ETV Bharat / state

ନିର୍ମାଣ ଶ୍ରମିକମାନଙ୍କ ପାଇଁ ଖୁସି ଖବର, ପେନସନ ବୃଦ୍ଧି କଲେ ରାଜ୍ୟ ସରକାର - ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ବୃଦ୍ଧି

Construction Workers Pension Hike: ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନରେ ବୃଦ୍ଧି ସରକାର । ୫୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା ଏବଂ ୭୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୨୦୦ ଟଙ୍କା । ଅଧିକ ପଢନ୍ତୁ

ନିର୍ମାଣ ଶ୍ରମିକମାନଙ୍କ ପାଇଁ ଖୁସି ଖବର, ପେନ୍‌ସନରେ ବୃଦ୍ଧି କଲେ ରାଜ୍ୟ ସରକାର

author img

By ETV Bharat Odisha Team

Published : Mar 3, 2024, 7:55 PM IST

ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର । ଶ୍ରମିକଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏଥିରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ହେବେ ଉପକୃତ । ଏନେଇ ଆଜି(ରବିବାର) ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଘୋଷଣା କରିଛନ୍ତି । 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକମାନେ ଭତ୍ତା ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ, ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଦାବି ଜଣାଇଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ପରେ ସେମାନଙ୍କ ଭତ୍ତାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ୫୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା । ୮୦ ବର୍ଷରୁ ଅଧିକ ହେଲେ, ୭୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୨୦୦ ଟଙ୍କା । ତେବେ ଫେବୃଆରୀ ୨୦୨୪ରୁ ଲାଗୁ ହେବ । ଏହି ନୂତନ ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ । ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡ଼ିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ ।

ପ୍ରକାଶ ଯୋଗ୍ୟ, ଗତକାଲି(ଶନିବାର) ଦିନ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିଲେ । ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି ହୋଇଥିଲା । ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ଥିବା ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ ୧୦ ହଜାର ଟଙ୍କାକୁ କରିଛନ୍ତି ସରକାର । ପୂର୍ବରୁ ରାଜ୍ୟରେ ଏମାନଙ୍କ ପାରିଶ୍ରମିକ ୫ ହଜାର ୩୭୯ ଟଙ୍କା ରହିଥିଲା । ରାଜ୍ୟର ଜନଜାତି ବହୁଳ ଜିଲ୍ଲା ମାନଙ୍କରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ (MLE(EV) ନିୟୋଜିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....... ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିଶ୍ରମିକ ବୃଦ୍ଧି, ଏଣିକି ପାଇବେ 10 ହଜାର

ସେହିପରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଗି ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀ(PHIEV) ମାନଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାସିକ ୫୩୭୯ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହା ଦ୍ବାରା ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (PHIEV) ଉପକୃତ ହେବେ । ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ବା PHIEV ମାନଙ୍କୁ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.