ETV Bharat / state

ସିଏମସି କାଉନସିଲ ବୈଠକରେ ତୁମ୍ବିତୋଫାନ; ବିନା ଆଲୋଚନାରେ ପାସ୍ ହେଲା ୫ ପ୍ରସ୍ତାବ

author img

By ETV Bharat Odisha Team

Published : Feb 3, 2024, 7:48 PM IST

CMC Council Meeting : ସିଏମସି କାଉନସିଲ ବୈଠକ ମାତ୍ର ଦଶ ମିନିଟ ଚାଲିଥିବା ବେଳେ ସାଙ୍ଗେସାଙ୍ଗେ ପାଞ୍ଚଟି ପ୍ରସ୍ତାବ ପାସ୍ ହୋଇଛି । ବିରୋଧୀ କର୍ପୋରେଟର ମାନଙ୍କ ଆଲୋଚନା ପାଇଁ ଦାଵିକୁ ସିଏମସି ମେୟର ଓ ଶାସକ ଦଳ କର୍ପୋରେଟର ମାନଙ୍କ ଅଣଦେଖା । ଅଧିକ ପଢନ୍ତୁ

Etv Bharat
Etv Bharat
ସିଏମସି କାଉନସିଲ ବୈଠକରେ ତୁମ୍ବିତୋଫାନ ; ବିନା ଆଲୋଚନାରେ ପାସ୍ ହେଲା ୫ ପ୍ରସ୍ତାବ

କଟକ : କଟକ ମହାନଗର ନିଗମରେ ଅନୁଷ୍ଠିତ ହୋଇଛି ୨୧ ତମ କାଉନସିଲ ବୈଠକ । କିନ୍ତୁ ଏହି ବୈଠକରେ ଆରମ୍ଭରୁ ଦେଖାଦେଇଛି ହଟ୍ଟଗୋଳ । ଵିନା କୌଣସି ଆଲୋଚନାରେ କୋଟି କୋଟି ଟଙ୍କାର ପ୍ରସ୍ତାବକୁ ପାସ୍ କରାଇ ଦେବାକୁ ନେଇ ମେୟରଙ୍କୁ ଘେରିଥିଲେ ବିରୋଧୀ କର୍ପୋରେଟର ମାନେ । କଟକ ମହାନଗର କାଉନସିଲ ଵୈଠକ ମାତ୍ର ଦଶ ମିନିଟ ଚାଲିଥିବା ବେଳେ ସାଙ୍ଗେସାଙ୍ଗେ ପାଞ୍ଚଟି ପ୍ରସ୍ତାବ ପାସ୍ ହୋଇଥିଲା ଯାହାକୁ ନେଇ ଆରମ୍ଭ ହୋଇଛି ତୁମ୍ବିତୋଫାନ । ସୂଚନା ଅନୁଯାୟୀ ଵୈଠକ ଆରମ୍ଭ ହେଵା ମାତ୍ରେ କମିଶନର ପ୍ରସ୍ତାଵ ଗୁଡିକୁ ପଢିଥିଲେ ଏବଂ ଵିଜେପି ଓ କଂଗ୍ରେସ କର୍ପୋରେଟର ମାନେ ପ୍ରସ୍ତାଵ ଗୁଡିକ ଉପରେ ଆଲୋଚନା ପାଇଁ ଦାଵି କରିଥିଲେ । ଏହା ବ୍ୟତୀତ ଵିଭିନ୍ନ ଟେଣ୍ଡରରେ ଅନିୟମିତତା, ଵାଲିଯାତ୍ରା ଆୟୋଜନରେ ଆର୍ଥିକ ଅନିୟମିତତା ଆଦି ସମ୍ପର୍କରେ ଵିରୋଧୀ କର୍ପୋରେଟର ମାନେ ଆଲୋଚନା ଚାହିଁଥିଲେ ।

