ETV Bharat / state

ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲରେ ପୋଲିସ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ କର୍ମଚାରୀ

author img

By ETV Bharat Odisha Team

Published : Feb 26, 2024, 3:43 PM IST

Baramunda Ambedkar Bus Terminal: ଭୁବନେଶ୍ବରରେ ଉଦଘାଟିତ ହେବାକୁ ଯାଉଛି ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲ । ଟର୍ମିନାଲର ପୋଲିସ ଆଉଟପୋଷ୍ଟରେ ନିଯୁକ୍ତି ପାଇବେ ୮୯ କର୍ମଚାରୀ । ଅଧିକ ପଢନ୍ତୁ

Etv Bharat
Etv Bharat

Baramunda Ambedkar Bus Terminal
ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଉଦଘାଟିତ ହେବାକୁ ଯାଉଛି ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ । ବସ ଟର୍ମିନାଲରେ ପ୍ରତିଷ୍ଠା ହେବ ପୋଲିସ ଆଉଟପୋଷ୍ଟ । ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଏଥିରେ ୮୯ ଜଣ ପୋଲିସ କର୍ମଚାରୀ ନିଯୁକ୍ତି ପାଇବେ । 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କ୍ଷେତ୍ର ସମୀକ୍ଷା ବେଳେ ଏ ସମ୍ପର୍କରେ ହୋଇଥିବା ଆଲୋଚନା ବାବଦରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

Baramunda Ambedkar Bus Terminal
ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲ

ଭୁବନେଶ୍ବରରରେ ୫ଟି ଉପକ୍ରମରେ ଡ. ବାବା ସାହେବ ଭୀମରାଓ ଆମ୍ବେଦକର ଆନ୍ତଃରାଜ୍ୟ ବସ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହା ଲୋକାର୍ପିତ ହେବାକୁ ଯାଉଛି । ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ ଯାତାୟତ କରିବ । ଭବିଷ୍ୟତରେ ବସ ସଂଖ୍ୟା ୧୭୦୦ରୁ ୧୮୦୦କୁ ବୃଦ୍ଧି ପାଇପାରେ । ତା' ସହିତ ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି । ତେଣୁ ଯାତ୍ରୀ ଓ ଟର୍ମିନାଲର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲରେ ପ୍ରତିଷ୍ଠା ପୋଲିସ ଆଉଟପୋଷ୍ଟ । ଏହି ଆଉଟପୋଷ୍ଟରେ ୮୯ ଜଣ ପୋଲିସ କର୍ମଚାରୀ ନିଯୁକ୍ତି ପାଇବେ । ଏଥି ମଧ୍ୟରୁ ୨ ଜଣ ସବ-ଇନ୍ସପେକ୍ଟର, ୯ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର, ୪ ଜଣ ହାବିଲଦାର, ୭୨ ଜଣ କନଷ୍ଟେବଳ ଓ ୨ ଜଣ ଡ୍ରାଇଭର ରହିବେ ।

Baramunda Ambedkar Bus Terminal
ବରମୁଣ୍ଡା ଆମ୍ବେଦକର ବସ ଟର୍ମିନାଲ

ଏହା ବି ପଢନ୍ତୁ- ଫେବୃଆରୀରେ ବରମୁଣ୍ଡା ବସଷ୍ଟାଣ୍ଡ ଲୋକାର୍ପଣ! ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ୍

୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ୫ଟି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଏଠାରେ ପୋଲିସ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ପିକ ଅପ୍‌ ଓ ଡ୍ରପ ଅଫ ସୁବିଧା, ୧୪୪ଟି ବସ ବେ, ସିଟି ବସ ପାଇଁ ବସ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.