ETV Bharat / state

ଆସନ୍ତା ୨ଦିନ କୋହଲା ପାଗ ସହିତ ହାଲକା ବର୍ଷା

Cloudy weather with light rainfall prevails in state for next 2 days : ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ । କାଲିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 31, 2024, 10:56 PM IST

ଆସନ୍ତା ୨ ଦିନ ପାଇଁ ରାଜ୍ୟରେ ହେବ କୋହଲା ପାଗ ସହିତ ହାଲକା ବର୍ଷା

ଭୁବନେଶ୍ବର : ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ । କାଲିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ । ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା କାଲି ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । ୩ ତାରିଖ ବେଳକୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ ।

ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପ ର ପରିମାଣ ଅଧିକ ରହୁଥିବା ରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ବିଶେଷ କରି କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ରେ ହାଲୁକା କୁହୁଡି ଦୃଶ୍ୟମାନ ହେବ । ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ରୁ ୪, ୫ ଏବଂ ୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାର ପାଗ ଶୁଖିଲା ରହିବ । ସେପଟେ ଗତ ୨୪ ଘଣ୍ଟାରେ ଚାନ୍ଦବାଲି ଏବଂ ଅନୁଗୁଳ ରେ ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ବାରିପଦା, କେନ୍ଦୁଝର ଏବଂ ଭବାନୀପାଟଣା ରେ ହାଲୁକା କୁହୁଡି ଅନୁଭୂତ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ଶୀତରେ ଥରୁଛି ସାରା ଓଡିଶା, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନ କୁହୁଡ଼ି

ସେହି ପରି ରାଜ୍ୟ ରେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୧୧ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ସିମିଳିଗୁଡା ୧୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସିଲଭର ସିଟି କଟକ ରେ ୧୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟ ରେ ବର୍ତ୍ତମାନ ତାପାମାତ୍ରା ସାମାନ୍ୟ ରହିଛି କିନ୍ତୁ ଆଗାମୀ ଦିନ ରେ ଏହା ବଢିବାର ସମ୍ଭାବନା ରହିଛି । ତେବେ ବାଙ୍ଗଲାଦେଶ ଉପରେ ସାଇକ୍ଲୋନିକ ଟ୍ରପ ରେଖା ଥିବାରୁ ଏହା ପ୍ରଭାବରେ ଉତ୍ତର ଓଡିଶାରେ ଆକାଶ ମେଘାଚ୍ଛନ୍ନ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.