ETV Bharat / state

ଅକ୍ଷର ଭୂମିର ପ୍ରଶଂସାରେ ଶତମୁଖ ନବୀନ; ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ - ଅକ୍ଷର ଭୂମି

Akhyara Bhoomi: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ କଳା ମଣ୍ଡଳ ପ୍ରାଙ୍ଗଣରେ ଉଦଘାଟିତ ଅକ୍ଷର ଭୂମିର ପ୍ରଶଂସାରେ ଶତମୁଖ ନବୀନ । ଅଧିକ ପଢନ୍ତୁ

Akhyara Bhoomi
Akhyara Bhoomi
author img

By ETV Bharat Odisha Team

Published : Feb 3, 2024, 10:50 PM IST

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି ଅକ୍ଷର ଭୂମି । ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବାକୁ ଅକ୍ଷର ଭୂମି ପ୍ରସ୍ତୁତ ହୋଇଛି । ଏହା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, କଳା ଓ ସଂସ୍କୃତିର ଜୟଗାନ କରିବ । ଓଡିଆ ଭାଷାର ଗୌରବ ବିଷୟରେ ଏହା ଆଗାମୀ ପିଢିକୁ ପ୍ରେରଣା ଦେବ ।

ଅକ୍ଷର ଭୂମିର ପ୍ରଶଂସାରେ ସତମୁଖ ନବୀନ
ଅକ୍ଷର ଭୂମିର ପ୍ରଶଂସାରେ ଶତମୁଖ ନବୀନ

କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ କଳାକୃତି ଅକ୍ଷର ଭୂମିର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡିଆ ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷରକୁ କଳାତ୍ମକ ଭାବେ ସଜ୍ଜିତ କରି ରଖାଯାଇଛି । ତାହା ଓଡିଆ ଭାଷାର ସୌନ୍ଦର୍ଯ୍ୟକୁ ସଫଳ ଭାବେ ଉପସ୍ଥାପିତ କରିପାରିଛି । ମୁଖ୍ୟମନ୍ତ୍ରୀ ଏହି ମତ ଦେଇଛନ୍ତି । ଏହା ସହ ତା’ର ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ଅକ୍ଷର ଭୂମିର ନିର୍ମାଣ ଦାୟିତ୍ୱ ନେଇଥିବା ଏବଂ ତାକୁ ସଫଳ ଭାବେ ସମ୍ପନ୍ନ କରିଥିବା ପୂର୍ତ୍ତ ବିଭାଗକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଏହା ବି ପଢନ୍ତୁ- ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ଏହାର ଆଭିମୁଖ୍ୟ ଜାଣନ୍ତୁ

ଅକ୍ଷର ଭୂମିର ପ୍ରଶଂସାରେ ସତମୁଖ ନବୀନ
ଅକ୍ଷର ଭୂମିର ପ୍ରଶଂସାରେ ସତମୁଖ ନବୀନ

ଆଜିଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି । ଏହି ଅବସରରେ କଳାମଣ୍ଡଳ ପରିସରରେ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ମିଳନୀ ସ୍ମୃତିକୁ ଅକ୍ଷର ଭୂମି ଚିର ସ୍ମରଣୀୟ କରିବା ସହ ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟଗାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । ଆମର ମହାନ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ଅକ୍ଷର ଭୂମି ଭବିଷ୍ୟତ ପୀଢିକୁ ପ୍ରେରଣା ଦେଇଚାଲିବ । ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନିୟମିତ କଳାମଣ୍ଡଳ ପରିଦର୍ଶନରେ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଇଡ଼କୋ ଜରିଆରେ ସମ୍ପାଦିତ ହୋଇଛି । ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଏମସି ମେୟର ସୁଲୋଚନା ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ପ୍ରମୂଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.