ETV Bharat / state

ଆପାର୍ଟମେଣ୍ଟ ଚୋରି ରୋକିବାକୁ ମାଷ୍ଟର ପ୍ଲାନ୍, ଟେକ୍ନୋଲୋଜି ସର୍ଭେ କରୁଛି କମିସନରେଟ ପୋଲିସ

Commissionerate Police Master plan to Prevent Apartment Burglary: ଆପାର୍ଟମେଣ୍ଟରୁ ହେଉଥିବା ଚୋରିରେ ରୋକ ଲଗାଇବା ପାଇଁ ଟେକ୍ ସର୍ଭେ ଚଳାଇଛି ଭୁବନେଶ୍ବର କମିସନରେଟ୍ ପୋଲିସ । ଅଧିକ ପଢ଼ନ୍ତୁ

ଆପାର୍ଟମେଣ୍ଟ ଚୋରି
ଆପାର୍ଟମେଣ୍ଟ ଚୋରି
author img

By ETV Bharat Odisha Team

Published : Feb 20, 2024, 10:01 AM IST

ଆପାର୍ଟମେଣ୍ଟରୁ ଚୋରି

ଭୁବନେଶ୍ବର: ଖୁବଶୀଘ୍ର ଆପାର୍ଟମେଣ୍ଟରୁ ହେଉଥିବା ଚୋରିରେ ଲାଗିବ ରୋକ । ଚୋରିର ଶିକାର ହୋଉଥିବା ଲୋକଙ୍କୁ ମିଳିବ ତ୍ରାହି । ଏନେଇ ଟେକ୍ ସର୍ଭେ ଚଳାଇଛି ଭୁବନେଶ୍ବର କମିସନରେଟ୍ ପୋଲିସ । ଚୋରି ରୋକିବାକୁ ଆପାର୍ଟମେଣ୍ଟର ସିକ୍ୟୁରିଟି ଉପରେ ଚିରସ୍ଥାୟୀ ସମାଧାନର ବାଟ ଖୋଜିଛି ପୋଲିସ । କିଛି ଓଡିଆ ଇଞ୍ଜିନିୟରଙ୍କ ଦେଶୀ ଟେକ୍ନୋଲୋଜିର ସହାୟତା ନିଆଯାଉଛି । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ସର୍ଭେ ଚଳାଇଛି ପୋଲିସ । ପ୍ରୋଜେକ୍ଟ ପାଇଁ ବିଭିନ୍ନ ଅଞ୍ଚଳରେ ଏହାର ସଫଳ ପ୍ଲାନିଂ ନେଇ ପୋଲିସ ପ୍ରସ୍ତୁତି କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ।

ରାଜଧାନୀରେ ଦିନକୁ ଦିନ ଚୋରି ବଢ଼ୁଛି । ମୁଖ୍ୟତଃ ଆପାର୍ଟମେଣ୍ଟଗୁଡ଼ିକ ଚୋରଙ୍କ ଟାର୍ଗେଟରେ ରହୁଛି । ଏହି ଚୋରିକୁ ରୋକିବା ପାଇଁ ଏବଂ ଏହାର ଚିରସ୍ଥାୟୀ ସମାଧାନ ପାଇଁ ବିକଳ୍ପ ବାଟ ଖୋଜୁଛି ପୋଲିସ । ଏଥିପାଇଁ ପୋଲିସ ଏକ ସର୍ଭେ ଆରମ୍ଭ କରିଛି । ରାଜଧାନୀର ସମସ୍ତ ଥାନା ଅଞ୍ଚଳର ଆପାର୍ଟମେଣ୍ଟର ଡାଟା ସଂଗ୍ରହ ସହ ସେଠାକାର ସିକ୍ୟୁରିଟି ସିଷ୍ଟମକୁ ନେଇ ପୋଲିସ ଅଫିସରଙ୍କୁ ତଥ୍ୟ ସଂଗ୍ରହ ପାଇଁ କୁହାଯାଇଛି । ଏହାସହ କିଛି ଇଞ୍ଜିନିୟରଙ୍କୁ ଦେଶି ଯୁଗାଡ ବା ଟେକ୍ନୋଲୋଜି ଜରିଆରେ ଏହାକୁ ରୋକିବା ପାଇଁ ମାଷ୍ଟରପ୍ଲାନ ଜାରି ରହିଛି । ରିତିମତ ଭାବେ ଏବେ ସମସ୍ତ ଆପାର୍ଟମେଣ୍ଟର ପ୍ରତ୍ୟକ ଦିନର ଆକ୍ଟିଭିଟି ଉପରେ ନଜର ରଖାଯାଉଛି । ଏନେଇ ଏକ ତଥ୍ୟ ଆଧାରରେ ଖୁବଶୀଘ୍ର ଆପାର୍ଟମେଣ୍ଟ ସୁରକ୍ଷା ନେଇ କମିସନରେଟ ପୋଲିସ ଏକ ଆଡଭାଇଜାରି ଜାରି କରିବାକୁ ପ୍ଲାନ୍ କରିଛି ।

