ETV Bharat / state

ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ - ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ

Satyabadi Odia University inauguration: ଆଜି ଉଦଘାଟିତ ହେବାକୁ ଯାଉଛି ନବ ନିର୍ମିତ ଓଡ଼ିଆ ବିଶ୍ବବିଦ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ କରିବେ ଲୋକାର୍ପଣ । ଅଧିକ ପଢନ୍ତୁ

Satyabadi Odia University inauguration
Satyabadi Odia University inauguration
author img

By ETV Bharat Odisha Team

Published : Jan 23, 2024, 4:33 PM IST

Updated : Jan 24, 2024, 10:30 AM IST

କାଲି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ

ନିମାପଡ଼ା: ଆଜି (୨୪ ତାରିଖ)ରେ ଉଦଘାଟନ ହେବାକୁ ଯାଉଛି ଓଡିଆଙ୍କର ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀରେ ନବ ନିର୍ମିତ ଓଡ଼ିଆ ବିଶ୍ବବିଦ୍ୟାଳୟ । ଶାନ୍ତ ଓ ମୁକ୍ତ ପରିବେଶରେ ପଢ଼ିବେ ପିଲା । ଗୁରୁକୁଳ ନ ହେଲେ ବି ସେହି ଶୈଳୀରେ ହେବ ଶିକ୍ଷାଦାନ । କିନ୍ତୁ ଉନ୍ନତ ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ସହ ସୁଦୃଢ଼ ଭିତ୍ତିଭୂମି ଉପରେ ଚାଲିବ ପାଠପଢ଼ା । ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଏହା ପ୍ରକୃଷ୍ଟ ବାତାବରଣ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ପୂର୍ବାହ୍ନ ସାଢେ ୧୧ଟାରେ ଏହାର ଲୋକାର୍ପଣ କରିବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- ପୁରୀରେ ଓଡିଆ ବିଶ୍ବବିଦ୍ୟାଳୟ ନିର୍ମାଣ ପ୍ରସଙ୍ଗ, ଜମି ଅନୁଧ୍ୟାନ କଲେ ଓବିସିସି ଯନ୍ତ୍ରୀ

ଓଡ଼ିଆ ଭାଷାକୁ ନେଇ ପିଲା ଉଚ୍ଚତର ଗବେଷଣା କରିବେ । ଭବିଷ୍ୟତ ପାଇଁ ନକ୍ସା ଆଙ୍କିବେ, ଗଢିବେ ନିଜ ଭାଗ୍ୟ । ସେଥିପାଇଁ ପୁରୀ ଜିଲ୍ଲାର ସତ୍ୟବାଦୀରେ ନିର୍ମାଣ ହୋଇଛି ଓଡ଼ିଶା ଅସ୍ମିତର ସୌଧ ଓଡ଼ିଆ ବିଶ୍ବବିଦ୍ୟାଳୟ । ଯେଉଁ ବକୁଳ ବନ ଦିନେ ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିତା ସାଜିଥିଲା, ଆଜି ପୁଣି ସେହି ମାଟିରୁ ଓଡ଼ିଆ ଭାଷା ଶିକ୍ଷାଦାନର ବିପ୍ଲବ ଆରମ୍ଭ ହେଇଛି । ନିର୍ମାଣ ସରିଛି ଶାସ୍ତ୍ରୀୟ ଓଡ଼ିଆ ଭାଷା ଶିକ୍ଷାର କୋଣାର୍କ । ପଞ୍ଚସଖାଙ୍କ କର୍ମପୀଠ ସତ୍ୟବାଦୀରେ ପ୍ରସ୍ଥାବିତ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡ଼ିଆ ବିଶ୍ବବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି 11.30ଟାରେ ଏହାର ଉଦଘାଟନ ହେବ ।

ଏହା ବି ପଢନ୍ତୁ- ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ବସିଲା ସିଲାବସ୍ କମିଟି ବୈଠକ, ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ପାଠପଢ଼ା

ଏହି ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଲୋକାର୍ପଣ କରିବେ । ନିର୍ମାଣଧୀନ ଏହି ଓଡ଼ିଆ ବିଶ୍ବବିଦ୍ୟାଳୟରେ ୧୮୦ ଜଣ ବିଦ୍ୟାର୍ଥୀଙ୍କ ଲାଗି ଏକ ପ୍ରଶାସନିକ କୋଠା ସହିତ ଶ୍ରେଣୀ ଗୃହ, ପାଠାଗାର, ଦୁଇଟି ଛାତ୍ରାବାସ ଏବଂ ଭୋଜନାଳୟ ନିର୍ମାଣ କରାଯାଇଛି । ବିଶ୍ବବିଦ୍ୟାଳୟ ପରିସରରେ ପ୍ରତ୍ୟେକ ବ୍ଲକକୁ ଅନ୍ୟ ସଂଯୋଗୀକରଣ ରାସ୍ତା ନିର୍ମାଣ ସହିତ ଏକ ସୁନ୍ଦର ସବୁଜିମା ପରିବେଶ ବିଶ୍ବବିଦ୍ୟାଳୟର ଶୋଭା ବର୍ଦ୍ଧନ କରୁଛି । ଏହି ଓଡ଼ିଆ ବିଶ୍ବବିଦ୍ୟାଳୟର ନିର୍ମାଣ ପାଇଁ ପବିତ୍ର ଗୋପବନ୍ଧୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ପରେ ବକୁଳବନଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଜନ ସାଧାରଣଙ୍କ ସୂଚନା ଲାଗି ଏକ ସାଇନ ବୋର୍ଡ ଲଗାଯାଇଥିଲା । ସତ୍ୟବାଦୀ ଗୋପୀନାଥ ଦେଵଙ୍କ ମାଲିକାନାରୁ ୯.୬୦ ଏକର ଜମି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଵିଭାଗ ନାମରେ ରେକର୍ଡ ପ୍ରସ୍ତୁତ କରାଯାଇଥିଲା । ଏହାପରେ ଓଡିଶା ନିର୍ମାଣ ନିଗମ ଦ୍ବାରା ଏହି ପ୍ରକଳ୍ପର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର କରିଥିଲେ ।

ଇଟିଭି ଭାରତ, ନିମାପଡ଼ା

Last Updated : Jan 24, 2024, 10:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.