ETV Bharat / state

ଇର୍ଷାରୁ ହତ୍ୟା, ଚୌଦ୍ବାର ମିଠାଦୋକାନୀ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା - Choudwar Prasanta Murder

author img

By ETV Bharat Odisha Team

Published : Jun 27, 2024, 7:06 PM IST

Choudwar Prasanta Murder: ପ୍ରଶାନ୍ତ ହତ୍ୟାକାଣ୍ଡର ଖୋଲିଲା ଗୁମର । ଇର୍ଷାରୁ ବଚସା । ବଚସାରୁ ହତ୍ୟା । କେମିତି ହୋଇଥିଲା ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ହଟାଇଲା ପୋଲିସ ।

Etv Bharat
Etv Bharat (Etv Bharat)

କଟକ: ଚୌଦ୍ବାର ଚୁଡ଼ାଖିଆ ବଜାରରେ ଘଟିଥିବା ମିଠା କାରୀଗର ହତ୍ୟାକାଣ୍ଡ ଉପରରୁ ହଟିଲା ପରଦା । ଇର୍ଷାରୁ ବଚସା ଓ ବଚସାରୁ ହତ୍ୟାକାଣ୍ଡ । ଅଭିଯୁକ୍ତ ଦୀପକ ମାଝି ତଥା ଜଣେ ମିଠା କାରୀଗରକୁ ବାନ୍ଧି କୋର୍ଟଚାଲାଣ କରିଛି ପୋଲିସ । ପୁରା ଘଟଣା ଉପରୁ ପରଦା ହଟାଇଛି ପୋଲିସ ।

ଇର୍ଷାରୁ ହତ୍ୟା (ETV Bharat Odisha)

କାହିଁକି ଘଟିଲା ହତ୍ୟାକାଣ୍ଡ: ପୋଲିସର ସୂଚନା ଅନୁଯାୟୀ, ଉଭୟ ପ୍ରଶାନ୍ତ ଓ ଦୀପକ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଗୋଟିଏ ମିଠା ଦୋକାନରେ କାମ କରୁଥିଲେ । କିନ୍ତୁ କୌଣସି କାରଣ ପାଇଁ ସମ୍ପୃକ୍ତ ମିଠା ଦୋକାନୀ ଦୀପକକୁ ଦୋକାନରୁ ବାହାର କରି ଦେଇଥିଲେ । ଏହାକୁ ନେଇ ମୃତକ ପ୍ରଶାନ୍ତ ଓ ଅଭିଯୁକ୍ତ ଦୀପକ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଅଭିଯୁକ୍ତ ଦୀପକ ଆଉ ଏକ ମିଠା ଦୋକାନରେ କାମ ଆରମ୍ଭ କରିବା ସହ ପ୍ରଶାନ୍ତ ସହିତ ନିୟମିତ ଝଗଡ଼ା କରି ଆସୁଥିଲା ।

ଗତ 25 ତାରିଖ ରାତିରେ ପ୍ରଶାନ୍ତ କାମ କରୁଥିବା ଦୋକାନ ନିକଟରେ ଉଭୟଙ୍କ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ଛୁରୀ ଭୁଶି ପ୍ରଶାନ୍ତଙ୍କୁ ହତ୍ୟା କରିଥିବା ପୋଲିସ କହିଛି । କମିଶନରେଟ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ସମୟରେ ବ୍ୟବହୃତ ହୋଇଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୋନ 1 ଏସିପି ଅରୁଣ ସ୍ବାଇଁ ।

ଏହା ମଧ୍ୟ ପଢନ୍ତୁ: ଜମିବାଡ଼ି ବିବାଦରୁ ନୃଶଂସ କାଣ୍ଡ, ଥାନାରୁ ଫେରିବା ପରେ ମହିଳାଙ୍କୁ ପିଟିପିଟି ହତ୍ୟା

ବ୍ୟବସାୟ ଭିତ୍ତିକ ଶତ୍ରୁତା ଚରମ ସୀମା ପହଁଚିବା ପରେ ଏହି ହତ୍ୟାକାଣ୍ଡ ଯୋଜନା କରିଥିଲା ଦୀପକ । ଆଉ ଗତ 25 ତାରିଖ ରାତିରେ ଯୋଜନାଵଦ୍ଧ ଭାବରେ ପ୍ରଶାନ୍ତ ମାଝୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ପ୍ରଶାନ୍ତ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାରୀ ଓ ମୃତକଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ବିଭିନ୍ନ କାରଣ ପାଇଁ ପାଟିତୁଣ୍ଡ ହୋଇଥିଲା । ତେବେ ୨୫ ତାରିଖ ଦିନ ବଚସାର କିଛି ପୂର୍ବରୁ ଦୀପକ ଦେହୁରୀ ନୂଆ ଛୁରୀ କିଣି ଆଣିଥିଲା । ଶେଷରେ ପ୍ରଶାନ୍ତଙ୍କୁ ହତ୍ୟା କରିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । ସେପଟେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:ସଇତାନ ସାଜିଲା ପୁଅ, ବାପାକୁ ହତ୍ୟା ନେଇ ସନ୍ଦେହ, ମଆ ଏବେବି ନିଖୋଜ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.