ଆପାର୍ଟମେଣ୍ଟ ଚୋରିକୁ ନେଇ ଭୁବନେଶ୍ୱରରେ ଖେଳିଥିବା ଆତଙ୍କର ଭୟ ଦୂର ପାଇଁ ଭରପୁର ପ୍ରୟାସ ଜାରି ରଖିଛି ପୋଲିସ । ଏଥିପାଇଁ କିଛି ସମାଧାନର ବାଟ ଫିଟିଛି । ପୋଲିସ ଏ ଦିଗରେ ଦୀର୍ଘସ୍ଥାୟୀ ସମାଧାନ‌ ପାଇ ବାଟ ଆପଣାଇବାକୁ ଯାଉଛି । ଚୋରଙ୍କୁ ଧରିବା ସହ ଚୋରିକୁ ରୋକିବା ପାଇଁ ପୋଲିସ ଏକ ଆକ୍ସନ‌ ପ୍ଲାନ ପ୍ରସ୍ତୁତ କରୁଛି । ଖୁବଶୀଘ୍ର ଏହାର ସାମାଧନର ରାସ୍ତା ବାହାରିବ ବୋଲି ପୋଲିସ କମିସନର କହିଛନ୍ତି । କାରଣ ଲଗାତାର କିଛି ଦିନ ଧରି ବିଭିନ ଆପାର୍ଟମେଣ୍ଟରରୁ ସିରିଜ୍ ଲୁଟପାଟ କରୁଛନ୍ତି ଲୁଟେରା । ପୋଲିସ ଭାବିବା ପୁର୍ବରୁ ଗୋଟିଏ ପରେ ‌ଗୋଟିଏ ଅଞ୍ଚଳରେ ଲୁଟପାଟ ଚଳାଇଛନ୍ତି । ବିଶେଷ କରି ରାଜଧାନୀର ଉପକଣ୍ଡ ଅଞ୍ଚଳ ଏମାନଙ୍କ ଟାର୍ଗେଟରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ମାତିଛନ୍ତି ସିନ୍ଧି ଚୋର, ଲୁଟି ନେଲେ ଲକ୍ଷାଧିକ ମୂଲ୍ୟର ଗହଣା ଓ ଟଙ୍କା

ରିପୋର୍ଟ ଅନୁସାରେ, ଫେବୃଆରୀ ୧୮ ତାରିଖ ରାତିରେ ବାଲିଅନ୍ତା ଥାନା‌ ବାଳକାଟି ଫାଣ୍ଡି ଅଧୀନ ଗଡ଼ ଶ୍ରୀରାମପୁର ସ୍ଥିତ ବର୍ଷା ରିଭେରା ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ସିରିଜ୍ ଲୁଟପାଟ କରି ୧୦ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ସେହିପରି‌ ଗତ ୩୧ ଜାନୁଆରୀରେ ପାହାଳ ଥାନା ଅଞ୍ଚଳରୁ ଭିମପୁ୍ରରେ ଥିବା କଲ୍ୟାଣ ହାଇଟସରେ ଏଭଳି କଳାକନା ବୁଲାଇଥିଲେ ଦୃର୍ବୁତ୍ତ । ଯାହାକୁ ନେଇ ତନାଘନା ଚଲାଇଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.