ETV Bharat / state

ଏରାଗୋଲା ଲୁଟେରା ଗ୍ୟାଙ୍ଗ୍ ପର୍ଦ୍ଦାଫାସ ,୧୧ ଗିରଫ - Robbery Gang Busted By Police

author img

By ETV Bharat Odisha Team

Published : Apr 3, 2024, 10:46 PM IST

Robbery Gang Busted By Commissionerate Police: ଭୁବନେଶ୍ବର କମିଶନରେଟ ପୋଲିସକୁ ବଡ ସଫଳତା । ୧୧ଜଣିଆ କୁଖ୍ୟାତ ଲୁଟେରା ଗ୍ୟାଙ୍ଗଙ୍କୁ ଧରିଛି ପୋଲିସ । ଅଭିଯୁକ୍ତଙ୍କ ନାଁରେ ୨୭ଟି ଅପରାଧୀକ ମାମଲା ରହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଏରାଗୋଲା ଲୁଟେରା ଗ୍ୟାଙ୍ଗ୍ ପର୍ଦ୍ଦାଫାସ ,୧୧ ଗିରଫ

ଭୁବନେଶ୍ବର: ଦେଶରେ ଲୁଟର ଆତଙ୍କ ରଚିଥିବା ଗ୍ୟାଙ୍ଗ କମିଶନରେଟ ପୋଲିସ କବଜାରେ । କର୍ଣ୍ଣାଟକ ପୋଲିସ ଧରିବାକୁ ଛକିଥିବା ବେଳେ ହେଲେ ଭୁବନେଶ୍ବରରୁ ଧରାପଡିଲେ କୁଖ୍ୟାତଏରାଗୋଲା ଲୁଟେରା ଗ୍ୟାଙ୍ଗ୍ । କମିଶନରେଟ ପୋଲିସ କାବୁ କରିଛି ୧୧ଜଣିଆ କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ । ଏନେଇ ଏହି ଲୁଟେରା ଗ୍ୟାଙ୍ଗର ଖୁଲାସା କରିଛନ୍ତି ପୋଲିସ କମିଶନର ।

ପୋଲିସ କମିଶନର କହିଛନ୍ତି ଯେ, ବାଇକରେ ବୁଲୁଥିଲେ ବାଟୁଳିରେ ଲୁଟୁଥିଲେ । ବ୍ୟାଙ୍କ ଓ ବଣିଆ ଦୋକାନ ସାମ୍ନାରେ ଛକି ଲୁଟପାଟ କରୁଥିଲେ । ଟଙ୍କା ଓ ଗହଣା ଉପରେ ଥିଲା ନଜର । ଏମାନଙ୍କ ବିଶେଷ ନଜର ଅଲଗା ଅଲଗା ହୋଇ ବିଭିନ ସ୍ଥାନରେ ଘର ଭଡ଼ା ନେଇ ରହୁଥିଲେ । ଭୁବନେଶ୍ବର ସହର ସାରା ବୁଲି ଲୁଟପାଟ କରୁଥିଲେ । ଏହି କୁଖ୍ୟାତ ଏରାଗୋଲା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଗ୍ୟାଙ୍ଗର ୧୧ଜଣ ଧରାପଡ଼ିଥିବା ବେଳେ ଏବେବି କିଛି ଫେରାର ରହିଛନ୍ତି । ତେବେ ଏମାନଙ୍କ ନାଁରେ ରହିଛି ୨୭ଟି ଅପରାଧିକ ମାମଲା । ଯେଉଁଥିରେ ରହିଛି କାର କାଚ ଭାଙ୍ଗି ଲୁଟ କରିବା ୨ଟି କେସ, ଡିକି ଭାଙ୍ଗି ବ୍ୟାଗ ଚୋରି ୫ଟି,ମୋଟର ସାଇକେଲ ଚୋରି ୨ଟି,ମୋବାଇଲ ଚୋରି ୫ଟି କେସ ସହ ସୁନା ଚେନ ଝାମ୍ପିବା ୧୩ଟି କେସ ରହିଛି । ଭୁବନେଶ୍ବରର ୨୩ଟି କେସ ସହ ଭୁବନେଶ୍ବର ବାହାରେ ସାଲେପୁର, ରାଜନଗର, ଗୋଳନ୍ଥରା, ଆନ୍ଧ୍ରର ମଧ୍ୟ କେସ ରହିଛି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବିନୋଦ‌ ଦାସ, ଅନିଲ ଦାସ,ଏମ ରାଜା ,ଶିବ ଦାସ,ଏ ପ୍ରସାଦ ,ପି ଅଜୟ ,ଏ ଅଶୋକ,ପି ସୁବାଷ,ଡି ଶ୍ରିନିବାସ,ସମିର‌ ପ୍ରଧାନ,ଏନ୍ ରାଜଶେଖର ଆଚାରି ରହିଛନ୍ତି । ଗିରଫ ପରେ ସେମାନଙ୍କ ଠାରୁ ୬ଟି ଗାଡି ,୫୦ଟି ଫୋନ,୧୭ଟି ସୁନା ଚେନ,୨୫ଗ୍ରାମର ଅଳଙ୍କାର, ୨ଲକ୍ଷ ୫୦ହଜାର ଟଙ୍କାର କ୍ୟାସ ଓ କିଛି ବାଟୁଳି ଓ ମାଟି ବାଟୁଳା ଓ ଡିକିତଡା କଟର ମଧ୍ୟ ଜବତ କରାଯାଇଛି । ଏମାନଙ୍କର ଲିଡର ଥିଲା ରାଜଶେଖର ଆଚାରୀ ଯେ କି ଆନ୍ଧ୍ରା ଅଞ୍ଚଳର ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଆନ୍ଧ୍ର ଅଞ୍ଚଳର । ଅଭିଯୁକ୍ତମାନେ ଗଞ୍ଜାମ ଓ ଯାଜପୁରର କିଛି ସହଯୋଗୀଙ୍କ ସହ ମିଶି ଏଭଳି ଲୁଟପାଟ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ........ସ୍ପ୍ରେ ମାରି ମଟନ ଦୋକାନୀଙ୍କ ଠାରୁ ଲୁଟ, ପୋଲିସର ତନାଘନା ଜାରି - Loots From Mutton Seller