ମାତ୍ର ପୂର୍ଵତନ ଉପ ନଗରପାଳ ଗଣେଶ ସାହୁଙ୍କ ମୃତ୍ୟୁକୁ କାରଣ ଦର୍ଶାଇ ସିଏମସି ମେୟର ଓ ଶାସକ ଦଳ କର୍ପୋରେଟର ମାନେ ଆଲୋଚନା ପାଇଁ ରାଜି ହୋଇନଥିଲେ । ଵିନା କୌଣସି ଆଲୋଚନାରେ ସଵୁ ପ୍ରସ୍ତାଵ ପାସ୍ ହେଲା ଵୋଲି କହି ମେୟର ସୁଵାସ ସିଂହ ଵୈଠକ ଶେଷ ହେଲା ଵୋଲି ଘୋଷଣା କରି ଉଠି ଯାଇଥିଲେ। ଏହାକୁ ନେଇ ବିରୋଧୀ କର୍ପୋରେଟରମାନେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଗାମୀ ଦିନ ରେ କଟକ ବାସୀ ଏହି ଅନ୍ୟାୟର ଉଚିତ ଜବାବ ଦେବେ ବୋଲି ବିରୋଧୀ କର୍ପୋରେଟର ମାନେ କହିଛନ୍ତି । ଆଜି ଗୃହୀତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାଵ ଗୁଡିକ ମଧ୍ୟରେ ରହିଛି କଟକରେ ଏକ ନୂଆ ହରିଣ ପାର୍କ ପ୍ରତିଷ୍ଠା ଓ ସଫେଇ କର୍ମଚାରୀ ମାନଙ୍କ ପାଇଁ ଵୀମା ଯୋଜନା ଵ୍ୟଵସ୍ଥା ।

ଏହା ମଧ୍ୟ ପଢନ୍ତୁ .... ଦବି ଯିବ କି ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ? ସିଏମ୍‌ସି କମିଶନରଙ୍କ ବଦଳି ପରେ ବଢ଼ିଲା ବିବାଦ

ଏହା ସହ ଉଠା ଦୋକାନୀ ମାନଙ୍କଠୁ ଟିକସ ଆକାରରେ ଟଙ୍କା ସଂଗ୍ରହ କରାଯିବ ପ୍ରସ୍ତାବ ଆଗତ କରିଥିଲେ ମେୟର ଓ କମିଶନର । ଯାହାକୁ ନେଇ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଥିଲା । ଏହାବ୍ୟତୀତ ଭାରତର ବଡ ଓ ଭଲ ମହାନଗର ନିଗମଗୁଡିକୁ ସିଏମସି କର୍ପୋରେଟର ମାନଙ୍କର ଏକ୍ସପୋଜର ଭିଜିଟ ପ୍ରସ୍ତାଵ ମଧ୍ୟ ଆଜି ବୈଠକରେ ପାସ୍ ହୋଇଛି । ମେୟରଙ୍କ କହିଵା ଅନୁସାରେ ଫେବୃଆରୀ ମାସରେ ନିର୍ଵାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ନିର୍ଵାଚନ ତାରିଖ ଘୋଷଣା ହେଲେ ଆଚରଣ ବିଧି ଲାଗୁ ହୋଇଯିଵ, ତେଣୁ ନୂଆ କାମ ଆରମ୍ଭ କରି ହେଵ ନାହିଁ । ତେଣୁ ପ୍ରସ୍ତାଵ ଗୁଡିକୁ ଶୀଘ୍ର ପାସ୍ କରାଇ କାମ ଆରମ୍ଭ କରିଵାର ଆଵଶ୍ୟକତା ରହିଛି ଵୋଲି ମେୟର କହିଛନ୍ତି । ସେପଟେ ଏହି ପ୍ରସ୍ତାଵ ଗୁଡିକ ଉପରେ ଆଲୋଚନା କରାଯାଇ ପାରିଥାଆନ୍ତା କିନ୍ତୁ କଟକର ପୂର୍ବତନ ଉପ ନଗରପାଳ ଗଣେଶ ସାହୁଙ୍କ ମୃତ୍ୟୁ ଯୋଗୁଁ ଆଜି ଆଲୋଚନା କରିଵା ସମୀଚିନ ହୋଇ ନ ଥାଆନ୍ତା ଵୋଲି କହିଛନ୍ତି ମେୟର ସୁବାସ ସିଂହ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.