ETV Bharat / state

ରାଜ୍ୟସଭା ନିର୍ବାଚନ; ଜାତୀୟ ସମନ୍ୱୟ ଓ ଆଞ୍ଚଳିକ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇପାରନ୍ତି ନବୀନ ! - CM Naveen Patnaik

Political Expert on Rajya Sabha Election: ରାଜ୍ୟସଭାରେ ବିଜେଡିର 3ଟି ଆସନ ଖାଲି ହେବ । ସରିବ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ । ଏଥିପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ବାହାର କରିଛନ୍ତି । ବିଜୁ ଜନତା ଦଳ 3ଟି ଆସନରୁ ଅନାୟାସରେ 3 ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇ ପାରିବ । କିନ୍ତୁ ସେଥିରେ କୌତୁହଳ ଜିନିଷ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ; ଜାତୀୟ ସମନ୍ବୟ ଓ ଆଞ୍ଚଳିକ ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଇପାରନ୍ତି ନବୀନ !

author img

By ETV Bharat Odisha Team

Published : Jan 30, 2024, 9:13 PM IST

ରାଜ୍ୟସଭା ନିର୍ବାଚନ; ଜାତୀୟ ସମନ୍ବୟ ଓ ଆଞ୍ଚଳିକ ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଇପାରନ୍ତି ନବୀନ !

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ରେସ ବିଜେଡି ରାଜନୀତିରେ ଉଷ୍ମତା ଭରିଛି । ଖାଲି ହେଉଥିବା 3 ଆସନରେ ବିଜେଡି ସୁପ୍ରିମୋ କାହାକୁ ସୁଯୋଗ ଦେବେ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପ୍ରତିଶ୍ରୁତି ପୂରଣ କରିବାକୁ ନବୀନ ପୁରୁଖାଙ୍କୁ ଦିଲ୍ଲୀ ପଠାଇବେ ନା ନୂଆଙ୍କୁ ଭରସା କରି ସର ପ୍ରାଇଜ କାର୍ଡ ଖେଳିବେ ସେ ନେଇ ଅଙ୍କକଷା ଚାଲିଛି । ଜାତୀୟ ସମନ୍ବୟ ଓ ଆଞ୍ଚଳିକ ପ୍ରତିନିଧିତ୍ବକୁ ନବୀନ ଗୁରୁତ୍ବ ଦେଇପାରନ୍ତି ବୋଲି ମତ ରଖୁଛନ୍ତି ରାଜନୈତିକ ସମୀକ୍ଷକ ।

ରାଜ୍ୟସଭାରେ ବିଜେଡିର 3ଟି ଆସନ ଖାଲି ହେବ । ସରିବ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ । ଏଥିପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ବାହାର କରିଛନ୍ତି । ବିଜୁ ଜନତା ଦଳ 3ଟି ଆସନରୁ ଅନାୟାସରେ 3 ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇ ପାରିବ । କିନ୍ତୁ ସେଥିରେ କୌତୁହଳ ଜିନିଷ ଦେଖିବାକୁ ମିଳିବ । ରାଜ୍ୟସଭାର ଗଣିତ ଅନୁସାରେ ଚଳିତ ଥର 3 ସିଟରେ ପ୍ରାର୍ଥୀ ପଠେଇବାକୁ ହେଲେ 113 ଜଣ ସଦସ୍ୟଙ୍କ ସମର୍ଥନ ଦରକାର । କିନ୍ତୁ ବିଜୁ ଜନତା ଦଳ ପାଖରେ 113 ସଂଖ୍ୟା ନାହିଁ । ବିଜେଡି ବିଧାୟକଙ୍କ ସଂଖ୍ୟା 109 ରହିଛି । ବିଜେଡିକୁ ଆଉ 4 ଜଣଙ୍କ ସମର୍ଥନ ହାସଲ କରିବାକୁ ପଡିବ । 4 ଜଣ ବିଜେଡିରୁ ତଡା ଖାଇଛନ୍ତି । ସେମାନଙ୍କ ଉପରୁ ଯଦି ବହିଷ୍କାର ଆଦେଶ ନଉଠା ଯାଉଛି ତାହାଲେ 3 ଜଣ ସଦସ୍ୟଙ୍କୁ ବିଜେଡି ପଠେଇବା ସହଜ ହେବ ନାହିଁ । ସୌମ୍ୟ ପଟ୍ଟନାୟକ, ସୁଧାଂଶୁ ଶେଖର ପରିଡା, ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀ ବହିଷ୍କାର ଆଦେଶ ଉଠିବ ନା ନାହିଁ ଦେଖିବାକୁ ପଡିବ । ଗୋଟେ ସ୍ବାଧୀନ ଓ ସିପିଆଇ(ଏମ) ସମର୍ଥନ ବିଜେଡିକୁ ମିଳିବାରେ ସମସ୍ୟା ହେବନାହିଁ । କେବଳ 2 ଜଣ ବିଧାୟକଙ୍କ ସମର୍ଥନ ବିଜେଡିକୁ ଦରକାର ପଡିବ ।

