ETV Bharat / state

ଟେଲିଗ୍ରାମ ଜରିଆରେ ୧୧ ଲକ୍ଷ ସାଇବର ଠକେଇ, ୪ ଗିରଫ - Cyber Fraud

author img

By ETV Bharat Odisha Team

Published : Apr 19, 2024, 7:28 AM IST

Cyber Fraud: ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି ? ଯଦି ବ୍ୟବହାର କରୁଛନ୍ତି ତେବେ ବେନାମୀ ଲିଙ୍କ ପ୍ରତି ହୋଇଯାଆନ୍ତୁ ସାବଧାନ । ୧ ଲକ୍ଷର ସାଇବର ଠକେଇର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିବା ସହ ଆଡଭାଇଜରି ଜାରି କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

Cyber Fraud
Cyber Fraud
Cyber Fraud

ଭୁବନେଶ୍ବର: ଟେଲିଗ୍ରାମ ଜରିଆରେ ରାଜଧାନୀରେ ବଡ ଧରଣର ସାଇବର ଠକେଇ ହୋଇଛି । ୧୧ ଲକ୍ଷର ଠକେଇ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତେଣୁ ଠକେଇରୁ ବର୍ତ୍ତିବା ନେଇ ଆଡ଼ଭାଇଜରୀ ଜାରି ହୋଇଛି । ୧୧ ଲକ୍ଷ ଠକେଇ ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । ୨୦ ପ୍ରତିଶତ ସୁଧ ଦେବାକୁ କହି ଜଣଙ୍କଠାରୁ ପାଖାପାଖି ୧୨ ଲକ୍ଷ ଠକି ନେଇଥିଲେ ୩ ପୁରୁଷ ଓ ଜଣେ ମହିଳା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। "ସକାଳୁ ୫ ହଜାର ଦେଲେ ରାତିରେ ମିଳିବ ୬ ହଜାର ବୋଲି ଲୋଭ ଦେଖାଯାଉଥିଲା । ତେଣୁ ଇଜି ମନି ପାଇବା ଆଶାରେ ଏଭଳି ଟେଲିଗ୍ରାମ ଜରିଆରେ କୋଟି କୋଟି ଟଙ୍କା ଠକେଇ ହେଉଛି । ରାଜ୍ୟ ବାହାରେ ରହି ଅପରେଟ୍ କରୁଛି ମାଷ୍ଟରମାଇଣ୍ଡ । କମିଶନରେଟ ପୋଲିସ ଏହି ଆର୍ଥିକ କାରବାର ଘଟଣାରେ RBIକୁ ଚିଠି ଲେଖିଛି । ମୁଖ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ" ବୋଲି କହିଛନ୍ତି ଡିସିିପି ।

ଡିସିପିଙ୍କ ସୂଚନା ଅନୁସାରେ, ଗତ ଫେବ୍ରୁଆରୀ ୨ ତାରିଖରେ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଗାଁର ଅବଦୁଲ ଆକବର ଖାନ ସାଇବର ଥାନାରେ ଏକ ଅଭିଯୋଗ ଆଣିଥିଲେ । ଅନଲାଇନ ପ୍ଲାଟଫର୍ମରେ ଚାକିରି ଓ ମୋଟା ଅଙ୍କର ସୁଧ ଦେବା ଲୋଭ ଦେଖାଇ ଏକ ଟେଲିଗ୍ରାମ ଲିଙ୍କ ତାଙ୍କ ପାଖକୁ ପଠାଇଥିଲେ ଠକ । ପ୍ରଥମେ ୫ ହଜାର ଟଙ୍କା ଖର୍ଚ୍ଚ କରି ୨୪ ଘଣ୍ଟା ମଧ୍ୟରେ ୧ ହଜାର ଅଧିକ ଟଙ୍କାର ଲାଭ ନେଇ ଲୋଭ ଦେଖାଯାଇଥିଲା । ବାରମ୍ବାର ଏଭଳି ଲାଭ ପାଇବା ପରେ ଲୋଭର ବଶବର୍ତ୍ତୀ ହୋଇ ୧୬ଟି ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ଅଭିଯୋଗ ପରେ ଏୟାରଫିଲଡ ଅଞ୍ଚଳର ତୃପ୍ତି ରଞ୍ଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବନଲତା ସାହୁ, ବଲାଙ୍ଗୀର ଅଞ୍ଚଳର ମାନସ ରଞ୍ଜନ ସୁନା, ସୁନ୍ଦରପଦା କଣ୍ଟିଲୋର ନିହାର ରଞ୍ଜନ ପାଇକରାୟଙ୍କୁ ଗିରଫ କରିଛି ପୋଲିସ ।

ଏହା ବି ପଢନ୍ତୁ...କ୍ରିପ୍ଟୋ ନିବେଶ ଆଳରେ ୧୫ କୋଟି ଠକେଇ, ୨ ଅଭିଯୁକ୍ତ ଗିରଫ - Crypto Currency Scam

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାରା ଦେଶରେ ଏହି ଟେଲିଗ୍ରାମ ଠକେଇ ଚାଲିଛି । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଛାନଭିନ ଜାରି ରହିଛି । ଫେକ୍ ଡକ୍ୟୁମେଣ୍ଟ ବ୍ୟବହାର କରାଯାଇ ୪୬ଟି ମ୍ୟୁଲ ଆକାଉଣ୍ଟ ଜରିଆରେ ଠକେଇ ହୋଇଛି । ମ୍ୟୁଲ ଆକାଉଣ୍ଟ ଜରିଆରେ ୪୬ ଲକ୍ଷ ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଏ ସମ୍ପର୍କରେ ଖୁବଶୀଘ୍ର ଆରବିଆଇକୁ ଅବଗତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଭଳି ଠକେଇରୁ କିଭଳି ବର୍ତ୍ତିବେ, ସେନେଇ ସାଇବର ଥାନା ପକ୍ଷରୁ ଜାରି ହୋଇଛି ଆଡ଼ଭାଇଜରୀ । ଏଭଳି ବେନାମୀ ଲିଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି କମିଶନରେଟ ପୋଲିସ । ସେପଟେ ଭୁବନେଶ୍ୱରରେ ଆଉ ଏକ ସାଇବର ଅପରାଧର ଅଭିଯୋଗ ସାମ୍ନାକୁ ଆସିଛି । ସାନୁଜିତ କୁମାର ରାଉତରାୟଙ୍କୁ ପୋଲିସ ପୂର୍ବତନ ଡିଜି ବିକେ ଶର୍ମାଙ୍କ ପ୍ରୋଫାଇଲ ଫଟୋ ରଖି ଜଣେ ତାଙ୍କ ପୁଅ ନା କହି ଧମକାଇ ଥିବାବେଳେ ସେ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.