ତେବେ ପୋଲିସ ଗିରଫ ପରେ ଜାଣିବାକୁ ପାଇଛି ଏମାନେ କର୍ଣ୍ଣାଟକଠୁ ଆରମ୍ଭ କରି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ,ଓଡ଼ିଶା ଏବଂ କଲିକତା ପର୍ଯ୍ୟନ୍ତ ଆତଙ୍କ ଖେଳାଇ ।ଏମାନେ ବିଶେଷ କରି ବ୍ୟାଙ୍କ ସାମ୍ନାରେ ଛକି ରହି କେଉଁ ଲୋକ ବାଇକର ଡିକିରେ ବା ଗାଡ଼ିର କାରରେ ଟଙ୍କା ରଖି ଯାଉଥିଲେ ମଉକା ଦେଖି ଲୁଟ କରି ଛୁ ମାରୁଥିଲେ । ସେହିପରି ଗହଣା ଦୋକାନ ଆଗରେ ରହି ମହିଳାଙ୍କୁ ପିଛା କରି ସୁବିଧା ଦେଖି ଝାମ୍ପିନେଇଛୁ ମାରୁଥିଲେ । ପରେ ପୋଲିସ ଜାଣିବାକୁ ପାଇଛି ଏମାନଙ୍କୁ ଧରିବା ପାଇଁ କର୍ଣ୍ଣାଟକ ପୋଲିସର ଦୁଇଟି ଟିମ୍ ମଧ୍ୟ ଓଡିଶାରେ‌ ଛକିଥିଲେ । ଏମାନେ ବିଶେଷ କରି ଲୁଟପାଟ କରି ଉକ୍ତ ଟଙ୍କାରେ ଜୁଆ ଖେଳନ୍ତି । ପରେ ସେହି ଟଙ୍କାରେ ମଦ ଓ କୁକୁଡା ଲଢେଇ ଆଦି କରି ପରେ ଅସ୍ଥାୟୀ ଜୀବନ ଯାପନ କରନ୍ତି । ଏମାନେ ପୁର୍ବରୁ ମଧ୍ୟ ଗିରଫ ହୋଇଥିଲେ ପରେ‌ କିନ୍ତୁ ଏମାନେ ଜେଲରୁ ବାହାରି‌‌ ପୁଣି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.