ଅଧିକ ପଢନ୍ତୁ- ଫେବୃଆରୀ 27ରେ ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ 3 ଆସନ, ସରୁଛି ଅଶ୍ବିନୀ-ଅମର-ପ୍ରଶାନ୍ତଙ୍କ କାର୍ଯ୍ୟକାଳ

ଏନେଇ ରାଜନୈତିକ ସମୀକ୍ଷକ କହିଛନ୍ତି ଅକ୍ଷୟ ସାହୁ କହିଛନ୍ତି ଯେ, ଆଞ୍ଚଳିକ ପ୍ରତିନିଧିତ୍ବକୁ ଗୁରୁତ୍ବ ଦେବାକୁ ବିଜେଡି ଚାହିଁବ । ପଶ୍ଚିମ ଓଡିଶାରୁ ନିରଞ୍ଜନ ବିଶି ରାଜ୍ୟସଭା ଯାଇଛନ୍ତି । ଦକ୍ଷିଣରୁ ମୁନ୍ନା ଖାଁ ରହିଛନ୍ତି । ଆଦିବାସୀ ଚେହେରାକୁ ଦଳ ଗୁରୁତ୍ବ ଦେଇପାରିବ । ଆଉ ଜଣେ ମହିଳାଙ୍କୁ ମଧ୍ୟ ଦଳ ବାଛିପାରେ । ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଥିବା ନେତାବି ଏହି ରେସରେ ରହିବେ । ସୁଜିତ କୁମାର ଓ ଅମର ପଟ୍ଟନାୟକଙ୍କ ପରି ରିସୋର୍ସ ପର୍ସନ ମଧ୍ୟ ନଜରରେ ରହିବେ । ଦଳକୁ ଯେଉଁ ଇନପୁଟ ଦରକାର ତାହା ସେମାନେ ଦେଇଛନ୍ତି । ସର୍ବୋପରି ଜାତୀୟ ସ୍ତରରେ ଦଳର ଇଚ୍ଛା ଓ ଆଶାକୁ ସୁରକ୍ଷା ଏବଂ ପ୍ରମୋଟ କରିବ । ବିଭିନ୍ନ ରାଜନୈତିକ ଦଳ ସହ ସମନ୍ବୟ ରକ୍ଷା କରି ବିଜେଡିର ଛବି ଜାତୀୟ ସ୍ତରରେ ଅଧିକ ଉଦ୍ଭାସିତ କରିବ । ଯଦି ଏମିତି ହୁଏ ତେବେ ଭିକେ ପାଣ୍ଡିଆନ, ପିନାକୀ ମିଶ୍ରଙ୍କୁ ଗୁରୁତ୍ବ ମିଳିବ । ଯେହେତୁ ପିନାକୀ ମିଶ୍ର ଲୋକସଭା ନିର୍ବାଚନ ଅନିଚ୍ଛା ପ୍ରକାଶ କରୁଛନ୍ତି, ତେଣୁ ତାଙ୍କୁ ରାଜ୍ୟସଭା ପଠା ଯାଇପାରେ । ଅତୀତରେ ପ୍ୟାରୀ ମୋହନ ମହାପାତ୍ର ଦିଲ୍ଲୀରେ ସମନ୍ବୟ ରକ୍ଷା କରିଥିଲେ ସେହିପରି ଭିକେ ପାଣ୍ଡିଆନ ମଧ୍ୟ ସେ ଦାୟିତ୍ବ ନିର୍ବାହ କରିପାରନ୍ତି । ଏହି ଦିଗ ସବୁ ରାଜ୍ୟସଭା ନିର୍ବାଚନରେ ନଜର ଦେବାକୁ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.