ETV Bharat / state

ଫିଲ୍ମ ଷ୍ଟାଇଲରେ ସାଢେ ୧୧ ଲକ୍ଷ ଚୋରିି ଘଟଣା, ବନ୍ଧା ହେଲେ ରିପୋ ଏଜେନ୍ସିର ୪ କର୍ମଚାରୀ - ACCUSED ARRESTED IN ROBBERY CASE - ACCUSED ARRESTED IN ROBBERY CASE

Accuse Arrested By Commissionerate Police: ପିତାପଲ୍ଲି ଛକରୁ ସାଢେ ୧୧ଲକ୍ଷ ଟଙ୍କା ଚୋରି ଘଟଣାର ବଡ଼ ଖୁଲାସା କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଧିକ ପଢନ୍ତୁ

ଭୁବନେଶ୍ବରରେ ଲୁଟ୍
ଭୁବନେଶ୍ବରରେ ଲୁଟ୍
author img

By ETV Bharat Odisha Team

Published : Apr 5, 2024, 10:41 PM IST

ଭୁବନେଶ୍ବରରେ ଲୁଟ୍

ଭୁବନେଶ୍ବର: ଫିଲ୍ମ ଷ୍ଟାଇଲରେ ସାଢେ ୧୧ ଲକ୍ଷ ଲୁଟି ନେଇ ଧରାପଡିଲେ ରିପୋ ଏଜେନ୍ସିର ୪ କର୍ମଚାରୀ । ପିତାପଲ୍ଲି ଛକରୁ ସାଢେ ୧୧ଲକ୍ଷ ଟଙ୍କା ଚୋରି ଘଟଣାର ବଡ଼ ଖୁଲାସା କରିଛି ପୋଲିସ । ଅଭିଯୁକ୍ତମାନେ ଖୋର୍ଦ୍ଧା ଓ ନୟାଗଡର ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର। ପୋଲିସ ବହୁତ ଶୀଘ୍ର ଏମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ହେଲେ ସୋମନାଥ ଜେନା‌ ଓରଫ ସୋମା, ଦିପ୍ତିରଞ୍ଜନ ବଳିଆରସି , ଆଶିଷ କୁମାର ଦାସ ଓ ସ୍ମୃତି ରଞ୍ଜନ ସେଠୀ । ସେମାନଙ୍କ ମଧ୍ୟରୁ ସୋମନାଥ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛି। ସେମାନେ ଗୋଟିଏ ଫାଇନାନ୍ସ ଏଜେନ୍ସିରେ କାମ କରୁଥିଲେ। ଫାଇନାନ୍ସରେ ଗାଡି ନେଇ ଫାଇନାନ୍ସ ଦେଉନଥିବା ଗାଡ଼ିକୁ ରିକଭରି କରିବା କାମ କରୁଥିଲେ। ହେଲେ ଏହି କାମ ଭିତରେ ଏମାନେ ବ୍ୟାଙ୍କରେ କଏନ୍ ଏକ୍ସଚେଞ୍ଜ କରୁଥିବା ଏକ ସିଣ୍ଡିକେଟକୁ ଟାର୍ଗେଟ କରିଥିଲେ‌।

ଏହାର କର୍ମଚାରୀ ଯେତେବେଳେ ଖୁଚୁରା ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ‌ ବଦଳ କରି ବଡ଼ ନୋଟ ଆଣିଥାନ୍ତି ସେହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରନ୍ତି ଅଭିଯୁକ୍ତ । ଏହିପରିଭାବେ ଛତ୍ରପୁର ଏସବିଆଇରୁ ଫେରିବାବେଳେ କଏନ ଏକ୍ସଚେଞ୍ଜ ସିଣ୍ଡିକେଟର ୨ କର୍ମଚାରୀ ସମ୍ଭୁନାଥ ସାହୁ ଓ ଧର୍ମେଦ୍ର ରେଡ୍ଡୀଙ୍କୁ ସେମାନେ ପିଛା କରିଥିଲେ । ଏହି ଦୁଇ ବ୍ୟକ୍ତି ୧୧ଲକ୍ଷଟଙ୍କା ନେଇ ଭୁବନେଶ୍ୱର ଫେରିବାବେଳେ ଏମାନେ ତାଙ୍କୁ ଖୋର୍ଦ୍ଧାରୁ ପିଛା କରିଥିଲେ। ଆଉ ଫିଲ୍ମ ଷ୍ଟାଇଲରେ ୪ଲୁଟେରା ୩ ଟି ବାଇକ ଯୋଗେ ଆସି ପିତାପଲ୍ଲୀଠାରେ ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କୁ ଧମକ ଚମକ ଦେଇ ତାଙ୍କଠୁ ସବୁ ଟଙ୍କା ନେଇ ଛୁ ମାରିଥିଲେ। ସେହି ସଂସ୍ଥାର ଉଦୟ ଭାନୁ ବିଶ୍ବାଳ ଏନେଇ ଇନଫୋଭାଲି ଥାନାରେ ଗତ ୩୧ ତାରିଖରେ ଅଭିଯୋଗ କରିଥିଲେ। ପରେ ପୋଲିସ ହୋଇଥିବା ଲୁଟ ଘଟଣାର ପର୍ଦ୍ଦାଫାସ କରି ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଲୁଟ ହୋଇଥିବା ୧୧ଲକ୍ଷରୁ ୯ଲକ୍ଷ ୬୯ହଜାର ଟଙ୍କା ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ...ବନ୍ଧୁକ ମୁନରେ ଲୁଟ୍, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ - Ornament Loot In Delanga

ଗିରଫ ପରେ ଜଣାପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ସୋମନାଥ ଜେନା ନାଁରେ ଏକ ହତ୍ୟା ମାମଲା ରହିଛି । ଏପରିିକି ସେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟି ସାରିଛି। ଜେଲରୁ ଫେରି ଏଭଳି ଏକ ରିପୋ ଏଜେନ୍ସିରେ ସେ କାମ କରୁଥିଲା। ସେହି ଅଞ୍ଚଳରେ ଲୋକଙ୍କୁ ଏପରି ଲୁଟ ପାଇଁ ଯୋଜନା‌ କରୁଥିଲା । ଏହି ଲୁଟ୍ ଘଟଣା ପରେ ସୋମନାଥ ଜେନା ଏକ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ଯାଇ ଲୁଚିଥିଲା। ପୋଲିସ ତାର ସୁରାକ ପାଇ ସେଠାରୁ ସୋମନାଥକୁ ଗିରଫ କରିଛି । ସେମାନଙ୍କଠାରୁ ଲୁଟ ଟଙ୍କା ଜବତ କରାଯାଇଛି ଓ ଲୁଟ୍ ହୋଇଥିବା ଲୋକକୁ ତାର ଟଙ୍କା ହସ୍ତାନ୍ତର କରିଛନ୍ତି ପୋଲିସ କମିଶନର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.