ETV Bharat / state

ଆଜି ଚିତାଲାଗି ଅମବାସ୍ୟା; ରତ୍ନଚିତା ପିନ୍ଧିବେ ମହାପ୍ରଭୁ, ୪ ଘଣ୍ଟା ଦର୍ଶନ ବନ୍ଦ - Chitalagi rituals at Srimandir

author img

By ETV Bharat Odisha Team

Published : Aug 4, 2024, 12:16 PM IST

Updated : Aug 4, 2024, 2:32 PM IST

Chitalagi rituals at Srimandir today: ଆଜି ଚିତାଲାଗି ଅମବାସ୍ୟା । ହୀରା ଖଚିତ ରତ୍ନଚିତା ପିନ୍ଧିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ । ପଢନ୍ତୁ ପୁରା ଖବର...

ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମବାସ୍ୟା
ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମବାସ୍ୟା (ETV Bharat Odisha)

ପୁରୀ: ଆଜି ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ନୀତି । ମହାପ୍ରଭୁଙ୍କୁ ହୀରା ଖଚିତ ରତ୍ନଚିତା ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା, ପ୍ରଭୁ ବଳଭଦ୍ରଙ୍କୁ ନୀଳ ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି ହେବ । ଏଥିପାଇଁ ଆଜି ପ୍ରଥମେ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଆଜି ଚିତାଲାଗି ଅମବାସ୍ୟା; ରତ୍ନଚିତା ପିନ୍ଧିବେ ମହାପ୍ରଭୁ, ୪ ଘଣ୍ଟା ଦର୍ଶନ ବନ୍ଦ (ETV Bharat Odisha)
ଚିତାଲାଗି ନୀତି କ'ଣ:

ଶ୍ରୀମନ୍ଦିରରେ ପାଳି ହୁଏ ଅନେକ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି । ତ୍ରୟୋଦଶ ଯାତ୍ରା ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ । ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ଚିତା ଲାଗି ହୋଇଥାଏ । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି । ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହେବା ପରେ ଜୟ-ବିଜୟ ଦ୍ୱାର ବନ୍ଦ ହୋଇଥାଏ । ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନସିଂହାସନ ଅଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ଦୃଢ଼ ଭାବରେ ବନ୍ଧା ଯାଇଥାଏ ।

ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତାକୁ ପୂର୍ବରୁ ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜୀଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ । ଏହାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସରରେ ଦେଉଳକରଣ, ତଢ଼ାଉକରଣ, ଶ୍ରୀମନ୍ଦିର ପ୍ରଶାସନର ପଦାଧିକାରୀ ଉପସ୍ଥିତିରେ ବଣିଆ ସେବକଙ୍କ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ । ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ଭକ୍ତଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ ।

  • ଶ୍ରୀବିଗ୍ରହଙ୍କୁ ଲାଗି ହେବ ରତ୍ନଚିତା:

ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ୱର୍ଣ୍ଣଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରିପାର୍ଶ୍ୱରେ ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ, ହୀରା, ପାନ୍ନା ଏବଂ ନୀଳ ପଥର ଖଚିତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା ରହିଛି । ଚିତାର ସାତୋଟି ବେଢ଼ରେ ମାଣିକ୍ୟ, ହୀରା, ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି । ଶେଷ ଅର୍ଥାତ ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ପଥର ରହିଛି । ଏହାକୁ ‘ବ୍ରହ୍ମଜ୍ୟୋତି ହୀରା’ କୁହାଯାଏ । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ରହିଛି । ଚିତାର ତିନୋଟି ବେଢ଼ରେ ପାନ୍ନା, ମର୍କତ, ହୀରା ଓ ମାଣିକ୍ୟ ରହିଛି ।

ଏହି ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା, ହୀରଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ । ଚିତା ଲାଗି ନୀତି ସମ୍ପର୍ଣ୍ଣ ହେଲା ପରେ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ହୋଇଥାଏ । ଏହି ତିଥିରେ କେତେକ ନିଯୋଗମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ । ଏଥିରେ ଛେନା ତାଡ଼ିଆ, ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ ।

