ETV Bharat / state

ପାରାଦ୍ୱୀପରେ ରାଜ୍ୟସ୍ତରୀୟ M.S.M.E ସମ୍ମିଳନୀ - CII MSME CONNECT SERIES 2024

ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ (MSME)ମଜବୁତ ସହଭାଗିତା ସ୍ଥାପନ କରିବା ପାଇଁ ଗୁରୁତ୍ବ । ସବକା ସାଥ,ସବକା ବିକାଶ ନୀତିରେ ପରସ୍ପରକୁ ସହଯୋଗ କରି ଆଗକୁ ବଢିବେ କହିଲେ ମନ୍ତ୍ରୀ ।

CII MSME Connect Series 2024
CII MSME Connect Series 2024 (ETV Bharat Odisha)
author img

By ETV Bharat Odisha Team

Published : Dec 8, 2024, 3:56 PM IST

ପାରାଦ୍ୱୀପ: ଭାରତୀୟ ଶିଳ୍ପ ମହାସଂଘ (CII) ଓଡିଶା ଶଖା ପକ୍ଷରୁ ବିଜୁ କନଭେନ୍ସନ ସେଣ୍ଟରରେ CII MSME Connect Series-2024 ଆୟୋଜିତ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ (MSME) ମଜବୁତ ସହଭାଗିତା ସ୍ଥାପନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଥିଲେ ।

M.S.M.E ସମ୍ମିଳନୀ:

ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି,"ଓଡ଼ିଶାର ମୋଟ ରପ୍ତାନୀ କ୍ଷେତ୍ରରେ 45% ଯୋଗଦାନ ରହିଛି । ବରଗଡ଼, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁରରେ ଫୁଡ଼ ପାର୍କର ସ୍ଥାପନ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପକୁ ପ୍ରୋତ୍ସାହିତ କରିଛି । ରାଜ୍ୟରେ କ୍ଷୁଦ୍ରଶିଳ୍ପ ଗୁଡିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି ।"

CII MSME Connect Series 2024 (ETV Bharat Odisha)

ଏମିତି କହିଲେ ଶିଳ୍ପମନ୍ତ୍ରୀ:

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ କହିଛନ୍ତି,"ଓଡ଼ିଶାର ବିକାଶ ଦିଗରେ ପାରାଦ୍ୱୀପର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ବୃହତ ଶିଳ୍ପ ଓ କ୍ଷୁଦ୍ରଶିଳ୍ପ ଗୁଡିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ସଫଳ ଇଣ୍ଡଷ୍ଟ୍ରିଆଲ ଇକୋସିଷ୍ଟମକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇ ସାରିଛି । ଆଗାମୀ ଦିନରେ ଶିଳ୍ପର ବିକାଶ ରାଜ୍ୟରେ ତ୍ୱରାନ୍ୱିତ ହେବ । MSMEକୁ ବଡ ବଡ ଶିଳ୍ପ ସହିତ ଯୋଡିବା ଏହାର ଲକ୍ଷ୍ୟ । ଝାରସୁଗୁଡ଼ା ଓ ଅନୁଗୋଳ ପରେ ପାରାଦ୍ବୀପରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।"

ସବକା ସାଥ୍, ସବକା ବିକାଶ:

ସେ ଆହୁରି ମଧ୍ୟ କହିଛନ୍ତି," ସବକା ସାଥ୍, ସବକା ବିକାଶ ନୀତିରେ ପରସ୍ପରକୁ ସହଯୋଗ କରି ସମସ୍ତ ଶିଳ୍ପ ଆଗକୁ ବଢିବେ । କୌଣସି ବଡ ଶିଳ୍ପ MSMEକୁ ସାହାଯ୍ୟ କରିବାକୁ ମନା କରି ପାରିବନାହିଁ । MSME ଅର୍ଥାତ ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡିକୁ ଆଗକୁ ନେବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବା । ବଡ ବଡ ଶିଳ୍ପମାନେ ସେମାନଙ୍କ ହାତ ଧରି ସେମାନଙ୍କୁ ସହଯୋଗ କରି ଆଗକୁ ନେବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ଆଜି ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...୨୦୨୫ ସୁଧା ଯକ୍ଷ୍ମାମୁକ୍ତ ହେବ ଓଡିଶା ! ଶୁଭାରମ୍ଭ ହେଲା ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ

ଏହା ମଧ୍ୟ ପଢନ୍ତୁ...ଜନ୍ମମାଟିକୁ ୩ ରେଳପଥ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ ପିଏଲ ହରାନାଦ, ଇଣ୍ଡିଆନ ଅଏଲ କର୍ପୋରେସନର କାର୍ଯ୍ୟନିର୍ବାହୀ ଅଧିକାରୀ କୌଶିକ ବସୁ, ଜେଏସ ଡବ୍ଲ୍ୟୁର ବାଣିଜ୍ୟ ମୁଖ୍ୟ ଗିରିସ ନାୟକ, ପାରାଦ୍ୱୀପ ଫସ ଫେଟସ ମୁଖ୍ୟ ପଲାନିସ୍ୱାମୀଙ୍କ ସମେତ ବହୁ ବୃହତ ଶିଳ୍ପ ଓ ଖୁଦ୍ର ଶିଳ୍ପର ମୁଖ୍ୟମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.