ETV Bharat / state

ଆସିଲା ଗାଇଡଲାଇନ; ଖୁଚୁରା ବାଣ ବିକ୍ରି କରିପାରିବେନି ଦୋକାନୀ, ରାଜଧାନୀର ଏହି ୨୫ଟି ସ୍ଥାନରେ ଅନୁମତି

ବାଣ ବିକ୍ରି ନେଇ ଗାଇଡଲାଇନ । ଦୋକାନ ଖୋଲିବାକୁ ହେଲେ ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟତାମୁଳକ କରାଯାଇଛି । ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଅନୁମତି ।

Guidelines For Sale Of Firecrackers
Guidelines For Sale Of Firecrackers (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ଦୀପାବଳିରେ ବାଣ ବିକ୍ରି ପାଇଁ ରାଜଧାନୀରେ କଡ଼ା ନିୟମ । ମନ ଇଛା ବାଣ ବିକ୍ରି କରିପାରିବେନି‌ ଖୁଚୁରା ବାଣ ଦୋକାନୀ । ଗୋଟିଏ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ । ୨୫ଟି ସ୍ଥାନରେ ବାଣ ବିକ୍ରି ପାଇଁ ମିଳିଛି ଅନୁମତି । ଏଯାବତ ୨୦୦ ଦୋକାନୀଙ୍କୁ ବାଣ ବିକ୍ରି ପାଇଁ ଅନୁମତି ମିଳିଛି । ତେବେ ଲୁଚା ଛପାରେ ବାଣ ବିକିଲେ ଧରିବ ପୋଲିସ । ଅନୁମତିପ୍ରାପ୍ତ ବାଣ ଦୋକାନ ପାଇଁ ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ

Guidelines For Sale Of Firecrackers (ETV Bharat Odisha)

ଖୁଚୁରା ବାଣ ବିକ୍ରି ଉପରେ ନଜର:

ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ । ଗାଇଡଲାଇନ ମୁତାବକ, ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ବାଣ ବିକ୍ରି ପାଇଁ ନିର୍ଦ୍ଧାରିତ ୨୫ଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟତ୍ର ବାଣ ବିକ୍ରି କରିପାରିବେ ନାହିଁ ଖୁଚୁରା ଦୋକାନୀ । ଏପରିକି ମହମବତୀ ଓ ଦୀପ ବିକିବା ଆଳରେ ବାଣ ବିକ୍ରି ବା ଅସ୍ଥାୟୀ ସିଜିନର ସେଣ୍ଟର ଭଳି ଚା ଦୋକାନ ଆଗରେ ଓ ପୂଜା ସାମଗ୍ରୀ ଦୋକାନ ଆଗରେ ମଧ୍ୟ ବାଣ ବିକ୍ରି କରିପାରିବେ ନା‌ହିଁ ବାଣ ବ୍ୟବସାୟୀ । ଛୋଟ ହେଉ ବା ବଡ଼ ବାଣ ଏପରି ସର୍ବସାଧାରଣରେ ବାଣ ବିକ୍ରି ଉପରେ ରହିଛି କଟକଣା । ନିୟମ ଅନୁସାରେ, ବିଏମସି ଓ ଅଗ୍ନିଶମ ଓ ପୋଲିସଠାରୁ ଲାଇସେନ୍ସ ନେଇ ବାଣ ବିକ୍ରି କରିପାରିବେ ଦୋକାନୀ ।

Guidelines For Sale Of Firecrackers
Guidelines For Sale Of Firecrackers (ETV Bharat Odisha)
୨୫ଟି ସ୍ଥାନରେ ବାଣ ବିକ୍ରି:

ବାଣ ବିକ୍ରି ପାଇଁ ଭୁବନେଶ୍ୱରରେ ୨୫ଟି ସ୍ଥାନ ନିରୂପଣ ହୋଇଛି । ପ୍ରତ୍ୟେକ ସ୍ଥାନରେ କ୍ଲଷ୍ଟର ବ୍ୟବସ୍ଥା ହୋଇଛି । ଗୋଟିଏ ଲେଖାଏଁ କ୍ଲଷ୍ଟରରେ ୫୦ରୁ ଅଧିକ ବାଣ ଦୋକାନ‌ ରହିବ । ଏଥିପାଇଁ ବାଣ ଦୋକାନ ମଧ୍ୟରେ ଦୂରତା ୩ ମିଟର ରହିବ । ପ୍ରତ୍ୟେକ ବାଣ ଦୋକାନୀ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ । ନିୟମାବଳୀ ଅନୁଯାୟୀ ବାଣ ବିକ୍ରି କରିବେ । ବାଣ ଦୋକାନ ପାଖରେ ଅଘଟଣ ଏଡାଇବାକୁ କମ୍ବଳ ଓ ପାଣି ବାଲ୍ଟି ଓ ବାଲି ବସ୍ତା ଆଦି ରଖାଯିବ । ନିଆଁ ଲିଭାଯନ୍ତ୍ର ସହ ବିଦ୍ୟୁତ ସରଞ୍ଜାମ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ୱର ଏହି ୨୫ଟି ସ୍ଥାନରେ ମିଳିବ ବାଣ:

