ETV Bharat / state

ବୌଦ୍ଧର ଆଉ ତିନୋଟି ସ୍ଥାନକୁ ଏନଏସି ମାନ୍ୟତା, ଜିଲ୍ଲାରେ ଖୁସିର ଲହରୀ

author img

By ETV Bharat Odisha Team

Published : Mar 13, 2024, 8:08 PM IST

CM Announces New NAC: ଆଜି ରାଜ୍ୟ ସରକାର ରାଜ୍ୟରେ ଆଉ 22 ନୂଆ ଏନ୍‌ଏସି ଘୋଷଣା କରିଛନ୍ତି । ଯେଉଁଥିରେ ବୌଦ୍ଧ ଜିଲ୍ଲାର ତିନୋଟି ସହର ମନମୁଣ୍ଡା, ବାଉଶୁଣୀ ଓ ପୁରୁଣା କଟକକୁ ଏନଏସି ମାନ୍ୟତା ନେଇ ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ,

ବୌଦ୍ଧରେ ଆଉ ତିନୋଟି ସ୍ଥାନକୁ ମିଳିଲା ଏନ୍ ଏସି ମାନ୍ୟତା

ବୌଦ୍ଧ: ଆଜି ରାଜ୍ୟ ସରକାର ରାଜ୍ୟରେ ଆଉ 22 ନୂଆ ଏନ୍‌ଏସି ଘୋଷଣା କରିଛନ୍ତି । ଯେଉଁଥିରେ ବୌଦ୍ଧ ଜିଲ୍ଲାର ତିନୋଟି ସହର ମନମୁଣ୍ଡା, ବାଉଶୁଣୀ ଓ ପୁରୁଣା କଟକକୁ ଏନଏସି ମାନ୍ୟତା ନେଇ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କର ଏହି ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦଗୁଡିକ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଓଡ଼ିଶାରେ ମୋଟ NAC ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି ।

ରାଜ୍ୟର 13 ଜିଲ୍ଲାରେ ଏହି 22 ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୂର୍ବରୁ ଏନଏସି ଥିବାବେଳେ ଏହାକୁ ମ୍ୟୁନିସିପାଲିଟିକୁ ଉନ୍ନିତ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଗତ ମାସ (ଫେବୃଆରୀ)ରେ 35 ନୂଆ ଏନ୍‌ଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । 20ଟି ଜିଲ୍ଲାରେ 35ଟି ନୂଆ ଏନ୍‌ଏସି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ସେହିପରି 4ଟି ଜିଲ୍ଲାରେ 5ଟି ଏନ୍‌ଏସିକୁ ମଧ୍ୟ ମ୍ୟୁନିସିପାଲିଟିରେ ଉନ୍ନୀତ କରିବା ପାଇଁ ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... ରାଜ୍ୟରେ ଆଉ 22 ନୂଆ NAC ଘୋଷଣା; ଭଞ୍ଜନଗର ହେଲା ମ୍ୟୁନିସିପାଲିଟି

22 ନୂଆ ଏନ୍‌ଏସି ତାଲିକାରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଓ ସିନ୍ଧେକେଲା, ବରଗଡ଼ ଜିଲ୍ଲାର ସୋହେଲା, ବାଲେଶ୍ବର ଜିଲ୍ଲାର ବାଲିଆପାଳ ଓ ଖଇରା, ଭଦ୍ରକ ଜିଲ୍ଲାର ଧାମରା, ଢେଙ୍କାନାଳ ଜିଲ୍ଲାର ରାସୋଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ନୟାଗଡ଼ ଜିଲ୍ଲାର ଶରଣକୁଳ, ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଓ କାକଟପୁର, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ବାମଣ୍ଡା ଏହଂ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା, ଉଲୁଣ୍ଡା ଓ ରାମପୁର ସାମିଲ ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.