ETV Bharat / state

ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

Collector Inspected Remote Area In Boudh: ଆଗାମୀ ନିର୍ବାଚନ ପୂର୍ବରୁ ଉପାନ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଏଠାକାର ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ଖୁବଶୀଘ୍ର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 8, 2024, 5:20 PM IST

ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ବୌଦ୍ଧ: ଲୋକଙ୍କ ସୁବିଧା ପାଇଁ ସରକାର କରୁଛନ୍ତି ମାଳ ମାଳ ଯୋଜନା । ହେଲେ ଦୁର୍ଗମ ଅଞ୍ଚଳରେ ପହଞ୍ଚିପାରୁନି ସରକାରୀ ଯୋଜନା । ବଣ ପାହାଡର ଘାଟି ଉପରେ ଯୁଗ ଯୁଗ ଧରି ବସବାସ କରୁଥିବା ସାତଟି ଆଦିବାସୀ ଅଧ୍ୟୁଷିତ ଗାଁ ଲୋକଙ୍କୁ ମିଳୁନି ମୌଳିକ ସୁବିଧା । ସ୍ବାସ୍ଥ୍ୟ ସେବା ଠାରୁ ନେଇ ପାନୀୟଜଳ, ଶିକ୍ଷା ଭଳି ମୌଳିକ ସୁବିଧା ଏମାନଙ୍କ ପାଇଁ ସାତ ସପନ ପାଲିଟିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳ ଜେ.ସୋନାଲ ଉପାନ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସରକାରୀ ଯୋଜନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ବୌଦ୍ଧ ଜିଲ୍ଲାର ଆମ୍ବଝରୀ ଓ ଗୁନ୍ଦୁଳିଆ ପଞ୍ଚାୟତର ଏଭଳି ଦଶରୁ ଊର୍ଦ୍ଧ୍ୱ ଅତ୍ୟନ୍ତ ଦୁର୍ଗମ ଗ୍ରାମ ରହିଛି ଯେଉଁଠିକୁ କେବଳ ପାଦଚଲା ରାସ୍ତା ହିଁ ଏକମାତ୍ର ଯୋଗାଯୋଗର ମାଧ୍ୟମ ହୋଇ ରହିଛି । ଏହି ଦୁଇ ପଞ୍ଚାୟତର ସୀମାନ୍ତରେ ଥିବା ମାତାଗାଡୁ, କାମାରକୋଡା, ଭୂତମେଣ୍ଡି, ଜିଲେଜୁ, ପଡମ,ଡିମିରିଖୋଲ,କିରିମାଖୋଲ, ତିଲପଙ୍ଗା ଗ୍ରାମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏସବୁ ଅଞ୍ଚଳରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରି ନଥାଏ ।

ସେହିପରି ଗୁନ୍ଦୁଳିଆ ଠାରୁ ତିଲପଙ୍ଗା ପର୍ଯ୍ୟନ୍ତ ରାସ୍ତା ସାମାନ୍ୟ ରହିଥିଲା ବେଳେ ଡିମିରିଖୋଲ ଠାରୁ କାମାରକୋଡା ପର୍ଯ୍ୟନ୍ତ ଥିବା ବଣ ଜଙ୍ଗଲର ଘାଟି ଉପରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ରାସ୍ତା ଆଦୌ ନାହିଁ । ଘାଟି ଉପରେ ବସବାସ କରୁଥିବା ସାତଟି ଗ୍ରାମରେ ଆବାସ, ରାସନ୍, ପାନୀୟଜଳ, ସାମାଜିକ ସୁରକ୍ଷା, ମହିଳା ଶିଶୁ ବିକାଶ ଭଳି ଯୋଜନା ଅପହଞ୍ଚ ହୋଇ ରହିଥିବା ବେଳେ ଆମ୍ବୁଲାନ୍ସ ସେବା ସେସବୁ ଅଞ୍ଚଳରେ ଦିବାସ୍ବପ୍ନ ହୋଇ ରହିଛି ।

ତେବେ ବୌଦ୍ଧର ନୂତନ ଜିଲ୍ଲାପାଳ ଜେ ସୋନାଲ ବିଭାଗୀୟ ଅଧିକାରୀଙ୍କ ସହ ଗୁନ୍ଦୁଳିଆ ପଞ୍ଚାୟତର ତିଲପଙ୍ଗା, ଡିମିରିଖୋଲ, କିରିମାଖୋଲ ଭଳି ଉପାନ୍ତ ଅଞ୍ଚଳରେ ପହଞ୍ଚି ସେଠାରେ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କ ଗହଣରେ ଦୀର୍ଘ ସମୟ ଅତିବାହିତ କରିବା ସହ ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷାଦାନ କରିଛନ୍ତି । ତେବେ ଏସବୁ ଉପାନ୍ତ ଅଞ୍ଚଳରେ ପାନୀୟଜଳ, ସ୍ୱାସ୍ଥ୍ୟ ସେବା, ସାମାଜିକ ସୁରକ୍ଷା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିକାଶ ଠାରୁ ଦୂରରେ ପାହାଡିଆ ଗାଁ, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ
ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.