ETV Bharat / state

ଭୁବନେଶ୍ୱରରୁ ଧରାପଡିଲେ ଇରାନୀ ଗ୍ୟାଙ୍ଗ୍, ପୋଲିସ ପରିଚୟ ଦେଇ ବାଟରୁ ଲୁଟୁଥିଲେ - Irani Robbers Gang Busted - IRANI ROBBERS GANG BUSTED

Robbers Gang Busted: ନକଲି ପୋଲିସ ହୋଇ ଲୁଟ କରୁଥିଲେ ଇରାନୀ ଗ୍ୟାଙ୍ଗ । କମିଶନରେଟ ପୋଲିସ ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ କରିଛି ଗିରଫ । ଅଧିକ ପଢନ୍ତୁ

ପୋଲିସ ହାତରେ ଧରା ପଡିଲା ଇରାନୀ ଗ୍ୟାଙ୍ଗ, ନକଲି ପୋଲିସ ହୋଇ କରୁଥିଲେ ଲୁଟ

author img

By ETV Bharat Odisha Team

Published : Apr 23, 2024, 11:03 PM IST

ପୋଲିସ ହାତରେ ଧରା ପଡିଲା ଇରାନୀ ଗ୍ୟାଙ୍ଗ, ନକଲି ପୋଲିସ ହୋଇ କରୁଥିଲେ ଲୁଟ

ଭୁବନେଶ୍ବର: ଲୁଟ କରିବା ପାଇଁ ଲୁଟେରା ସାଜିଥିଲେ ନକଲି ପୋଲିସ । ରାସ୍ତାଘାଟରେ ଏକୁଟିଆ ବୃଦ୍ଧ ବୟସ୍କ ଓ ମହିଳାଙ୍କୁ କରୁଥିଲେ ଟାର୍ଗେଟ । ଆଖ ପାଖରେ ଲୁଟେରା ମାତିଥିବାରୁ ସେମାନଙ୍କୁ ଧରିବାକୁ ଆସିଛନ୍ତି କହି ଲୋକଙ୍କ ଠାରୁ ସୁରକ୍ଷା ଦେବା ନାଁରେ ସେମାନଙ୍କ ସୁନାଗହଣା ଓ ଟଙ୍କାକୁ ଆଣୁଥିଲେ । ଆଉ ଆଖି ପିଛୁଳାକେ ସେସବୁ ନେଇ ଛୁ ମାରୁଥିଲେ ଲୁଟେରା । ଆଜି ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗର ଇରାନୀ ଗ୍ୟାଙ୍ଗ ବୋଲି କୁଖ୍ୟାତି ରହିଛି ।

ଏ ସମ୍ପର୍କରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଥିଲା । ଏହି ୭ ଜଣିଆ ଗ୍ୟାଙ୍ଗ ନିଜକୁ ସବୁଜାଗାରେ ପୋଲିସ ବୋଲି ପରିଚୟ ଦେଇ ଲୁଟପାଟ ଚଳାଇଥିଲେ । ଏହି ଗ୍ୟାଙ୍ଗର ମୁଖିଆ ସାଦିକ ହୁସେନ ହୋଇଥିବା ବେଳେ ସମସ୍ତ ଲୁଟେରା ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏମାନଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଛିନତାଇ ଓ ଲୁଟ ଭଳି ମାମଲା ରୁଜୁ ଅଛି । ସେମାନେ ଏଇ କିଛି ଦିନ ହେବ ୟୁପି ଜେଲରୁ ବାହାରି ଆସିଥିବା ଜଣାପଡ଼ିଛି । ତେବେ ସାଧାରଣତଃ ଏମାନେ କାର ଓ‌ ବାଇକ ଯୋଗେ ଆସି ଏପରି ସହରରେ ରେକି କରନ୍ତି । ନାମୀ ଦାମୀ ହାଇ ପ୍ରୋଫାଇଲ୍ ଲୋକ ରହୁଥିବା ଅଞ୍ଚଳରେ ମର୍ଣ୍ଣି ଓ୍ବାକ ବା ଫୁଲ ତୋଳିବା ସମୟରେ ଏମାନେ ଯାଇ ସେଠାରେ ପୋଲିସ ବୋଲି ପରିଚୟ ଦେଇଥାନ୍ତି । ଲୁଟେରା ଠାରୁ ସୁରକ୍ଷା ଦେବା ଆଳରେ ଅଳଙ୍କାର ହାତ ସଫେଇ କରି ନିଜ ପାଖରେ ରଖି ଅବିକଳ ଢଙ୍ଗରେ ସେମାନଙ୍କୁ ପଥର ଦେଇ ଛୁ ମାରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ... ନିର୍ବାଚନ ଚେକିଂ କହି ଲୁଟି ନେଲେ ନକଲି ପୋଲିସ - Cuttack Loot

ତେବେ ସେମାନଙ୍କ ବିରୋଧରେ ଖାରବେଳନଗର, ନୟାପଲ୍ଲୀ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ଥାନାରେ ୧୧ ଟି କେସ ରୁଜୁ ହୋଇଛି । ସେମାନଙ୍କ ନିକଟରୁ ସାଢେ ୩ ଲକ୍ଷ ନଗଦ ଟଙ୍କା, କିଛି ସୁନା ଗହଣା , ଗୋଟେ କାର୍, ୨ ଟି ବାଇକ, କିଛି ରତ୍ନ ପଥର ଓ ଚଷମା ମଧ୍ୟ ଜବତ କରାଯାଇଛି । ଏମାନଙ୍କ ପୁର୍ବଜ ଇରାନ ରୁ ଆସିଥିବାରୁ ଏମାନେ ଇରାନି ଗ୍ୟାଙ୍ଗ ଭାବେ ପରିଚିତ । ଏହି ଲୁଟେରା ଗ୍ୟାଙ୍ଗକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.