ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୮୯୧ କୋଟିର ବଲାଙ୍ଗୀର ପ୍ୟାକେଜ, ତୁଷୁରା ଏୟାରଷ୍ଟ୍ରିପ ଶିଳାନ୍ୟାସ - CM MOHAN MAJHI IN BALANGIR

ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଚରଣ ମାଝୀଙ୍କ ପ୍ରଥମ ବଲାଙ୍ଗୀର ଗସ୍ତ । ୨ ଦିନିଆ ଗସ୍ତରେ ଯାଇ ଏକାଧିକ ପ୍ରକଳ୍ପ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ସହ ବଡ଼ ପ୍ୟାକେଜ ଘୋଷଣା ।

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭେଟିଦେବେ ଏକାଧିକ ପ୍ରକଳ୍ପ
ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭେଟିଦେବେ ଏକାଧିକ ପ୍ରକଳ୍ପ (ETV Bharat Odisha)
author img

By ETV Bharat Odisha Team

Published : Nov 2, 2024, 1:39 PM IST

Updated : Nov 2, 2024, 2:05 PM IST

ବଲାଙ୍ଗୀର: ପ୍ରଥମ ଥର ଜିଲ୍ଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ‘ବଲାଙ୍ଗୀର ଦିନ’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ କାର୍ଯ୍ୟକ୍ରମ ରହିଛି । ପହଞ୍ଚିବା ପରେ ତୁଷୁରା ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେ ବେଲାପଡ଼ାରେ ଏକ ସାଧାରଣ ସଭାରେ ଉଦବୋଧନ ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ମୋହନ ମାଝୀଙ୍କ ପ୍ରଥମ ଥର ବଲାଙ୍ଗୀ ଗସ୍ତ ।

  • ତୁଷୁରା ଏୟାରଷ୍ଟ୍ରିପ ଉନ୍ନତିକରଣ ପ୍ରକଳ୍ପ ଭୂମି ପୂଜନ କଲେ

ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ଏୟାରଷ୍ଟ୍ରିପ ଉନ୍ନତିକରଣ ପ୍ରକଳ୍ପ ପାଇଁ ଭୂମି ପୂଜନ କରିଛନ୍ତି । ସେହିପରି ଦ୍ବିତୀୟ କାର୍ଯ୍ୟକ୍ରମ ଭାବେ ସେ ବେଲାପଦାଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଛନ୍ତି । ତେବେ ଏ ଅବସରରେ ପ୍ରାୟ ୮ ଶହ କୋଟି ଟଙ୍କା ବିନିମୟରେ ୫୦ ପ୍ରକଳ୍ପର ଶିଳାନ୍ୟାନ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭେଟିଦେବେ 8ଶହ କୋଟିର ପ୍ରକଳ୍ପ (ETV Bharat Odisha)
  • ଆଜି ବାଲଙ୍ଗୀରରେ ରାତ୍ରିଯାପନ:-

ପରେ ସେ ପାଟଣାଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ପାଟଣାଗଡ଼ ବାଇପାସ୍, ଉପଖଣ୍ଡ ହସ୍ପିଟାଲ ସହ ପ୍ରାୟ 50ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବେ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଆସି ନୂତନ ସର୍କିଟ ହାଉସ ଉଦଘାଟନ କରିବା ପରେ ‘ବଲାଙ୍ଗୀର ଦିନ’ ଓ ଦୀପାବଳି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେ । ସବୁ କାର୍ଯ୍ୟକ୍ରମ ସରିବା ପରେ ବଲାଙ୍ଗୀର ସର୍କିଟ ହାଉସରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲି (ରବିବାର) ପୂର୍ବାହ୍ନ 11 ଟା ସମୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିଯିବା କାର୍ଯ୍ୟକ୍ରମ ରହିଛି ।

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭେଟିଦେବେ ଏକାଧିକ ପ୍ରକଳ୍ପ
ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭେଟିଦେବେ ଏକାଧିକ ପ୍ରକଳ୍ପ (ETV Bharat odisha)
  • ୮ ଶହ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ :-

ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ୮୯୧ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ବଲାଙ୍ଗୀର-ବେଳପଡ଼ା ଜଳସେଚନ ପ୍ରକଳ୍ପ ପାଇଁ ୩୦୧ କୋଟି ଟଙ୍କାର ଶିଳାନ୍ୟାସ କରିବେ । ଯାହାଦ୍ବାରା ପ୍ରାୟ ୪,୭୦୦ ହେକ୍ଟର ଜମି ଜଳସେଚନ ହୋଇପାରିବା ସହ ୪୦ ହଜାର ଚାଷୀ ଉପକୃତ ହେବେ । ସେହିପରି ୧୭୨.୫ କୋଟି ଟଙ୍କା ବିନିମୟରେ ୧୭ଟି ପାନୀୟ ଜଳ ପ୍ରକଳ୍ପ,୧୧୮.୪୬ କୋଟି ଟଙ୍କାର ପାଟଣାଗଡ଼ ବାଇପାସ (୮.୬୬ କି.ମି) ୬୫ କୋଟି ଟଙ୍କା ବିନିମୟରେ ତୁଷୁରା ଏୟାରଷ୍ଟ୍ରିପର ଉନ୍ନତିକରଣ ସହ ୫୨.୬୧ କୋଟି ଟଙ୍କାର ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ, ୨୬.୫୭ କୋଟି ଟଙ୍କାରେ ୩ଟି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ହେବ ।

ଏହା ମଧ୍ୟ ପଢନ୍ତୁ:-ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, 'କେନ୍ଦୁଝରରୁ ଗଡ଼ିବ ଓଡ଼ିଶାର ବିକାଶ ରଥ'

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ହେବା ପରେ ରାଇକଳାରେ ମୋହନ ମାଝୀଙ୍କ ପ୍ରଥମ ଦୀପାବଳି, ଆଜି ଗୋବର୍ଦ୍ଧନ ପୂଜା ପରେ କାଳୀ ମଣ୍ଡପ ପରିଦର୍ଶନ

ଏହା ମଧ୍ୟ ପଢନ୍ତୁ:- ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ: ବାଣ ଫୁଟାଇଲେ,ବାଜା ବଜାଇଲେ

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀ ଫୁଟପାଥରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ, ପୁରୁଣା ସ୍ମୃତିକୁ କଲେ ତାଜା

  • ଏହି ସବୁ ପ୍ରକଳ୍ପ ଲୋକାର୍ପଣ :-

ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ କାମରେ ଲୋକାର୍ପଣ କରିବେ । ଯେଉଁଥିରେ ୬୬.୯୪ କୋଟି ଟଙ୍କାରେ ୧୬ଟି ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ପ୍ରକଳ୍ପ ସହ ୪୫.୯୮ କୋଟି ଟଙ୍କାରେ ସ୍ବାସ୍ଥ୍ୟ ବିଭାଗର ୩୧ ଟି ପ୍ରକଳ୍ପ ,୯.୮୯ କୋଟି ଟଙ୍କାରେ ମଣ୍ଡଳ ମନ୍ଦୋଦରା ରାସ୍ତା ଉନ୍ନତିକରଣ ପ୍ରକଳ୍ପ, ୮.୭୮ କୋଟି ଟଙ୍କାରେ ବଲାଙ୍ଗିର ସର୍କିଟ-ହାଉସ, ୪.୩ କୋଟି ଟଙ୍କା ବ୍ୟୟରେ ୩ ପାନୀୟ ଜଳ ପ୍ରକଳ୍ପ ଆଦି ରହିଛି ।

  • ୬୬.୯୪ କୋଟି ଟଙ୍କାର ୧୬ଟି ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ପ୍ରକଳ୍ପ
  • ୪୫.୯୮ କୋଟି ଟଙ୍କାର ସ୍ବାସ୍ଥ୍ୟ ବିଭାଗ ୩୧ ପ୍ରକଳ୍ପ
  • ୯.୮୯ କୋଟି ଟଙ୍କାର ମଣ୍ଡଳ ମନ୍ଦୋଦରା ରାସ୍ତା ଉନ୍ନତିକରଣ ପ୍ରକଳ୍ପ
  • ୮.୭୮ କୋଟି ଟଙ୍କାର ବଲାଙ୍ଗିର ସର୍କିଟ-ହାଉସ
  • ୪.୩ କୋଟି ଟଙ୍କା ବ୍ୟୟରେ ୩ ପାନୀୟ ଜଳ ପ୍ରକଳ୍ପ
  • ବ୍ୟାପକ ସୁରକ୍ଷା ବ୍ୟବସ୍ଥା:-

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । 35 ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 2, 2024, 2:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.