ETV Bharat / state

ଖୋର୍ଦ୍ଧାରେ ନିର୍ମାଣ ହେବ ଆଦର୍ଶ କାରାଗାର, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ - Model Jail

Adrash Jail in Khurdha: ୫୦ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଆଦର୍ଶ କାରାଗାର । ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅଧିକ ପଢ଼ନ୍ତୁ

ନିର୍ମାଣ ହେବ ଆଦର୍ଶ କାରାଗାର
ନିର୍ମାଣ ହେବ ଆଦର୍ଶ କାରାଗାର
author img

By ETV Bharat Odisha Team

Published : Mar 13, 2024, 12:10 PM IST

ନିର୍ମାଣ ହେବ ଆଦର୍ଶ କାରାଗାର

ଖୋର୍ଦ୍ଧା: ୫୦ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଆଦର୍ଶ କାରାଗାର । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଯାହାକି ଓଡ଼ିଶାର ସର୍ବବୃହତ ଅତ୍ୟାଧୁନିକ ଆଦର୍ଶ କାରାଗାର ହେବାକୁ ଯାଉଛି । ୨୮୫ କୋଟି ଟଙ୍କାର ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ଏହି ଜେଲରେ 2,500 ବନ୍ଦୀ ରହିପାରିବେ । ଏହି ଜେଲ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀ ଜାମୁଝରୀ ଠାରେ ୫୦ ଏକର ଜାଗା ଉପରେ ଏହି ଅତ୍ୟାଧୁନିକ ଜେଲ ନିର୍ମାଣ ହେବ । ମୁଖ୍ୟତଃ ଏହି ଜେଲଟି ଅତ୍ୟାଧୁନିକ ମଡେଲ, ସବୁଜ କାରାଗାର, ଉନ୍ନତ ଜ୍ଞାନକୌଶଳ, ଚିକିତ୍ସାଳୟ ଭଳି ସମସ୍ତ ବ୍ୟବସ୍ଥା ରହିବ । ଆଜିର ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜେଲ ଡିଜି ଅମ୍ରିତ ମୋହନ ପ୍ରସାଦ ଏବଂ ଜେଲ ଅତିରିକ୍ତ ଡିଜି ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ଜାମୁଝରୀ ଠାରେ ନିର୍ମାଣ ହେବାକୁ ଥିବା ଜେଲଟି ବିଶ୍ୱସ୍ତରୀୟ ହେବ । ଏହି ଜେଲ ବିଦେଶୀ ଢ଼ାଞ୍ଚାରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ପ୍ରଦୂଷଣ ମୁକ୍ତ ଜେଲ ହେବ ।

ଏହା ମଧ୍ୟ ପଢ଼ନ୍ତୁ... ଲୋକାର୍ପିତ ହେଲା ୧୦୦ ଶଯ୍ୟା ବିଶିଷ୍ଟ କିମ୍ସ ଗ୍ରାମୀଣ ହସ୍ପିଟାଲ, ଗାଁରେ ମିଳିବ ସହରୀ ଚିକିତ୍ସା

ଏଠାରେ କଏଦୀଙ୍କ ଶାରୀରିକ ବିକାଶ ଠାରୁ ଆରମ୍ଭ କରି ମାନସିକ ସ୍ଥିତିରେ ସୁଧାର ଆଣିବା, ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ଯୋଜନାରେ ତାଲିମ ଦିଆଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି । ଏହି ସ୍ବତନ୍ତ୍ର ଜେଲରେ ୨୫ ଶହ କଏଦୀ ରହିପାରିବା ଭଳି ଘର ନିର୍ମାଣ କରାଯିବ । ସ୍ବତନ୍ତ୍ର ହସ୍ପିଟାଲ, ଥିଏଟର, ଲାଇବ୍ରେରୀ, ଜିମ୍, ବେକରି, ଫୁଡ଼ ପ୍ରୋସେସିଂ ୟୁନିଟ ରହିବ । ସେହିପରି ମହିଳା ଓ ପୁରୁଷ କଏଦୀଙ୍କ ପାଇଁ ରହିବ ସ୍ବତନ୍ତ୍ର ସ୍ଥାନ ସହ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ଏହି ଜେଲର ସୁରକ୍ଷା ଦୃଷ୍ଟିରୁ ମଧ୍ୟ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯିବ । ବାୟୋମେଟ୍ରିକ ବ୍ୟବସ୍ଥା ସହ ଜାମର, ଅତ୍ୟାଧୁନିକ ସ୍କାନର ଲାଗିବ । ସେହିପରି ଏହି ଜେଲରେ ସୋଲାର ଦ୍ବାରା ବିଦ୍ୟୁତ ଉତ୍ପାଦନ କରାଯାଇ ଜିରୋ କାର୍ବନ ଏମିସନ ହେବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.