ETV Bharat / state

ଜନତା ମୈଦାନରେ ଜାତୀୟ ଧ୍ୱଜା କ୍ଷେତ୍ର, ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Mar 8, 2024, 7:46 AM IST

Dhwaja Kshetra In Bhubaneswar: ଜନତା ମୈଦାନରେ ଜାତୀୟ ଧ୍ୱଜା କ୍ଷେତ୍ର ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ । ଏହି ପ୍ୟାନେଲଗୁଡିକରେ ସ୍ୱାଧୀନତା ଆନ୍ଦୋଳନର ଜାତୀୟ ତଥା ସ୍ଥାନୀୟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ରହିବ । ଅଧିକ ପଢନ୍ତୁ

ଜାତୀୟ ଧ୍ୱଜା କ୍ଷେତ୍ର
ଜାତୀୟ ଧ୍ୱଜା କ୍ଷେତ୍ର
ଜାତୀୟ ଧ୍ୱଜା କ୍ଷେତ୍ର

ଭୁବନେଶ୍ବର: ଉନ୍ମୋଚତ ହେଲା ଜାତୀୟ ଧ୍ୱଜା କ୍ଷେତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଜନତା ମୈଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଜାତୀୟ ଧ୍ୱଜା କ୍ଷେତ୍ର (National Flag Plaza) ଉନ୍ମୋଚନ କରିଛନ୍ତି । ୫୬୦୦ ବର୍ଗ ମିଟର ପରିସୀମା ବ୍ୟାପି ଏହି ପ୍ଲାଜାକୁ ଭାରତର ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଯେଉଁଥିରେ ୧୦୦ ଫୁଟ ଉଚ୍ଚରେ ଥିବା ଏକ ମାଷ୍ଟ ଉପରେ ଏହି ପତାକାକୁ ଅବସ୍ଥାପିତ କରାଯାଇଛି ।

ପ୍ଲାଜା ଜାତୀୟ ପତାକାର ସୃଷ୍ଟିରୁ ଆରମ୍ଭ କରି ଐତିହାସିକ ସଂଘର୍ଷର ଏକ ସ୍ମରଣକାରୀ ଗାଥା ଭାବରେ ଏହାର କାହାଣୀକୁ ବର୍ଣ୍ଣନା କରିବ । ଷ୍ଟେନଲେସ ଷ୍ଟିଲ ପ୍ଲେଟରେ ସଜ୍ଜିତ ବାଲୁକା ପଥର ବା ସ୍ୟାଣ୍ଡ ଷ୍ଟୋନ ପ୍ୟାନେଲଗୁଡିକ ୧୯୦୭ରୁ ୧୯୪୭ ମସିହା ପର୍ଯ୍ୟନ୍ତ ରହିଥିବା ପତାକା ଗୁଡିକୁ ୟୁଭି - ମୁଦ୍ରିତ କରି ଏହାର ପ୍ରଦର୍ଶନ କରିବ । ଏହି ପ୍ୟାନେଲଗୁଡିକରେ ସ୍ୱାଧୀନତା ଆନ୍ଦୋଳନର ଜାତୀୟ ତଥା ସ୍ଥାନୀୟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ରହିବ । ଏହା ସହିତ ଭାରତୀୟ ସମ୍ବିଧାନର ସ୍ୱୀକୃତିପ୍ରାପ୍ତ ୨୨ଟି ସରକାରୀ ଭାଷାରେ 'ଜୟ ହିନ୍ଦ'ର ଲେଖା ରହିବ । ସେହିପରି ହିନ୍ଦୀ ଏବଂ ଓଡିଆ ବର୍ଣ୍ଣରେ ଜାତୀୟ ସଂଗୀତ ଏହି ପ୍ୟାନେଲର ଶୋଭାବର୍ଦ୍ଧନ କରିବ ।

