କଟକ: ସିଏମସିର ୨୫ତମ କାଉନସିଲ ବୈଠକରେ ଜୋରଦାର ହଟ୍ଟଗୋଳ । ମଧ୍ୟାହ୍ନ ଯାଏଁ ଆରମ୍ଭ ହୋଇପାରିଲାନାହିଁ ବୈଠକ । ଅଫିସରଙ୍କ ଅନୁପସ୍ଥିତ ହେତୁ ଅଧାରେ ରହିଲା ବୈଠକ । ଯାହା ପାଇଁ ବୈଠକରେ ପ୍ରବଳ ହୋହଲ୍ଲା ହୋଇଥିଲା । ସରକାରୀ ଅଧିକାରୀମାନଙ୍କ ଅନୁପସ୍ଥିତି ନେଇ ହଟ୍ଟଗୋଳ କରିଛନ୍ତି ସବୁ କର୍ପୋରେଟର । କାହିଁକି ଅନୁପସ୍ଥିତ ରହିଛନ୍ତି ସରକାରୀ ଅଧିକାରୀ ପ୍ରଶ୍ନ ନେଇ ମେୟରଙ୍କୁ ଘେରିଛନ୍ତି କର୍ପୋରେଟର ।
'ଅଫିସରଙ୍କ ଔଧତ୍ୟାମି ବଢିଯାଇଛି'
ସିଏମସି ୱାର୍କସ କମିଟି ମୁଖ୍ୟ ପ୍ରଦୀପ୍ତ କିଶୋର ଖୁଣ୍ଟିଆଙ୍କ କହିଛନ୍ତି, "ସିଏମସିରେ ଯେଉଁ ଅଫିସରମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି ତାହା କେବେ ବରଦାସ୍ତ କରାଯିବ ନାହିଁ । ସେମାନେ ମଧ୍ୟ ମହାନଗର ନିଗମର ଗୋଟିଏ ଅଂଶ । ଯଦି କାଉନସିଲ ବୈଠକ ହେବ, ତେବେ କର୍ପୋରେଟରଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ବିଭାଗୀୟ ଅଧିକାରୀ ରହିବା ଆବଶ୍ୟକ । କିନ୍ତୁ ଗତ କାଉନସିଲରେ ପାଟି ତୁଣ୍ଡ ସମୟରେ କାଚ ବାଜି କର୍ପୋରେଟର ଆହତ ହେବା ଘଟଣାରେ ସିଏମସି ମେୟର ଓ କମିଶନରଙ୍କୁ ଚିଠି ଲେଖି ସୁରକ୍ଷା ପାଇଁ ବୈଠକରେ ଯୋଗ ନଦେବା ପାଇଁ କହିଥଲେ ସମସ୍ତ ଅଫିସର । ଏପରିକି ଆଜି ହାଇକୋର୍ଟରେ ସିଏମସି ସମ୍ପର୍କିତ ଶୁଣାଣି ଚାଲିଥିବା ସମୟରେ ୨ ଜଣ ଅଫିସର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଅନ୍ୟ ଅଫିସର କ'ଣ ପାଇଁ ସିଏମସିକୁ ଆସିନାହାନ୍ତି । ଅଫିସରଙ୍କ ଔଧତ୍ୟାମି ବଢିଯାଇଛି । ସେମାନଙ୍କ ଦୟାରେ ଚାଲୁନି ସିଏମସି । ସରକାର ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଇଛା ନହେଲେ କଟକ ଛାଡି ଦିଅନ୍ତୁ ଅଫିସର ।"
ଅଫିସର ନଆସିବା ନିନ୍ଦନୀୟ:
ସେପଟେ ଏହି ପ୍ରସଙ୍ଗ ଏତେ ମାତ୍ରାରେ ବିବାଦୀୟ ରୂପ ନେଇଛି ଯେ, ଅଫିସରମାନେ ଏଣିକି ଭୁଲ କଲେ ସଙ୍ଗେ ସଙ୍ଗେ ଦଣ୍ଡ ପାଇବେ ବୋଲି କହିଛନ୍ତି ବିଜେପି କର୍ପୋରେଟର ଗଗନ ଓଝା । ତାଙ୍କ ନାଁରେ ଆସିଥିବା ସୁରକ୍ଷା ଭଙ୍ଗ ଅଭିଯୋଗକୁ ଖଣ୍ଡନ ସେ କରିଛନ୍ତି । କର୍ପୋରେଟର ଗଗନ ଓଝା କହିଛନ୍ତି, "ଦଶହରା ସମମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସିଏମସି କମିଶନର ଟଙ୍କା ପୈଠ ଅଭିଯୋଗ ମହାନଗର ନିଗମର ନିୟମ ବିରୋଧ । କାହିଁକି ନା କଟକରେ ଯେଉଁ ପୂଜା ମଣ୍ଡପ ଭଜନ, ମେଲୋଡି କାର୍ଯ୍ୟକ୍ରମ କରନ୍ତି ସେମାନେ ଦେୟ ଦିଅନ୍ତି ନାହିଁ ବରଂ ଏହା ଦେୟ ମୁକ୍ତ ହୋଇଥାଏ । କିନ୍ତୁ ମେୟର ଦିଲ୍ଲୀରେ ଥିବାବେଳେ ମନ ଇଛା ସିଏମସିରେ ଅଫିସରର ଏପରି ନିୟମ କରିବା, ବିବାଦକୁ ନେଇ ଗତ କାଉନସିଲରେ ହୋହଲ୍ଲାକୁ ମୁଦା କରି ବୈଠକକୁ ଅଫିସର ନାସିବା ଏକ ନିନ୍ଦନୀୟ ଦିଗ ।"
ଅଭିଯୋଗ ଉପରେ ନଜର:
ଅନ୍ୟପଟେ ମେୟର ସୁବାସ ସିଂ କହିଛନ୍ତି, "ହାଇକୋର୍ଟଙ୍କ ଶୁଣାଣି ପାଇଁ ଅଫିସର ନ୍ୟାୟାଳୟରେ ରହିଛନ୍ତି କିନ୍ତୁ ମଧ୍ୟାହ୍ନ ବ୍ରେକ ପରେ ପୁଣି ବିଭିନ୍ନ ପ୍ରସଙ୍ଗ ନେଇ ସିଏମସି କାଉନ୍ସିଲ ଆରମ୍ଭ ହେବ । ମିଟିଂରେ ଅଫିସର ରହିବା ଆବଶ୍ୟକ । ଲୋକ ପ୍ରତିନିଧିଙ୍କ ସହ ଅଫିସର ଗ୍ରାଉଣ୍ଡରେ ରହୁଛନ୍ତି । ଉଭୟ ମହାନଗର ନିଗମର ଅଂଶ । ତେଣୁ ଯାହା ଅଭିଯୋଗ ଆସିଛି ତାହା ଉପରେ ନଜର ଦିଆଯାଉଛି ।"
ଇଟିଭି ଭାରତ, କଟକ