୧. ଖଣ୍ଡଗିରି ଥାନା ଅଞ୍ଚଳର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆ
୨. ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା ଯାତ୍ରା ପଡିଆ
୩. ଖଣ୍ଡଗିରି ଥାନା ଅଞ୍ଚଳର ଆଇଗିଣିଆ ଛକ ICAR ଗେଟ୍ ପାଖ ପଡିଆ
୪. ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ବାହାଦଲପୁର ମଶାଣି ପଡିଆ
୫. ଜଟଣୀ ଥାନା ଅଞ୍ଚଳର ରାମଚନ୍ଦ୍ରପୁର ଶରତ ପାଇକରାୟ ଷ୍ଟାଡିୟମର ପଛ ପାଖ ପଡ଼ିଆ
୬. ପାହାଳ ଥାନା ଅଞ୍ଚଳର ପୁରୁଣା ପୋଲିସ ଫାଣ୍ଡି ସାମ୍ନା ଛକ
୭. ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର RTO-II ଟ୍ରେନିଂ ପଡି଼ଆ
୮. ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର କ୍ଲବ ଟାଉନ ପଡିଆ
୯. ଚନ୍ଦ୍ରଶେଖରପୁର ଥାନା ପଦ୍ମାବତୀ ବିହାର ଭଙ୍ଗା ପଡିଆ
୧୦. ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଡ଼ମଣା କ୍ଲବ ପଡିଆ
୧୧. ସହିଦନଗର ଥାନା ଅଞ୍ଚଳ ନନ୍ଦନକାନନ ଅଫିସ ପଛପଟ ଶହୀଦନଗର ହାଟ ସାମ୍ନା ପଡିଆ
୧୨. ଇନଫୋସିଟି ଥାନା ଅଞ୍ଚଳର ପ୍ରଶାନ୍ତି ବିହାର ଦୁର୍ଗାପୂଜା ପଡିଆ
୧୩. ନୟାପଲ୍ଲୀ ଥାନା ଅଞ୍ଚଳର କସ୍ତୁରବା ଖେଳ ପଡିଆ ବା ରାବଣ ପୋଡି ପଡିଆ
୧୪. ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଲକ୍ଷ୍ମୀସାଗର ମେଳନ ପଡିଆ
୧୫. ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଫୁଟବଲ ପଡିଆ
୧୬. ନୟାପଲ୍ଲୀ ଥାନା ଅଞ୍ଚଳର ଦୁର୍ଗାପୁଜା ମଣ୍ଡପ ପଡିଆ
୧୭. ମଞ୍ଚେଶ୍ବର ଥାନା ଅଞ୍ଚଳର ରସୁଲଗଡ ଦୁର୍ଗାପୂଜା ପଡିଆ (ରସୁଲଗଡ)
୧୮. ମଞ୍ଚେଶ୍ବର ଥାନା ଅଞ୍ଚଳର ବିଜୁ ପଟ୍ଟନାୟକ ପଡିଆ
୧୯. ମଞ୍ଚେଶ୍ବର ଥାନା ଅଞ୍ଚଳର ଧିରିକୁଟ ସାହି ଖେଳ ପଡିଆ
୨୦. ବଡଗଡ ଥାନା ଅଞ୍ଚଳର ବଡଗଡ ବ୍ରିଟ କଲୋନି ମାର୍କେଟ ସ୍କୁଲ ପାଖ ମଶାଣି ପଡିଆ
୨୧. ବଡଗଡ ଥାନା ଅଞ୍ଚଳର ବିଡିଏ ମାର୍କେଟ ପଛ ପାଖ ପଡିଆ
୨୨. କ୍ୟାପିଟାଲ ଥାନା ଅଞ୍ଚଳର ୟୁନିଟ-୧ ହାଇସ୍କୁଲ ପଛ ପାଖ ପଡିଆ
୨୩. ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ କୂଳ ପାଖ ନିଶାରାଣୀ ପଡିଆ
୨୪. ତମାଣ୍ଡୋ ଥାନା ଅଞ୍ଚଳର ତମାଣ୍ଡୋ କ୍ରିକେଟ ଖେଳ‌ପଡିଆ
୨୫. ବାଲିଅନ୍ତା ଭିଙ୍ଗାରପୁର ମଶାଣି ପଡିଆ

ଦୋକାନ ବାହାରେ ରହିବ ୫୦ ମିଟର ଖାଲି ସ୍ଥାନ:

