବା ଜଣାପଡ଼ିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଜବତ ଗାଡିଟି ଧରାପଡ଼ିଥିବା 2 ଜଣଙ୍କ ମଧ୍ୟରୁ ସିପୁନ ବେହେରା ନାମକ ବ୍ୟକ୍ତିର ବୋଲି ଜଣାପଡିଛି । ଯେ କି ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ । ଏହାସହ ଅନ୍ୟ ଗିରଫ ସହଯୋଗୀ ଜଣକ ଅନନ୍ତ ଦିଗାଲ ବୋଲି ଜଣାପଡିଛି ।

ଗଞ୍ଜେଇ ଚାଲାଣର ମାଧ୍ୟମ ଦାମୀ କାର:

ଏମାନେ ବିଶେଷ କରି ପୋଲିସ ନଜରରୁ ବର୍ତ୍ତିବା ପାଇଁ ଏଭଳି ଦାମୀ କାର ବ୍ୟବହାର କରି ଗଞ୍ଜେଇ ଚାଲାଣ କରୁଥିଲେ । ୨୦୧୭ ମସିହାରୁ କିଣାଯାଇଥିବା ଏହି ଗାଡିକୁ ଗଞ୍ଜେଇ ଚାଲାଣ କରିବା ପାଇଁ ବ୍ୟବହାର କରୁଥିଲେ । ଦାମୀ କାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଲୋଡ କରି କନ୍ଧମାଳ ଫୁଲବାଣୀରୁ ଗଷମା ଜଙ୍ଗଲ ଦେଇ ଦଶପଲ୍ଲାରେ ପହଞ୍ଚି ନୟାଗଡ଼ରୁ ଖୋର୍ଦ୍ଧା ଦେଇ ପରେ ଏନଏଚରେ ଭୁବନେଶ୍ୱର ଦେଇ ଝାରଖଣ୍ଡ ଚାଲାଣ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସିକ୍ରେଟ ଚାମ୍ବରରେ ତାମିଲନାଡ଼ୁ ଯାଉଥିଲା ଗଞ୍ଜେଇ; ମାଡ଼ି ବସିଲା ଅବକାରୀ ବିଭାଗ - GANJA SEIZED

ବ୍ଲାକ ସ୍ମୋକ୍:

ତେବେ ଗଞ୍ଜେଇ ଚାଲାଣ ପାଇଁ ଚାଲଣକାରୀ ଆପଣାଇଥିଲେ ନୂଆ ଟ୍ରିକ୍‌ । ପୋଲିସ ଗୋଡାଇଲେ ଏମାନେ ବ୍ୟବହାର କରୁଥିଲେ କଳା ଧୂଆଁ ।ଗାଡିରୁ ଅତ୍ୟଧିକ ମାତ୍ରାରେ କଳା ଧୂଆଁ ବାହାର କରି ଏମାନେ ଖସିବାକୁ ଚେଷ୍ଟା କରନ୍ତି । ବ୍ୟବହାର କରୁଥିବା ଗାଡିରେ ସେଭଳି ବ୍ୟବସ୍ଥା ମଧ୍ୟ କରିଛନ୍ତି । ଯାହାଦ୍ବାରା ଗାଡ଼ିକୁ ଦ୍ରୁତବେଗରେ ନେବାବେଳେ ପଛରେ ପିଛା କରୁଥିବା ଗାଡିଟି ସହଜରେ ଚିହ୍ନି ପାରିବନି । ଏପରିକି ଧୂଆଁ ଭିତରେ ଅନ୍ୟ ଗାଡିରେ ଧକ୍କା ହେବାର ସମ୍ଭାବନା ଦେଖି ଏମାନେ ପୋଲିସକୁ ଚକମା ଦେଇ ଖସିବାକୁ ଚେଷ୍ଟା କରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.