ETV Bharat / state

ସତର୍କ କଲେ ସିଏସ; କହିଲେ ଆସନ୍ତା କିଛିଦିନ ରୁହ ସଜାଗ - Chief Secretary Pradeep Jena Appeal

author img

By ETV Bharat Odisha Team

Published : Jun 1, 2024, 4:14 PM IST

Chief Secretary Pradeep Jena Appeals: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ । ପୂର୍ବାହ୍ନ 11ରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ କାମ ନଥିଲେ ଅଯଥାରେ ବାହାରକୁ ନ ଯିବାକୁ ପରାମର୍ଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

Chief Secretary Pradeep Jena Appeals
Chief Secretary Pradeep Jena Appeals (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସମ୍ଭାଳ ଖରା ଓ ତାତିରେ ଜନଜୀବନ ହେଉଛି ଆଉଟୁ ପାଉଟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏଥିପାଇଁ ରାଜ୍ୟ ସରକାର ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଉଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, "ରାଜ୍ୟରେ ଗତ କିଛିଦିନ ଧରି ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଯାହା ଫଳରେ କିଛି ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଛି । ଏହି ଅସ୍ବାଭାବିକ ପରିସ୍ଥିତିରେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଏସଆରସିଙ୍କ ପକ୍ଷରୁ ଅନେକ ପରାମର୍ଶ ଦେଇଛନ୍ତି । ସାଧାରଣତଃ ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରହେ । ଅଧିକ ଉତ୍ତାପ ସମୟ ପୂର୍ବାହ୍ନ 11ରୁ ଅପରାହ୍ନ 3 ଟା ପର୍ଯ୍ୟନ୍ତ କାମ ନଥିଲେ ଅଯଥାରେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏହି ସମୟରେ ଖରାରେ କାମ ନକରିବା ପାଇଁ ଆମେ ଅନୁରୋଧ କରିଛୁ ।"

ଏହା ମଧ୍ୟ ପଢନ୍ତୁ ... ରାଜ୍ୟରେ କାହିଁକି ବଢୁଛି ଅସ୍ବାଭାବିକ ମୃତ୍ୟୁ, ତଦନ୍ତ କରୁଛି 6 ଜଣିଆ ଟିମ୍‌ - Suspected Death In Odisha

ଏହା ସହ ଅଂଶୁଘାତରୁ ବର୍ତ୍ତିବା ପାଇଁ ମୁଖ୍ୟ ଶାସନ ସଚିବ କହିଛନ୍ତି, "ଜରୁରୀ କାମ ଥିଲେ ଜୋତା ଓ ଛତା ନେଇ ଯିବାକୁ ପରାମର୍ଶ ଦିଆଯାଇଛି । ଓଦା କପଡା ଓ ପାଣି ସାଙ୍ଗରେ ନେଇ ଯିବା ଲାଗି ଅନୁରୋଧ କରିଛୁ । ଅନେକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି । ଲୋକ ସଚେତନତା ବଢ଼େଇବା ଲାଗି ପରାମର୍ଶ ଦିଆଯାଇଛି । ଲୋକ ସଚେତନତା ବଢିଲେ ଲୋକେ ବାହାରକୁ ବାହାରିବେ ନାହିଁ । ବାହାରକୁ ବାହାରିଲେ ସତର୍କତା ପଦକ୍ଷେପ ମୂଳକ ବ୍ୟବସ୍ଥା ସହ ବାହାରିବେ । ରାଜ୍ୟର ସମସ୍ତ ଡାକ୍ତରଖାନାକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି, ସେମାନେ ଯଥାଶୀଘ୍ର ହସ୍ପିଟାଲ ଯିବାକୁ ପରାମର୍ଶ ଦେଉଛୁ ।"

ଏହି ଗ୍ରୀଷ୍ମପ୍ରବାହ ଆଗାମୀ ଆଉ କିଛି ଦିନ ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଯଦି ଆମେ ସତର୍କ ରହିବା ତେବେ ବଡ଼ ବିପଦରୁ ରକ୍ଷା ପାଇବା । ଖରାରେ କାମ କରିବାକୁ କେହି ଶ୍ରମିକଙ୍କୁ ବାଧ୍ୟ କରିବେ ନାହିଁ । ଶ୍ରମିକ ମାନେ ଅଧିକ ଗରମ ସମୟରେ କାମ କରିବେ ନାହିଁ । ଶିଳ୍ପାଞ୍ଚଳ, ଖଣି ଖାଦାନ ଓ ମାଲ ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଖରାବେଳେ କାମ କରିବାରୁ ନିବୃତ ରହିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.