ଏନେଇ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି,''ଆଜି କାଳିଆ ସାଆନ୍ତେ ଚିତା ଲଗାଇବେ । ବଡଠାକୁର ଶ୍ରୀବଳଭଦ୍ର ନୀଳା ଚିତା ଓ ଦେବୀ ସୁଭଦ୍ରା ମାଣିକ୍ୟ ଚିତା ଲଗାଇବେ । ମହାପ୍ରଭୁ କାଳିଆ ସାଆନ୍ତଙ୍କ ମସ୍ତକରେ ହୀରା ଚିତା ଲାଗି ହୋଇଥାଇ । ଏଣୁ ଏହାକୁ ଚିତା ଲାଗି ଅମାବାସ୍ୟା ଭାବେ ଆମ ରାଜ୍ୟରେ ପାଳନ ହୋଇଥାଏ । ଏହି ପାବିତ୍ର ଲୋକପର୍ବ ଅବସରରେ ଘରେ ଘରେ ଚିତ୍ତଉ ପିଠା କରାଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ । ମହାଲକ୍ଷ୍ମୀଙ୍କୁ ମଧ୍ୟ ଉପାସନା କରାଯାଏ । ଯେତେବେଳେ ସ୍ନାନ ଯାତ୍ରାରେ ମହାପ୍ରଭୁ ଅନବସର ଗୃହକୁ ଆସନ୍ତି ଏହି ଚିତା ଉଲାଗୀ ହୋଇଥାଏ ଏବଂ ଭଣ୍ଡାର ଘରେ ଏହାକୁ ରଖା ଯାଇଥାଏ ।''

ଏହା ମଧ୍ୟ ପଢନ୍ତୁ: ଭକ୍ତଙ୍କ ଭାବାବେଗ ସହ ଖେଳ, ଖତ ଖାଉଛି ୧୦ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ! ପୂର୍ବ ସରକାରଙ୍କୁ ଏଭଳି କହିଲେ ଆଇନ୍ ମନ୍ତ୍ରୀ - Arpana Rice damage

  • ଚିତ୍ତଉ ପିଠା ଖାଇବେ ମହାପ୍ରଭୁ :
  • ଆଜି ଶ୍ରାବଣ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହିତ ଦୈନଦିନ ନୀତି ଅନୁଷ୍ଠିତ ହୋଇ ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କ ଚିତା ଲାଗି ଅନୁଷ୍ଠିତ ହୋଇଥାଏ । ଦଇତାପତି ସେବକ, ପାଳିଆ ସେବକଙ୍କ ସହଯୋଗରେ ଏହି ଚିତା ଲାଗି ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ସ୍ନାନଯାତ୍ରା ପରଠାରୁ ଦାରୁ ଦିଅଁଙ୍କ ଶ୍ରୀମୁଖରେ ପ୍ରତୀକାତ୍ମକ ଚିତା ଲାଗି ହୋଇଥାଏ । ଏହାକୁ ଆଜି ଚିତାଲାଗି ଅମାବାସ୍ୟାରେ ଉଲାଗି କରାଯାଇ ହୀରା, ନୀଳା, ମାଣିକ୍ୟରେ ନିର୍ମିତ ଚିତା ଲାଗି ହୋଇଥାଏ । ମହାସ୍ନାନ, ନୂଆ ଲୁଗା ଲାଗି, ସ୍ଵତନ୍ତ୍ର ଭୋଗ ଅନୁଷ୍ଠିତ ହୋଇଥାଏ । ଏହାପରେ ସେବାୟତମାନେ ମହାପ୍ରଭୁଙ୍କୁ ବନ୍ଦାପନା କରିଥାନ୍ତି । ମହାପ୍ରଭୁଙ୍କ ପାଇଁ ଚିତ୍ତଉ ପିଠା ଭୋଗ ଲାଗି ହୋଇଥାଏ । ଏଣୁ ଆମ ରାଜ୍ୟରେ ଚିତ୍ତଉ ଅମାବାସ୍ୟାକୁ ଲୋକପର୍ବ ଭାବେ ପାଳନ କରାଯାଏ । ଘରେ ଘରେ ଚିତ୍ତଉ ପିଠା ପ୍ରସ୍ତୁତି କରାଯାଇ ଚଉରା ମୂଳେ ଅର୍ପଣ କରିବାର ବିଧି ରହିଛି ।

    ଇଟିଭି ଭାରତ, ପୁରୀ

Last Updated : Aug 4, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.