ETV Bharat / state

ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇଲା କଳାହାଣ୍ଡି, ସାନ୍ଦୁଲ ଜଳସେଚନ ପ୍ରକଳ୍ପ ଉଦଘାଟିତ - ସାନ୍ଦୁଲ ଜଳସେଚନ ପ୍ରକଳ୍ପ

Sandul Barrage Project: କଳାହାଣ୍ଡିରେ ଉଦଘାଟିତ ହୋଇଛି ସାନ୍ଦୁଲ୍ ଜଳ ସେଚନ ପ୍ରକଳ୍ପ । ଏହାକୁ ଭିଡିଓ କଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

ସାନ୍ଦୁଲ ଜଳ ସେଚନ ପ୍ରକଳ୍ପ
ସାନ୍ଦୁଲ ଜଳ ସେଚନ ପ୍ରକଳ୍ପ
author img

By ETV Bharat Odisha Team

Published : Feb 13, 2024, 10:31 PM IST

ସାନ୍ଦୁଲ ଜଳ ସେଚନ ପ୍ରକଳ୍ପ

ଭବାନୀପାଟଣା: ଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାର ହୋଇଛି ବୈପ୍ଳବୀକ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ନକ୍ସାରେ ଜିଲ୍ଲା ଯୋଡ଼ି ହେବା ପରେ ଗୋଟିଏ ପରେ ଗୋଟିଏ ବିକାଶର ସିଢି ଚଢ଼ିବାରେ ଲାଗିଛି କଳାହାଣ୍ଡି । ଦିନେ ଅଭାବୀ ଓ ମରୁଡି ଜିଲ୍ଲାର ଆଖ୍ୟା ପାଇଥିବା କଳାହାଣ୍ଡି ଏବେ ଚାଷ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି । ଏବେ ପୁଣି ଆଉ ପାଦେ ଆଗକୁ ବଢ଼ିଛି ଜିଲ୍ଲା । କଳାହାଣ୍ଡିରେ ଉଦଘାଟିତ ହୋଇଛି ସାନ୍ଦୁଲ ଜଳସେଚନ ପ୍ରକଳ୍ପ । ଏହାକୁ ଭିଡିଓ କଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

ଚାଷ ଓ ଚାଷୀକୁ ନେଇ ପରିଚତି କଳାହାଣ୍ଡି ଜିଲ୍ଲା । ଚାଷ ହିଁ ହେଉଛି ଏଠାକାର ଲୋକଙ୍କ ମୁଖ୍ୟ ବେଉସା । ଏହାକୁ ଦୃଷ୍ଟିରେ ରଖି ବିଗତ ଦିନମାନଙ୍କରେ ସରକାର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ, ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ, ରେତ ଜଳ ସେଚନ ପ୍ରକଳ୍ପ ଆଦି ନିର୍ମାଣ କରି ଚାଷୀଙ୍କ ପାଇଁ ଏକ ନୂତନ ଆଶା ଆଣିଦେଇଥିଲା ବେଳେ ଏବେ କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ସମଗ୍ର ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିଗ୍ରହଣ କରିଛି । ସେହି ଭଳି କପା ଉତ୍ପାଦନରେ କଳାହାଣ୍ଡି ପ୍ରଥମ ହୋଇଥିବା ବେଳେ ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା , ନର୍ଲା ଓ ମଦନପୁର ରାମପୁରକୁ ଜଳ ସେଚନର କୌଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ମରୁଡିର ସାମ୍ନା କରି ଆସୁଥିଲେ ଚାଷୀ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସିଥିବା ସମୟରେ ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଡୁଟାଠାରେ ସାନ୍ଦୁଳ ନଦୀରେ ଏକ ବ୍ୟାରେଜ୍ ନିର୍ମାଣ କରି ଚାଷୀଙ୍କୁ ଜଳ ଯୋଗାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଯାହା ଆଜି ପୁରଣ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....କେନ୍ଦ୍ରାପଡାକୁ ୩୫୦ କୋଟିର ଭେଟି, ନିର୍ମାଣ ହେବ ଚାରିଥାକିଆ ରାସ୍ତା ସାଙ୍ଗକୁ ଇନଷ୍ଟ୍ରିମ ବ୍ୟାରେଜ

ସାନ୍ଦୁଲ ନଦୀରେ ୧୩୦ କୋଟି ଟଙ୍କାରେ ବ୍ୟାରେଜ ନିର୍ମାଣ କରାଯାଇଛି ଏବଂ ୧୭୦ କୋଟି ଟଙ୍କାରେ କେନାଲ ନିର୍ମାଣ କରାଯାଇଛି । ଯାହାଦ୍ବାରା ୫୦୦୦ ହଜାର ହେକ୍ଟର ଜମିକୁ ଜଳ ଯୋଗାଣ ହୋଇପାରିବ । ଯାହାର ଆଜି ଉଦଘଟାନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରରେ ଭିଡିଓ କଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସାନ୍ଦୁଲ ବ୍ୟାରେଜର ଉଦଘାଟନ କରିଥିବା ବେଳେ ୧୭୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଭୂତଳ କେନାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭୂପିନ୍ଦର ସିଂ ଓ ମଦନପୁର ରାମପୁର ବ୍ଲକ ଅଧକ୍ଷ ମନ୍ଦାକିନୀ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଅଞ୍ଚଳବାସୀ ଓ ଚାଷୀମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.