ଏହି ଫ୍ଲାଗ ପ୍ଲାଜାର ପରିକଳ୍ପନା ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ ହୋଇଥିଲା । ପରେ ଓଡିଶା ଖଣି ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର BUKC ମିଳିତ ଉଦ୍ୟମ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି । ଫ୍ଲାଗ ପ୍ଲାଜାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ବିଡିଏ ଉପରେ ରହିବ । ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପତାକା ଜନସାଧାରଣଙ୍କୁ ଏହାର ଉପସ୍ଥିତିର ସିଧାସଳଖ ଦୃଶ୍ୟ ସଂଯୋଗ ପ୍ରଦାନ କରିବ । ବାଲୁକା ପଥରରେ ଆବୃତ କାନ୍ଥ ପ୍ୟାନେଲଗୁଡିକ ଦର୍ଶକମାନଙ୍କୁ ବର୍ଷ ବର୍ଷ ଧରି ଆମର ଜାତୀୟ ପତାକାର ବିବର୍ତ୍ତନ ବିଷୟରେ ଏକ ଶିକ୍ଷଣୀୟ ଯାତ୍ରା ସମ୍ବନ୍ଧରେ ଏକ ସମ୍ୟକ ଧାରଣା ପ୍ରଦାନ କରିବାରେ ସହାୟକ ହେବ ।

ଏହା ମଧ୍ୟ ପଢନ୍ତୁ: ଆଉଟ ସୋର୍ସିଂଙ୍କ ଫାଇଁ ଖୁସି ଖବର, ବଢିଲା ୨୫% ପାରିଶ୍ରମିକ

ଏହି ପ୍ଲାଜା ମଧ୍ୟରେ ଛୋଟ ପିଲାଙ୍କ ଖେଳ ପଡିଆ ଏବଂ ସମସ୍ତ ବୟସ ବର୍ଗର ବ୍ୟକ୍ତିଙ୍କୁ ମନୋରଞ୍ଜନ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା ରହିବ । ପାର୍କରେ ଥିବା ଆଖପାଖ ପରିବେଶକୁ ବାଧା ନଦେଇ ଏହି ସବୁ ସୁବିଧା ଜନ ସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ । ଏହି ପ୍ଲାଜାରେ ଦେଶାତ୍ମବୋଧକ ଗୀତ ବଜାଇବା ପାଇଁ ଅଡିଓ ସାଉଣ୍ଡ ସିଷ୍ଟମ ଏବଂ ଏକ ୱାଟର ଫାଉଣ୍ଟେନ ମଧ୍ୟ ରହିଛି । ନିକଟସ୍ଥ ଅନୁଷ୍ଠାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକର ବୃହତ ସମାବେଶକୁ ଦୃଷ୍ଟିରେ ରଖି ଏହି ପ୍ଲାଜାର ଡିଜାଇନ କରାଯାଇଛି ।

୩.୬ ଏକର ପରିମିତ ଭୁବନେଶ୍ୱରର ସବୁଠାରୁ ପ୍ରିୟ ସ୍ଥାନ ଏହି ମହାତ୍ମା ଗାନ୍ଧୀ ପାର୍କ ଜୟଦେବ ବିହାରର ଜନତା ମୈଦାନ ନିକଟରେ ଅବସ୍ଥିତ । ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଅବସ୍ଥାପିତ ରହିଛି । ଏହି ପ୍ରକଳ୍ପର ସମାପ୍ତି ପରେ ପାର୍କର ସମୁଖରେ ଥିବା ୫୬୦୦ ବର୍ଗ ମିଟର ଜମିକୁ ପୁନଃଜୀବିତ କରିଛି । ଏହି ପଦକ୍ଷେପ କେବଳ ଭୁବନେଶ୍ୱରର ସାଂସ୍କୃତିକ ଅଭିବୃଦ୍ଧିକୁ ସମୃଦ୍ଧ କରିବା ସହିତ ଦେଶର ଐତିହ୍ୟ ଏବଂ ଜାତୀୟତା ବୋଧର ପ୍ରତୀକ ଭାବରେ ଗୌରବ ଗାଥା ବହନ କରିବାରେ ସହାୟକ ହେବ ।

ତେବେ ଏହି ଉନ୍ମୋଚନ ସମୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମସି ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥାନନ, ପୋଲିସ କମିଶନର ସଞ୍ଜୀବ କୁମାର ପଣ୍ଡା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ସମେତ ଓଏମସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.