ETV Bharat / state

ଭାରସାମ୍ୟ ହରାଇ କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ, 30ରୁ ଊର୍ଦ୍ଧ୍ବ ଆହତ

author img

By ETV Bharat Odisha Team

Published : Feb 11, 2024, 7:52 PM IST

Rourkela Road Accident: ରାଉରକେଲାରେ ଭାରସାମ୍ୟ ହରାଇ କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ । 30ରୁ ଊର୍ଦ୍ଧ୍ବ ଆହତ । ଅଧିକ ପଢ଼ନ୍ତୁ

କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ
କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ
କାରକୁ ଧକ୍କା ଦେଲା ଯାତ୍ରୀବାହୀ ବସ

ରାଉରକେଲା: ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ରାଜ୍ୟରୁ ଦୁର୍ଘଟଣା କମିବାର ନାଁ ଧରୁନି । ଗତ କିଛିଦିନ ଧରି ଲଗାତାର ଭାବରେ ରାଜ୍ୟରେ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଏବେ ପୁଣି ଥରେ ରାଉରକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ କାରକୁ ଧକ୍କା ଦେଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ କାର ଚାଳକ ଏବଂ ବସ ଚାଳକ ଉଭୟ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ଅନ୍ୟ 5 ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏହାସହ ପ୍ରାୟ ୨୫ ଜଣ ସାମାନ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ତେବେ ଏହି ଦୁର୍ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାଉରକେଲାର କୁଲୁଙ୍ଗା ହାଟ ନିକଟରେ ଥିବା ରେଳ ଫାଟକ ନିକଟରେ ଏକ ବୁଲାଣିରେ ଏକ ଯାତ୍ରୀବାହୀ ବସ ଟର୍ଣ୍ଣ ସମୟରେ ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା ବସ । କାରକୁ ଶକ୍ତ ଧକ୍କା ଦେଇ ଘଟଣାସ୍ଥଳରେ ଉଭୟ କାର ଓ ବସ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ବସ ଡ୍ରାଇଭର ଓ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଏହା ସହ ପାଖାପାଖି ୨୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ପୋଲିସ ଓ 108 ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାୟାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, 8 ଗୁରୁତର

ତେବେ ଦୁର୍ଘଟଣାଟି ବସ ଚାଳକଙ୍କ ଅସାବଧାନତା କିମ୍ବା ଯାନ୍ତ୍ରିକ ତ୍ରୁଟିରୁ ଏହି ଦୁର୍ଘଟଣା ଘଟିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବାରମ୍ବାର ଏଭଳି ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ବର୍ତ୍ତମାନର ଏହି ମର୍ମନ୍ତୁଦ ଘଟଣା ସଡ଼କ ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଛି । ସେପଟେ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ବର୍ତ୍ତମାନ ସୁଦ୍ଧା ୨୫ ଜଣ ଆହତ ଏବଂ ମୋଟ ସାତ ଗୁରୁତର ହୋଇଥିବା ସୂଚନା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.