ETV Bharat / state

ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ପରାମର୍ଶ ଦେଲା CHSE - ଯୁକ୍ତ ଦୁଇ ପରୀକ୍ଷା

Plus Two Examination: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରାମର୍ଶ । ନଜର ପକାନ୍ତୁ ସମ୍ପୁର୍ଣ୍ଣ ତଥ୍ଯ ଉପରେ,

ଯୁକ୍ତ ଦୁଇ ପରୀକ୍ଷା
ଯୁକ୍ତ ଦୁଇ ପରୀକ୍ଷା
author img

By ETV Bharat Odisha Team

Published : Feb 15, 2024, 2:49 PM IST

Ashok Nayak on Plus Two Exam

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ଚଳିତବର୍ଷ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ପରୀକ୍ଷା ଦେଉଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ ।

କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି । ଯୁକ୍ତ ଦୁଇ ପରୀକ୍ଷା ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ଯାଏଁ ଚାଲିବ । ଆସନ୍ତାକାଲି ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ । ମୋଟ ୧୯ଟି ସିଟିଂରେ ପରୀକ୍ଷା ହେବ । ପ୍ରତ୍ଯେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ ତେଣୁ ସେମାନଙ୍କ ସୁଚିକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁ ଦିନ ରହିଛି ସେଦିନ ଯୁକ୍ତ ପରୀକ୍ଷା ରଖାଯାଇ ନାହିଁ। ସମସ୍ତ ପ୍ରସ୍ତୁତି ରହିଛି । ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନ ପତ୍ର ପରୀକ୍ଷା ହବରେ ପହଞ୍ଚି ସାରିଥିବା ବେଳେ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି । ପ୍ରଶ୍ନ ପତ୍ର ବିଭ୍ରାଟ ହେବ ନାହିଁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।

ଏହା ମଧ୍ୟ ପଢନ୍ତୁ: ଦୁଇଦିନ ପରେ ଯୁକ୍ତ ଦୁଇ ପରୀକ୍ଷା, କପି ରୋକିବ ସିସିଟିଭି

ପରୀକ୍ଷାର୍ଥୀଙ୍କ ପାଇଁ ପରାମର୍ଶ: ଛାତ୍ରଛାତ୍ରୀମାନେ ପରୀକ୍ଷାର ଅଧା ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ୧୫ ମିନିଟ୍ ପୂର୍ବରୁ ହଲ୍ ମଧ୍ୟକୁ ପ୍ରବେଶ କରିବା ନେଇ ଅନୁମତି ଦିଆଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ସେ କହିଛନ୍ତି, "୧୦ ମିନିଟ୍ ପୂର୍ବରୁ ଖାତା ପାଇବେ ଛାତ୍ରଛାତ୍ରୀ । ପରୀକ୍ଷାର ୫ ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ର ପାଇବେ । ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ପରୀକ୍ଷା କେନ୍ଦ୍ରରେ ଥିବା ଅଧିକାରୀଙ୍କୁ ଜଣାଇବେ । ସେହିପରି ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ । ଆଡିସ୍ନାଲ୍ ସିଟ ଦିଆଯିବ ନାହିଁ । ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବେ ନାହିଁ, ନଚେତ୍ MP ହୋଇଯିବେ । ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନଂ ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବେ । ପ୍ରଶ୍ନ ପତ୍ରର ସେଟ୍ କୋଡ୍ କୁ ନିର୍ଭୁଲ ଭାବରେ ଲେଖିବେ । ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ । ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ବର୍ଜନୀୟ ।"

ପରୀକ୍ଷା କେନ୍ଦ୍ରକୁ ପ୍ରେବଶ ସାମଗ୍ରୀ: EMH (Examination Manngement Hall) ମାନଙ୍କ ସହ ବୈଠକ କରାଯାଇଛି । ପରୀକ୍ଷାରେ କୌଣସି ତ୍ରୁଟି ନହେଉ ସେଥିପାଇଁ ପୂରା ବ୍ୟବସ୍ଥା ହୋଇଛି । ପରୀକ୍ଷା କେନ୍ଦ୍ରରେ ସିସି ଟିଭିକୁ ଗୁରୁତ୍ୱ ଦିଆଯାଇଛି ବୋଲି କୁହାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦରେ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା ହୋଇଛି । କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ଭୁଲ ହେଲେ ତାର ଯାଞ୍ଚ କରାଯାଇପାରିବ । ପରୀକ୍ଷାର୍ଥୀ ପରୀକ୍ଷା ହଲକୁ କୌଣସି ଇଲୋକଟ୍ରନିକ ଜିନିଷ ନେଇପାରିବେ ନାହିଁ । ପାଣି ବୋତଲ, ଜ୍ୟାମିତି ବାକ୍ସ, ଆଡ଼ମିଟ କାର୍ଡ ସହ ପେନ ନେଇପାରିବେ । ଅନ୍ୟପଟେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅଧିକ ୧ ଘଣ୍ଟା ସମୟ ଦିଆଯିବ । ଖୋର୍ଦ୍ଧାରେ ୬୧ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଗଞ୍ଜମ ୭୩, ବାଲେଶ୍ୱର ୬୬ ଏବଂ ମାଲକାନଗିରିରେ ୧୪ଟି କେନ୍ଦ୍ର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.