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, "ସମସ୍ତଙ୍କୁ ନିବେଦନ କରୁଛୁ ଯାହା ସୁପ୍ରିମକୋର୍ଟର ଗାଇଡଲାଇନ ଅଛି ତାକୁ ସମସ୍ତେ ପାଳନ କରନ୍ତୁ । ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି । ଯଦି ଗାଇଡଲାଇନ ପାଳନ କରିବେ ଅନ୍ୟମାନଙ୍କୁ ମଧ୍ୟ ଲାଇସେନ୍ସ ଦିଆଯିବ । ପ୍ରତ୍ୟେକ ଦୋକାନରେ ୩୦୦ କିଗ୍ରାରୁ ଅଧିକ ବାଣ ରଖିପାରିବେ ନାହିଁ । କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ । ଦୋକାନଗୁଡିକ ମଝିରେ ୩ ମିଟର ଗ୍ୟାପ ରହିବ । ଦୋକାନ ବାହାରେ ୫୦ ମିଟର ଖାଲି ସ୍ଥାନ ରହିବ । ଗୋଟିଏ କ୍ଲଷ୍ଟରେ ୫୦ଟି ଦୋକାନ ରହିବ । ଯେଉଁମାନେ ବାଣ ବିକ୍ରି ପାଇଁ ଆବେଦନ କରୁଛନ୍ତି କମିଶନରେଟ ପୋଲିସ ସେମାନଙ୍କୁ ଲାଇସେନ୍ସ ଦେଉଛି ।"

ବେଆଇନ ବାଣ ବିକ୍ରି ଓ ତିଆରି ଉପରେ ନଜର:

ଯେଉଁମାନେ ବେଆଇନ ବାଣ ବିକ୍ରି ବା ତିଆରି କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ନିଜ ଅଞ୍ଚଳରେ ନଜର ରଖିବା ପାଇ‌ଁ ସମସ୍ତ ଥାନାଧିକାରିଙ୍କୁ ନିର୍ଦ୍ଦେଶ ରହିଛି । ବାଣ ପାଇଁ ମୂଲ୍ୟବାନ ଜୀବନ କ୍ଷୟକ୍ଷତି ହେଉଛି । ବେଆଇନ ବାଣ ଯେଉଠିଁ ତିଆରି ହୋଇଥାଏ, ସେଠାରେ ଦୁର୍ଘଟଣାର ଆଶଙ୍କା ଥାଏ । ବଡ଼ ବିପତ୍ତି ଆଶଙ୍କା ରହିଥାଏ । ତେଣୁ ଲାଇସେନ୍ସପ୍ରାପ୍ତ ବାଣ ତିଆରି ଓ ବାଣ ଗଚ୍ଛିତ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି ।

ଜବତ ହେଲାଣି ଅନେକ ବାଣ ଓ ସାମଗ୍ରୀ:

ବାଲିପାଟଣା ଥାନା ଅଞ୍ଚଳରୁ ୨ଟି ଘଟଣା ସାମ୍ନାକୁ ଆସିଛି । ଗତକାଲି ୨ ଜଣ ଚନ୍ଦ୍ରଶେଖର ମଲ୍ଲିକ ଓ ବିଶ୍ବନାଥ ମଲ୍ଲିକକୁ ଗିରଫ କରାଯାଇଛି ।
ତାଙ୍କ ଠାରୁ ୧୪୩ କେଜିର ବାରୁଦ ସହ ୫୦ କେଜିର ଆଇରନ ଗୁଣ୍ଡ (ଯାହାକୁ ବାଣ ତିଆରି ପାଇଁ ବ୍ୟବହାର କରାଯାଏ) ଜବତ ହୋଇଛି । ସେହିପରି ଗତ ୨୬ ତାରିଖରେ ଜଟଣୀ ଟର୍ଚ୍ଚ ପଡ଼ିଆରୁ ଏକ ଟାଟା ଏସି ବୋଝେଇ ବିପୁଳ ବାଣ ଜବତ କରାଯାଇଥିଲା । ଯେଉଁଠି ୨ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ତମାଣ୍ଡୋ ଥାନା ଅଞ୍ଚଳରୁ ମଧ୍ୟ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରାଯାଇଛି ।

ଚଢାଉ ପାଇଁ ୨ଟି ଟିମ ଗଠନ:

ବେଆଇନ ବାଣ ବିକ୍ରି ଓ ବାଣ ଦୋକାନରେ ବେଆଇନ ଭାବେ ବାଣ ବିକୁଥିଲେ ଚଢାଉ କରିବ ଟିମ୍ । ଏନେଇ ୨ଟି ଟିମ ଗଠନ କରାଯାଇଛି । ଏସିପି କୃଷ୍ଣପ୍ରସାଦ ମିଶ୍ର ଓ ଅମିତାଭ ମହାପାତ୍ର ନେତୃତ୍ବରେ ୨ଟି ଟିମ ଗଠନ କରାଯାଇଛି । ଯେଉଁଠି ଜୋନ ୧, ଜୋନ ୨ ଓ ଜୋନ ୩ ଅଞ୍ଚଳରେ ବେଆଇନ ବାଣ ବିକ୍ରି ଉପରେ ଅମିତାଭ ମହାପାତ୍ରଙ୍କ ଟିମ୍ ଚଢାଉ କରିବେ । ସେହିପରି ଜୋନ ୪, ଜୋନ ୫ ଓ ଜୋନ ୬ର ଥାନା ଅଞ୍ଚଳରେ ରେଡ କରିବେ କୃଷ୍ଣପ୍ରସାଦ ମିଶ୍ରଙ୍କ ଟିମ୍ ।

କ'ଣ ହେବ ଚେକିଂ:
ବାଣ ବିକ୍ରେତାଙ୍କ ପାଖରେ ଲାଇସେନ୍ସ ଥିବା ବାଧ୍ୟତାମୂଳକ । ଏକ୍ସପ୍ଲୋସିଭ ଆକ୍ଟର ନିୟମ ଅନୁସାରେ, ବାଣ ବିକ୍ରି କରିବେ । ଏଥିପାଇଁ ବାଣ ବିକ୍ରି ପାଇଁ ଦିଆଯାଇଥିବା ଲାଇସେନ୍ସର ନିୟମ ପାଳନ କରୁଛନ୍ତି କି ନାହିଁ ଚେକିଂ କରାଯିବ । ୧୨୫ ଡେସିମଲରୁ ଅଧିକ ଶବ୍ଦ କରୁଥିବା ବାଣ ବିକ୍ରି କରିପାରିବେ ନାହିଁ । ବାଣର ପ୍ୟାକେଟ ଉପରେ ବାଣ ମାନୁଫ୍ୟାକ୍ଚର ତାରିଖ ଓ ଏକ୍ସପାରି ତାରିଖ ରହିବ । ବାଣ ଶବ୍ଦ ପ୍ରଦୂଷଣକାରୀ ଓ ଉଚ୍ଚ ଆଲୋକ କରୁଥିବା ବାଣ ବିକ୍ରି ଆଦି ଉପରେ କଡ଼ା ନଜର ରହିବ‌ । ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ ମଧ୍ୟ ଟିମ୍ ସହ ଯାଞ୍ଚ କରିବେ ।‌

ଏହା ବି ପଢନ୍ତୁ....ପୁରୀରେ ଦୀପାବଳି କଟକଣା, ଏହି ସମୟରେ ବାଣ ଫୁଟାଇବାକୁ ଅନୁମତି

ଏହା ବି ପଢନ୍ତୁ...ଦୀପାବଳିରେ ଘରେ ଲଗାନ୍ତୁ ଏହି ୬ ଗଛ, ପରିବାର ଉପରେ ହେବ ମା' ଲକ୍ଷ୍ମୀଙ୍କ କୃପା

ଏହା ବି ପଢନ୍ତୁ...ପ୍ରଦୂଷଣ ଟେନସନ, ଦୀପାବଳିରେ ସତର୍କ ରହିବାକୁ ଏହି ଉପାୟ ଆପଣାନ୍ତୁ

ଏହା ବି ପଢନ୍ତୁ...ସାପ୍ତାହିକ ରାଶିଫଳ: ଦୀପାବଳି ଏହି ରାଶିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ, ଚାକିରି-ବ୍ୟବସାୟ-ପ୍ରେମରେ ହେବେ ସଫଳ

ବାଣ ଅଘଟଣ:

ଗତ ବର୍ଷ ୩୧ ଅକ୍ଟୋବର ୨୦୨୩ରେ ବାଲିପାଟଣା ଥାନା ବାଳକାଠି ଓ ତ୍ରାହି ଅଚ୍ୟୁତ ରୋଡରେ ଥିବା ଏକ ନଦୀ ପଠାରେ ବାଣ ଗୋଦାମରେ ଅଘଟଣ ଘଟିଥିଲା । ବାଣ ବିସ୍ଫୋରଣ ଯୋଗୁଁ ଜଣେ ଗୁରୁତର ହୋଇଥିଲା । ସେହିପରି ୧ ନଭେମ୍ବର ୨୦୧୮ରେ ବାଲିପାଟଣା ଥାନା ନୂଆସାହିର ଜ୍ଞାନ ରଞ୍ଜନ ମିଶ୍ରଙ୍କ ଘରେ ବାଣ ବିସ୍ଫୋରଣ ଯୋଗୁଁ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଘରେ ବେଆଇନ ବାଣ ତିଆରି କରୁଥିବା ଯୋଗୁଁ ଏଭଳି‌ ଅଘଟଣ ଘଟିଥିବା ସେତେବେଳେ ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.